Category: ମୁଖ୍ୟ ଖବର

  • ବ୍ଲାକମେଲ୍ କରୁଥିଲେ, ରାଜସ୍ଥାନରୁ ଧରିଲା ସାଇବର ପୋଲିସ

    ବ୍ଲାକମେଲ୍ କରୁଥିଲେ, ରାଜସ୍ଥାନରୁ ଧରିଲା ସାଇବର ପୋଲିସ

    କଟକରୁ ରାଜସ୍ଥାନ । ବରିଷ୍ଠ ନାଗରିକଙ୍କୁ ନଗ୍ନ ଭିଡିଓ କଲ୍ କରୁଥିଲେ । ଶେଷରେ ଅଭିଯୁକ୍ତମାନଙ୍କୁ ମାଡ଼ି ବସିଛି ସାଇବର ପୋଲିସ ।

    ବରିଷ୍ଠ ନାଗରିକଙ୍କୁ ନ୍ୟୁଡ୍ ଭିଡିଓ କଲ୍ କରୁଥିଲେ ସାଇବର ଲୁଟେରା । ଟାଇମ୍ ପାସ୍ କରି ବେଶ୍ ମଜା ନେଉଥିଲେ । କିନ୍ତୁ ଭବିଷ୍ୟତରେ ଗିରଫ ହେବେ ଏକଥା ବୋଧେ ଜାଣିନଥିଲେ । କଟକର କିଛି ବରିଷ୍ଠ ନାଗରିକଙ୍କୁ ଜାଲରେ ଫସାଇଥିଲେ ସାଇବର ବ୍ଲକମେଲର । ନଗ୍ନ ଭିଡିଓ କଲ୍ କରି ବ୍ଲାକମେଲ୍ କରୁଥିଲେ । ଦାବି କରୁଥିଲେ ମୋଟା ଅଙ୍କ । ଫଟାଫଟ ଟଙ୍କା ଦିଅ ନଚେତ୍ ସୋସିଆଲ୍ ସାଇଟରେ ଇଜ୍ଜତ ଯିବ ମାନେ ତୁମର ନଗ୍ନ ଚିତ୍ର ସମସ୍ତେ ଦେଖିବେ । ଡରାଉଥିଲେ, ଧମକାଉଥିଲେ ଆଉ ଟଙ୍କା ପାଇ ମାଲେମାଲ ହେଉଥିଲେ । ପାଖାପାଖି ସାଢ଼େ ଆଠ ଲକ୍ଷ ଟଙ୍କା ନେବା ପରେ ଆରମ୍ଭ ହେଲା ଆକ୍ସନ ।

    କଟକ ସାଇବର ଥାନାରେ ଏ ନେଇ ଅଭିଯୋଗ କଲେ ବ୍ଲାକମେଲର ଶିକାର ବନିଥିବା ବରିଷ୍ଠ ନାଗରିକ । ତଦନ୍ତ ଆରମ୍ଭ ସହ ରାଜସ୍ଥାନ ଗଲା ଏକ ଟିମ୍ । ଭରତପୁରରେ ସାଇବର ଲୁଟେରା ଗ୍ୟାଙ୍ଗ ଠାବ ସହ ୨ ଜଣଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ଠାରୁ ୧ ଲକ୍ଷ ଟଙ୍କା, ୧୬ଟି ମୋବାଇଲ୍, ୨୦ଟି ସିମ୍ ମଧ୍ୟ ଜବତ କରାଯାଇଛି । ରାଜସ୍ଥାନରୁ କଟକ ଆଣି ଏବେ ପଚରାଉଚୁରା କରୁଛି ସାଇବର ଥାନା ପୋଲିସ ।

  • ଦାନ୍ତେୱାଡାରେ ନକ୍ସଲ ଆକ୍ରମଣ 10ରୁ ଅଧିକ ସହିଦ

    ଦାନ୍ତେୱାଡାରେ ନକ୍ସଲ ଆକ୍ରମଣ 10ରୁ ଅଧିକ ସହିଦ

    ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ନକ୍ସଲ ଆକ୍ରମଣରେ 10 ଜିଲ୍ଳା ରିଜର୍ଭ ଗାର୍ଡ (ଡିଆରଜି)ପୋଲିସ କର୍ମଚାରୀଙ୍କ ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ଆଧିକାରିକ ସୂତ୍ରରୁସୂଚନା ଦିଆଯାଇଛି। ଗୁଇନ୍ଦା ତଥ୍ୟ ଆଧାରରେ ଏକ ମାଓ ଦମନ ଅପରେସନ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତକମାନେ ସମସ୍ତେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର। କାରଣ ରାଜ୍ୟ ପୋଲିସ ପକ୍ଷରୁ ଡିଆରଜି ଗଠନ କରାଯାଇ ସ୍ଥାନୀୟ ଆଦିବାସୀ ଯୁବକଙ୍କୁ ତାଲିମ ଦେଇ ନକ୍ସଲ ବିରୋଧୀ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା।

    ଦାନ୍ତେୱାଡାର  ଅରନପୁର ଥାନା ଅଧୀନରେ ନକ୍ସଲ ଗତିବିଧି ନେଇ ସୂଚନା ମିଳିବା ପରେ ଡିଆରଜି ଟିମ ଆଣ୍ଟି ନକ୍ସଲ ଅପରେସନରେ ଯାଇ ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରି ଯାଞ୍ଚ କରିଥିଲେ। ଯାଞ୍ଚ ସାରି ଫେରିବା ବେଳେ ଅରନପୁର ଥାନା ଅଧୀନରେ ବିସ୍ଫୋରଣ ଘଟିଥିଲା। ନକ୍ସଲଙ୍କ ଦ୍ୱାରା ରାସ୍ତାରେ ପ୍ଲାଣ୍ଟ ହୋଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ଯବାନଙ୍କୁ ନେଇ ଯାଇଥିବା ଗାଡି ବିସ୍ଫୋରଣରେ ଉଡିଯାଇଥିଲା। ଗାଡିରେ ଥିବା ଯବାନଙ୍କ ମଧ୍ୟରୁ 10 ଡିଆରଜି ଯବାନଙ୍କ ସହ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

    ଘଟଣା ପରେ ସେଠାରୁ ସେମାନଙ୍କ ମୃତଦେହ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଥିବା ବସ୍ତର ଜିଲ୍ଲା ଆଜି ପି ସୁନ୍ଦରରାଜ ସୂଚନା ଦେଇଛନ୍ତି। ଏହି ନକ୍ସ ଆକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବାଘେଲ କହିଛନ୍ତି କି, ଏହା ଏକ ଦୁଃଖଦ ଘଟଣା। ସହିଦ ହୋଇଥିବା ସମସ୍ତ ଯବାନଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ନକ୍ସଲଙ୍କ ସହ ଲଢେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ନକ୍ସଲଙ୍କୁ ତ୍ରାହୀ ନାହିଁ ବୋଲି କହିଛନ୍ତି ବାଘେଲ। କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ଅମିତ ସାହ ମଧ୍ୟ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି।  

  • ପୁଣି ଶବ ବ୍ୟବଚ୍ଛେଦର ଆବଶ୍ୟକତା ରହିଛି: କୋଲକାତା ହାଇକୋର୍ଟ

    ପୁଣି ଶବ ବ୍ୟବଚ୍ଛେଦର ଆବଶ୍ୟକତା ରହିଛି: କୋଲକାତା ହାଇକୋର୍ଟ

    ମୃତ୍ୟୁର ୭ ମାସ ପରେ ଆଇଆଇଟି ଖଡଗପୁରର ଛାତ୍ର ଫୈଜାନ ଅହମଦଙ୍କ ମୃତଦେହକୁ କବରରୁ ବାହାର କରି ପୁଣି ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକତା ହାଇକୋର୍ଟ। ଗତବର୍ଷ ଅକ୍ଟୋବର ୧୪ରେ ତାଙ୍କ ଝୁଲନ୍ତା ମୃତଦେହ ତାଙ୍କ ହଷ୍ଟେଲ ରୁମ୍‌ରୁ ମିଳିଥିଲା। କଲେଜ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା କହିଥିବା ବେଳେ ପରିବାର ଲୋକେ ରାଗିଂରୁ ପୁଅକୁ ହତ୍ୟା କରାଯାଇଥିଲା ବୋଲି ଅଭିଯୋଗ ଆଣି କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

    କୋଲକତା ହାଇକୋର୍ଟ ଆଇଆଇଟି ଖଡଗପୁର କଲେଜ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିବା ସହ ରାଗିଂ ରୋକିବାକୁ କ’ଣ ପଦକ୍ଷେପ ନିଆଯାଇଛି ତାହା ସ୍ପଷ୍ଟ କରିବାକୁ କୁହାଯାଇଛି। ଏଥିରେ ପୁଣି ଥରେ ଫୈଜାନଙ୍କ ଶବବ୍ୟବଚ୍ଛେଦ କରାଯିବାର ଆବଶ୍ୟକତା ଥିବା କହିଛନ୍ତି ହାଇକୋର୍ଟ। ତେଣୁ ଫୈଜାନଙ୍କ ମୃତଦେହକୁ ଆସାମର ଦିବ୍ରୁଗଡ଼ରୁ କୋଲକତା ଅଣାଯାଇ ମେଡିକାଲ କଲେଜରେ ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ଜୁନ୍‌ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

    ସୂଚନାଯୋଗ୍ୟ, ଫୈଜାନ ଅହମଦ ଖଡଗପୁର ଆଇଆଇଟିରେ ତୃତୀୟ ବର୍ଷ ମେକାନିକାଲ ଇଞ୍ଜିନିୟରିଂରେ ପଢୁଥିଲେ। ଅକ୍ଟୋବର ୧୪ରେ ତାଙ୍କ ହଷ୍ଟେଲର କୋଠରୀରୁ ଫୈଜାନଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। କେଲଜ ପକ୍ଷରୁ ଏହାକୁ ଏକ ଆତ୍ମହତ୍ୟା କୁହାଯାଇଲା। କିନ୍ତି ଫୈଜାନଙ୍କ ଶରୀରର ବିଭିନ୍ନ ଅଂଶରେ ଚିହ୍ନ ଥିଲା। ମୁଣ୍ଡ ପଛ ପଟେ ଗଭୀର ଚୋଟ, ହାତର ଶୀରା କଟା ଯାଇଥିଲା। ତେଣୁ ପୁଅକୁ ପିଟି ପିଟି ମାରି ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ପରିବାରର ଅଭିଯୋଗକୁ ଗ୍ରହଣ କରି ନ ଥିଲା। ତେଣୁ ପରିବାର ଲୋତେ କୋଲକତା ହାଇକୋର୍ଟକୁ ଯାଇଥିଲେ।

  • ଏଫେଲ ଟାୱାରକୁ ପଛରେ ପକାଇଲା ଭାରତର ଚେନାବ ରେଳପୋଲ

    ଏଫେଲ ଟାୱାରକୁ ପଛରେ ପକାଇଲା ଭାରତର ଚେନାବ ରେଳପୋଲ

    ଭାରତ ରଚିଲା ଆଉ ଏକ କୀର୍ତ୍ତି। ବିଶ୍ୱର ସର୍ବୋଚ୍ଚ ପୋଲର ମାନ୍ୟତା ହାସଲ କରିଛି  ଜମ୍ମୁ କାଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ ଏହି ପୋଲ। ଆଉ ଏହା ଉପରେ ସଫଳତା ସହ ଗଡିଲା ଟ୍ରେନ। ଭାରତୀୟ ରେଳବାଇ ବିଶ୍ୱର ସର୍ବୋଚ୍ଚ ସ୍ଥଳିରେ ରେଲ ଲାଇନ ବିଛାଇବା ସହ ରେଳ ଗଡାଇ ରଚିଛି ଇତିହାସ । ଗତ ମାର୍ଚ୍ଚ 21 ତାରିଖରେ ଏହି ସର୍ବୋଚ୍ଚ ପୋଲ ଉପରେ ପରୀକ୍ଷଣ କରାଯାଇଛି। ଏଥିରେ 1200 ଶ୍ରମିକ ଓ 300 ଇଞ୍ଜିନିୟର 24 ଘଣ୍ଟା କାର୍ଯ୍ୟରତ ଥିଲେ। ପୂର୍ବରୁ 2019ସୁଦ୍ଧା ଏହି  ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା।

    ଉଧାମପୁର ଶ୍ରୀନଗର ବାରାମୁଲ୍ଲା ରେଳ ଲାଇନ ଯୋଜନାରେ ପୋଲଟି ଗୁରୁତ୍ୱପୂର୍ଣ୍ଣ କତ୍ରା-ବନିହାଲ କ୍ଷେତ୍ରକୁ ସଂଯୋଗ କରିବ। ଏହି ରେଳ ପୋଲଟି ବିଶ୍ୱର ସର୍ବୋଚ୍ଚ ପୋଲର ମାନ୍ୟତା ପାଇଛି, କାରଣ ଏହା ଦିଲ୍ଲୀର କୁତବମିନାରଠାରୁ 5 ଗୁଣା ଉଚ୍ଚ ହୋଇଥିବା ବେଳେ ଏଫେଲ ଟାୱାରଠାରୁ 35 ମିଟର ଉଚ୍ଚ ରହିଛି। ବର୍ତ୍ତମାନ ସଡକ ପଥରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ପାଇଁ 11 ଘଣ୍ଟା ଲାଗୁଥିବା ବେଳେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ମାତ୍ର 5 ଘଣ୍ଟାରେ ସମ୍ଭବ ହେବ।

    ପୋଲ ନିର୍ମାଣ କାର୍ଯ୍ୟ 2004ରେ ଆରମ୍ଭ ହୋଇଥିଲା ଓ 2019ରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।  କିନ୍ତୁ 2008-2009 ମଧ୍ୟରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ତଥା ରିଆସି ଜିଲ୍ଳାରେ ପ୍ରବାହିତ ପ୍ରଖର ବାୟୁ ପ୍ରବାହ ପାଇଁ କାର୍ଯ୍ୟକୁ ମଝିରେ ବନ୍ଦ କରିଦିଆଯାଇଥିଲା। ପରବର୍ତ୍ତୀ ସମୟରେ ପୋଲ କାର୍ଯ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଲ ତଳେ ଏକ ତୋରଣର ନିର୍ମାଣିତ ହୋଇଛି, ଯାହା ଏତେ ଉଚ୍ଚର ପୋଲର ଭାର ସମ୍ଭାଳୁଛି।

    ନିର୍ମିତ ଏହି ରେଳ ପୋଲର ଲମ୍ବ 1,315 ମିଟର ହୋଇଥିବା ବେଳେ ନଦୀ ଶର୍ଯ୍ୟାରୁ 359 ମିଟର  ଉଚ୍ଚତା ରହିଛି। କୋଙ୍କଣ ରେଳବାଇ ମାଧ୍ୟମରେ ସାପୁର୍ଜି ପାଲ୍ଲୋନଜି ଗ୍ରୁପର ଭାଗିଦାରୀ ସଂସ୍ଥା ଆଫକୋନ୍ସ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ ଦ୍ୱାରା ପୋଲ ନିର୍ମାଣ କରାଯାଉଛି ଓ 1,250 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

    ପୋଲକୁ ଆଗାମୀ 120 ବର୍ଷକୁ ଆଖିରେ ରଖି କରାଯାଇଥିବା ବେଳେ ଏହା ଘଣ୍ଟା ପ୍ରତି 260 କିମି ବେଗ ପବନ ମାଡ ସମ୍ଭାଳି ପାରିବ। ପୋଲକୁ ଏମିତି ନିର୍ମାଣ କରାଯାଇଛି କି, ପ୍ରଖର ବାୟୁ ପ୍ରବାହ ସତ୍ତ୍ୱେ ଟ୍ରେନର ବେଗ ପୋଲ ଉପରେ 100 କିମି ପ୍ରତି ଘଣ୍ଟା ରହିଛି।

  • AAPର ଶୈଲି ଓବରାୟ ହେଲେ ଦିଲ୍ଲୀ ମେୟର

    AAPର ଶୈଲି ଓବରାୟ ହେଲେ ଦିଲ୍ଲୀ ମେୟର

    ଆମ ଆଦମି ପାର୍ଟିର ଶୈଲି ଓବରାୟଙ୍କୁ ଦିଲ୍ଲୀର ମେୟର ଭବେ ନିର୍ବାଚିତ କରାଯାଇଛି । ଦିଲ୍ଲୀରେ ଆଜି ହେବାକୁ ଥିବା ମେୟର ନିର୍ବାଚନ ପୂର୍ବରୁ ବିଜେପି ନିଜର ଆଶାୟୀ ପ୍ରାର୍ଥୀ ଶିଖା ରାୟ ଆଉ ଡେପୁଟି ମେୟର ପ୍ରାର୍ଥୀ ସୀମା ପାଣ୍ଡ୍ୟଙ୍କ ନାମ ପ୍ରତ୍ୟାହାର କରିନେଇଛି । ବିଜେପି ମେୟର ନିର୍ବାଚନ ଲଢିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କାହିଁକି ନା ବିଜେପି ସଂଖ୍ୟା ଗରିଷ୍ଠତା ନପାଇ ମଧ୍ୟ ଯେଉଁପରି ଭାବେ ନାଟକ କରୁଥିଲା ତାହା କାହାକୁ ଅଛପା ନାହିଁ । କ୍ଷମତା ଲୋଭରେ ଅନ୍ଧ ହୋଇଯାଇଥିବା ବିଜେପି ଆଉ ସେପଟେ ଆମ ଆଦମି ପାର୍ଟି ମଧ୍ୟରେ ବିଧାନସଭାରେ ହୋଇଥିବା ଖଣ୍ଡଯୁଦ୍ଧ ଦେଶର ରାଜନେତାଙ୍କ ବାସ୍ତବ ମୁଖା ଖୋଲିଦେଇଥିଲା ।

    ସବୁଠୁ ଆଶ୍ଚର୍ଯ୍ୟର କଥା, ଦିଲ୍ଲୀ ଏମସିଡି ନିର୍ବାଚନରେ ବିଜେପି ହାରି ମଧ୍ୟ ନିଜକୁ ମେୟର ଭାବେ ଦାବି କରୁଥିଲା । ଯାହାକୁ ନେଇ ଅନେକ ହଙ୍ଗାମା ଦେଖିବାକୁ ମିଳିଥିଲା । ବିଜେପି ଭଲଭାବେ ଜାଣିସାରିଥିଲା ଯେ ଆମ ଆଦମି ପାର୍ଟିରୁ ମେୟର ହେବା ନଶ୍ଚୟ । ହେଲେ କେବଳ ଦିଲ୍ଲୀରେ ନିଜର ରାଜନୈତିକ ଅସ୍ତିତ୍ବକୁ ବଞ୍ଚାଇବା ପାଇଁ ଏପରି ଅଜବ କୌଶଳ ଆପଣାଉଥିଲା । ନିଜର ପ୍ରତ୍ୟାସୀଙ୍କୁ ନିର୍ବାଚନରୁ ପ୍ରତ୍ୟାହାର କରିବା ପରେ ବିଜେପି ଲୋକଙ୍କୁ ଜଣାଇବା ପାଇଁ ଅନେକ ଭାବନାତ୍ମ ଉକ୍ତିର ସାହାରା ନେଇଛି । ବିଜେପିର ମେୟର ପ୍ରତ୍ୟାସୀ ଶିଖା ରାୟ କହିଛନ୍ତି, ମତେ ଭୋଟ ଦେବାକୁ ଚାହୁଁଥିବା ସମସ୍ତ କାଉନସିଲରଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

  • କୋରୋନା ନେଉଛି ଜୀବନ, ୨୪ ଘଣ୍ଟାରେ ରାଜ୍ୟ ଓ ଦେଶରେ କେତେ ?

    କୋରୋନା ନେଉଛି ଜୀବନ, ୨୪ ଘଣ୍ଟାରେ ରାଜ୍ୟ ଓ ଦେଶରେ କେତେ ?

    ଦିନକରେ ରାଜ୍ୟରେ ୫୪୨ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ରାଜ୍ୟରେ ୩୨୭୦ ସକ୍ରିୟ ସଂକ୍ରମିତ ଥିବାବେଳେ ୩୫୭ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ଠାରୁ ସଂକ୍ରମିତ ହାର ଅଧିକ ରହୁଛି ଯାହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାଜନକ ।

    ରାଜ୍ୟରେ କୋରୋନା ମୁକାବିଲା ପାଇଁ ସରକାର କଟକଣା ଲାଗୁ କଲେଣି । ରାଜ୍ୟରେ ଥିବା ସମସ୍ତେ ମେଡିକାଲରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିଭଳି, ଭିଡ଼ ନ ଜମାଇ ତଥା ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ।

    ସେପଟେ,ଦେଶରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ଦେଶରେ ୯୬୨୯ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଦିନକରେ ୨୯ ଜଣଙ୍କ ଜୀବନ ନେଇଛି କୋରୋନା । ଦିନକରେ ସୁସ୍ଥ ହୋଇଛନ୍ତି ୧୧,୯୬୭ ଜଣ ଆକ୍ରାନ୍ତ ।

  • ପଞ୍ଜାବ ରାଜନୀତିର ଜଣେ ସୁଦକ୍ଷ ନେତା ଥିଲେ ପ୍ରକାଶ ସିଂ ବାଦଲ, ତାଙ୍କ ବିୟୋଗରେ 2 ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷିତ

    ପଞ୍ଜାବ ରାଜନୀତିର ଜଣେ ସୁଦକ୍ଷ ନେତା ଥିଲେ ପ୍ରକାଶ ସିଂ ବାଦଲ, ତାଙ୍କ ବିୟୋଗରେ 2 ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷିତ

    ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏକ ସପ୍ତାହ ତଳେ ମୋହାଲିର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆଇସିୟୁରେ ଥିବା ବେଳେ ଗତକାଲ ରାତି 8.28 ମିନିଟରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ପଞ୍ଜାବର ଭଟିଣ୍ଡା ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

    ପ୍ରକାଶ ସିଂ ବାଦଲଙ୍କ ମୃତ୍ୟୁରେ ଦୁଇ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ ନେତା ଶୋକ ପ୍ରକାଶ କରିଛନ୍ତି ।

    ବୟସାଧିକ କାରଣରୁ ବାଦଲ ସକ୍ରିୟ ରାଜନୀତିରୁ ଦୂରେଇ ରହୁଥିଲ । ଗତବର୍ଷ ମଧ୍ୟ ତାଙ୍କ ଦେହ ଅସୁସ୍ଥ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଧିକାଂଶ ସମୟରେ ତାଙ୍କ ଦେହ ଅସୁସ୍ଥ ରହୁଥିଲା ।

    ପ୍ରକାଶ ଗାଁ ସରପଞ୍ଚରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ବେଳେ ଧିରେ ପଞ୍ଜାବ ରାଜନୀତିରେ ଜଣେ ଟାଣୁଆ ନେତା ଭାବେ ନିଜର ଦକ୍ଷତା ଦେଖାଇଥିଲେ । ଏହାପରେ ସେ ପଞ୍ଜାବର 5 ଥର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି ।

    ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ୧୯୨୭ ମସିହା ଡିସେମ୍ବର ୮ରେ ପଞ୍ଜାବର ଏକ ଛୋଟିଆ ଗାଁ ଅବୁଲ କୁରାନାରେ ହୋଇଥିଲା । ସେ ପ୍ରଥମ କରି 1950 ମସିହାରେ ଅକାଳି ପାର୍ଟିର ସଦସ୍ୟ ଭାବେ ଯୋଗଦେବା ସହ ତାଙ୍କର ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । 1957 ମସିହା ବେଳକୁ ତାଙ୍କର ବୟସ ଥିଲା 30 । ଆଉ ସେ 30 ବର୍ଷ ବୟସରେ ପ୍ରଥମ ଥର ପାଇଁ କଂଗ୍ରେସ ଦଳରୁ ଟିକେ ପାଇ ପଞ୍ଜାବ ବିଧାନସଭା ନିର୍ବାଚନରେ ଜିତିଥିଲେ ।

    ୧୯୨୭ ମସିହା ଡିସେମ୍ବର ୮ରେ ପଞ୍ଜାବର ଅବୁଲ କୁରାନା ଗାଁରେ ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ହୋଇଥିଲା। ସେ ୧୯୫୦ରେ ଅକାଳି ଦଳ ପାର୍ଟିର ସଦସ୍ୟ ଭାବେ ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲା। ୧୯୫୭ ମସିହାରେ ମାତ୍ର ୩୦ ବର୍ଷ ବୟସରେ ସେ ପ୍ରଥମ ଥର ଲାଗି କଂଗ୍ରେସ ଟିକଟରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପଞ୍ଜାବର ବିକାଶ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏହାପରେ ତାଙ୍କର ରାଜନୀତି କ୍ୟାରିୟରରେ ଅନେକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡିହୋଇଯାଇଥିଲା ।

  • ଇଣ୍ଟରନେଟରେ ପ୍ରଶଂସା ସାଉଁଟୁଛନ୍ତି ଏହି ମା’…

    ଇଣ୍ଟରନେଟରେ ପ୍ରଶଂସା ସାଉଁଟୁଛନ୍ତି ଏହି ମା’…

    ମା’…ଦୁନିଆର ସବୁଠୁ ମଧୁର ଶବ୍ଦ । ଜନ୍ମରୁ ମୃତ୍ୟୁ, ସୁଖଦୁଃଖର ସାଥୀ ମା’…। ସେ ଗରିବ ହୁଅନ୍ତୁ ଅବା ଧନୀ, ସବୁବେଳେ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ଚିନ୍ତିତ । ଯେତେବେଳେ ସର୍ବାଧିକ କଷ୍ଟ, ଯନ୍ତ୍ରଣା ହୁଏ ସେତେବେଳେ ମା’ହିଁ ସାହାରା ବନିଥାଏ । କାରଣ ପ୍ରଥମ ଶବ୍ଦ ଥାଏ ମା’। ତାର ସ୍ନେହ, ପ୍ରେମ ଏବଂ ଭଲପାଇବା ହିଁ ପିଲାଙ୍କୁ ଦିଗଦର୍ଶନ ଦେଇଥାଏ । ସେହି ହିଁ ଗଠନର ପ୍ରଥମ ସୋପାନ । ସେ ହିଁ ଶିକ୍ଷାର ସୃଷ୍ଚିକର୍ତ୍ତା । ସେ ହିଁ ପ୍ରଥମ ଶିକ୍ଷୟିତ୍ରୀ ।

    ପିଲାଙ୍କ ପାଇଁ ମା’ସବୁକିଛି କରିପାରେ । ଏମିତି କିଛି ଭିଜୁଆଲ୍ ଆସିଛି ଯାହା ଆପଣଙ୍କୁ ନିଶ୍ଚିତ ଚିନ୍ତାରେ ପକାଇବ । ମୁକେଶ ଫୌଜି ନାମକ ଜଣେ ବ୍ୟକ୍ତି ଏମିତି କିଛି ଭିଡିଓ ଛାଡ଼ିଛନ୍ତି ଯାହାର ଭ୍ୟୁୟରସିପ୍ ପାଖାପାଖି ଦେଢ଼ ଲକ୍ଷ ହେଲାଣି । ମା’କାହିଁକି ଶ୍ରେଷ୍ଠ, ଭିଜୁଆଲ୍ ଦେଖିଲେ ଆପଣ ଜାଣିପାରିବେ ।

    ଆର୍ଥିକ ସ୍ଥିତି ଭଲ ନାହିଁ । ପରିବାର ଚଳିବ କିପରି । ଘରେ ଦୁଇ ଦୁଇ ଶିଶୁ । ସେମାନଙ୍କ ପାଠପଢ଼ା ହେବ କିପରି । ତଥାପି ମା’ପଛକୁ ହଟିନି । ରାସ୍ତାକଡ଼ର ବିକ୍ରେତା ସାଜିଛି ସେହି ମା’। ଫୁଲ, ଫଳ ବିକ୍ରି କରିବା ସହ ପିଲାଙ୍କ ଉପରେ ନଜର ପଡ଼ିଛି । ରାସ୍ତାକଡ଼ରେ ବସିଥିବା ଦୁଇ ଛୁଆଙ୍କୁ ମା’ନିଜେ ପାଠ ପଢ଼ାଉଛନ୍ତି । ସେମାନଙ୍କୁ ଶିକ୍ଷିତ କରିବା ପାଇଁ ମା’ଙ୍କ ଏହି ପ୍ରୟାସ ସର୍ବଦା ସ୍ମରଣୀୟ । ସ୍ଥିତି ଯାହା ହେଉନା କାହିଁକି ସେ ତ ମା’ ନା…।

    ଜଣେ ଶିକ୍ଷିତା ଏବଂ ସଚେତନ ମା’ ନିଜ ପରିବାର ତଥା ଦେଶକୁ ଆଗେଇ ନେବାର ଶକ୍ତି ଓ ସାମର୍ଥ୍ୟ ରଖନ୍ତି । ପିଲାକୁ ୧୦ ମାସ ପର୍ଯ୍ୟନ୍ତ ଗର୍ଭରେ ଧାରଣ କରିବାର କଷ୍ଟଠାରୁ ଆରମ୍ଭ କରି ଜନ୍ମ ଯନ୍ତ୍ରଣା ସହିବା ପର୍ଯ୍ୟନ୍ତ ଓ ପରିବାରର ଲାଳନପାଳନ ପାଇଁ ନିଃସ୍ୱାର୍ଥପର ଭାବରେ ସେବା କରିବାର ଉଦାହରଣ ହେଉଛି ମା’। କଥାରେ ଅଛି ମା’ନାହିଁ ଯାହାର ସାହା ନାହିଁ ତାହାର…। ଏ ଭିଡିଓ ଦେଖିଲେ ମର୍ମେ ମର୍ମେ ଆପଣ ନିଶ୍ଚିତ ଏହାକୁ ଅନୁଭବ କରିପାରୁଥିବେ । ତେଣୁ ଦୁନିଆର ସବୁ ମା’ଙ୍କୁ Suchanatv24x7 ତରଫରୁ କୋଟିକୋଟି ପ୍ରଣାମ …।

  • ସୁଦାନ ସଙ୍କଟ: ପ୍ରଥମ ଦଫାରେ ୨୭୮ ଉଦ୍ଧାର

    ସୁଦାନ ସଙ୍କଟ: ପ୍ରଥମ ଦଫାରେ ୨୭୮ ଉଦ୍ଧାର

    ସୁଦାନରେ ପାରାମିଲିଟାରୀ ଓ ମିଲିଟାରୀ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ମଙ୍ଗଳବାର ଭାରତ ସରକାରଙ୍କ ଅପରେସନ କାବେରୀ ଅନ୍ତର୍ଗତ 278 ଭାରତୀୟଙ୍କୁ ଜଳ ପଥରେ ସ୍ୱଦେଶ ଫେରାଇ ଅଣାଯାଉଛି। ସୁଦାନ ବନ୍ଦରରୁ ଜଳପଥରେ ଆଇଏନଏସ ସୁମେଧା ଏହି ଭାରତୀୟଙ୍କୁ ସାଉଦୀ ଆରବର ଜେଦାହ ଯାତ୍ରା କରିଛି। ସାଉଦୀ ଆରବରୁ ସେମାନଙ୍କୁ ବିମାନଯୋଗେ ଭାରତ ଅଣାଯିବ, ଏନେଇ ସୂଚନା ଦେଇଛି ବିଦେଶ ମନ୍ତ୍ରଣାଳୟ।

    ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ଭିତରେ ଜାରି ଯୁଦ୍ଧ ସୁଦାନକୁ ଅଶାନ୍ତ କରି ଦେଇଛି । ଆମେରିକା ଓ ସାଉଦୀ ଆରବର ମଧ୍ୟସ୍ଥଦା ପରେ ଉଭୟ ପକ୍ଷ 3 ଦିନ ପାଇଁ ଯୁଦ୍ଧରେ ବିରତି ଘୋଷଣା କରିଛନ୍ତି। ଏହି ସମୟରେ ସେଠାରେ ଥିବା ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ସମ୍ଭବ ହୋଇପାରିବ। 400ରୁ ଆଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 4 ହଜାର ଭାରତୀୟ ସେଠାରେ ଭୟ ଓ ଆତଙ୍କ ଭିତରେ କାଳାତିପାତ କରୁଛନ୍ତି।

    ସେମାନଙ୍କୁ ଉଦ୍ଧାର କରିବାକୁ ସରକାର ପକ୍ଷରୁ ଅପରେସନ କାବେରୀ ଆରମ୍ଭ କରାଯାଇଛି। 72 ଘଣ୍ଟାର ଯୁଦ୍ଧ ବିରତି ଘୋଷଣା ହୋଇଛି। ସୋମବାର ଏହି ଘୋଷଣା ପରେ ବିଦେଶ ମନ୍ତ୍ରୀ ଜୟ ଶଙ୍କର ସୂଚନା ଦେଇଛନ୍ତି କି, ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ବାହାର କରିବାକୁ ଅପରେଶନ କାବେରୀର ଆରମ୍ଭ କରାଯାଇଛି, ଯେଉଁଥିରେ 500 ଭାରତୀୟ ସୁଦାନ ବନ୍ଦରରେ ପହଞ୍ଚିସାରିଛନ୍ତି।

  • ବରଗଡ଼ରୁ ଛତିଶଗଡ଼, କେତେ ଦୌଡ଼ିବ ଗୁଡ୍ଡୁ ? ସବୁଠି ଜାଲ ବିଛାଇଲା ପୋଲିସ

    ବରଗଡ଼ରୁ ଛତିଶଗଡ଼, କେତେ ଦୌଡ଼ିବ ଗୁଡ୍ଡୁ ? ସବୁଠି ଜାଲ ବିଛାଇଲା ପୋଲିସ

    ୟୁପି ଗ୍ୟାଙ୍ଗଷ୍ଟର ଆତିକ୍ ଅହମ୍ମଦର ଖାସ୍ ତଥା ମୁଖ୍ୟ ସହଯୋଗୀ ଗୁଡ୍ଡୁ ମୁସଲିମ୍ କେଉଁଠି । ଆତିକର ହତ୍ୟା ପରେ ଏବେ ୟୁପି ପୋଲିସକୁ ଟେନସନ୍ ଦେଇଛି ଗୁଡ୍ଡୁ । ତାକୁ ଧରିବା ପାଇଁ ନାକେଦମ୍ ହେଲାଣି ପୋଲିସ । ସମୟ ଅନୁସାରେ ଲୋକେସନ୍ ବଦଳାଉଛି ‘ବୋମା ବିଶେଷଜ୍ଞ’। ହେଲେ ଦିନେ ନା ଦିନେ ତ ମାଡ଼ି ବସିବ ପୋଲିସ ।

    ଓଡ଼ିଶାରେ ୧୨ ଦିନ ଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ । ଏପ୍ରିଲ ୨ରୁ ୧୩ ତାରିଖ ଯାଏ ବରଗଡ଼ରେ ଲୁଚିଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏବେ କିନ୍ତୁ ବରଗଡ଼ରୁ ସିଧା ଛତିଶଗଡ଼ ପଳାଇଥିବା ନେଇ ଖବର ମିଳୁଛି । ମିରଟ,ଆଜମେର,ଝାନସୀ ଏବଂ ନାସିକ ପରେ ପୁନେ ଯାଇଥିଲା । ଶେଷରେ ବରଗଡ଼ ଆସିଥିଲା ଗୁଡ୍ଡୁ । STFକୁ ଚକମା ଦେଇ ବିଭିନ୍ନ ଜାଗା ବଦଳାଉଥିଲା । ବରଗଡ଼ରେ ଏକ ବ୍ୟାଗ୍ ଛାଡ଼ି ପଳାଇଥିବା ରିପୋର୍ଟରେ କୁହାଯାଇଛି । STF ଜେରା ବେଳେ ଗୁଡ୍ଡୁର ପ୍ରମୁଖ ସହଯୋଗୀ ରାଜା ଖାନ ଏଭଳି ସୂଚନା ଦେଇଛି ।

    ପ୍ରଥମେ ପୁରୀ ଆଉ ତାପରେ ବରଗଡ଼ । ଏଭଳି ଲିଙ୍କ୍ ସାମ୍ନାକୁ ଆସିବା ପରେ ରାଜ୍ୟ ପୋଲିସ ତତ୍ପରତା ଦେଖାଇଛି । ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ବରିଷ୍ଠ ତଥା ବଛାବଛା ଅଫିସରଙ୍କୁ ନେଇ ବୈଠକ ହୋଇଛି । ଘଟଣା ସମ୍ପର୍କରେ ବିଚାର ବିମର୍ଷ ମଧ୍ୟ ହୋଇଛି ।

    ସେପଟେ, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିଲା ରାଜା ଖାନ୍ । ତା ପାଖକୁ STF ଟିମ୍ ଆସିଥିଲା । ଗୁଡ୍ଡୁ ମୁସଲିମର ଡ୍ରାଇଭର ସହ ରାଜା ଖାନର ଲିଙ୍କ୍ ରହିଛି ଲିଙ୍କ । ଏବେ ଗୁଡ୍ଡୁ କେଉଁଠି ଲୁଚିବ, ଧରିବା ପାଇଁ ସବୁଠି ଜାଲ ବିଛାଇଛି ୟୁପି ପୋଲିସ ।