ଦାନ୍ତେୱାଡାରେ ନକ୍ସଲ ଆକ୍ରମଣ 10ରୁ ଅଧିକ ସହିଦ

ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ନକ୍ସଲ ଆକ୍ରମଣରେ 10 ଜିଲ୍ଳା ରିଜର୍ଭ ଗାର୍ଡ (ଡିଆରଜି)ପୋଲିସ କର୍ମଚାରୀଙ୍କ ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ଆଧିକାରିକ ସୂତ୍ରରୁସୂଚନା ଦିଆଯାଇଛି। ଗୁଇନ୍ଦା ତଥ୍ୟ ଆଧାରରେ ଏକ ମାଓ ଦମନ ଅପରେସନ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତକମାନେ ସମସ୍ତେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର। କାରଣ ରାଜ୍ୟ ପୋଲିସ ପକ୍ଷରୁ ଡିଆରଜି ଗଠନ କରାଯାଇ ସ୍ଥାନୀୟ ଆଦିବାସୀ ଯୁବକଙ୍କୁ ତାଲିମ ଦେଇ ନକ୍ସଲ ବିରୋଧୀ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା।

ଦାନ୍ତେୱାଡାର  ଅରନପୁର ଥାନା ଅଧୀନରେ ନକ୍ସଲ ଗତିବିଧି ନେଇ ସୂଚନା ମିଳିବା ପରେ ଡିଆରଜି ଟିମ ଆଣ୍ଟି ନକ୍ସଲ ଅପରେସନରେ ଯାଇ ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରି ଯାଞ୍ଚ କରିଥିଲେ। ଯାଞ୍ଚ ସାରି ଫେରିବା ବେଳେ ଅରନପୁର ଥାନା ଅଧୀନରେ ବିସ୍ଫୋରଣ ଘଟିଥିଲା। ନକ୍ସଲଙ୍କ ଦ୍ୱାରା ରାସ୍ତାରେ ପ୍ଲାଣ୍ଟ ହୋଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ଯବାନଙ୍କୁ ନେଇ ଯାଇଥିବା ଗାଡି ବିସ୍ଫୋରଣରେ ଉଡିଯାଇଥିଲା। ଗାଡିରେ ଥିବା ଯବାନଙ୍କ ମଧ୍ୟରୁ 10 ଡିଆରଜି ଯବାନଙ୍କ ସହ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

ଘଟଣା ପରେ ସେଠାରୁ ସେମାନଙ୍କ ମୃତଦେହ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଥିବା ବସ୍ତର ଜିଲ୍ଲା ଆଜି ପି ସୁନ୍ଦରରାଜ ସୂଚନା ଦେଇଛନ୍ତି। ଏହି ନକ୍ସ ଆକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବାଘେଲ କହିଛନ୍ତି କି, ଏହା ଏକ ଦୁଃଖଦ ଘଟଣା। ସହିଦ ହୋଇଥିବା ସମସ୍ତ ଯବାନଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ନକ୍ସଲଙ୍କ ସହ ଲଢେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ନକ୍ସଲଙ୍କୁ ତ୍ରାହୀ ନାହିଁ ବୋଲି କହିଛନ୍ତି ବାଘେଲ। କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ଅମିତ ସାହ ମଧ୍ୟ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି।  

Leave a Reply

Your email address will not be published. Required fields are marked *