କଟକରେ ୧୧ ଦିନିଆ ଆଦିବାସୀ ମେଳା, ପ୍ରଦର୍ଶିତ ହେବ ଲୋକନୃତ୍ୟ

କଟକ ଉପର ବାଲିଯାତ୍ରା ପଡ଼ିଆରେ ହେବ ଆଦିବାସୀ ମେଳା । ଆସନ୍ତା ୨୮ରୁ ୮ ତାରିଖ ଯାଏ ଚାଲିବ ଏହି ମେଳା । ଜିଲ୍ଲାରେ ଦ୍ୱିତୀୟ ଥର ପାଇଁ ଏହାର ଆୟୋଜନ କରାଯାଉଛି ।

ବାଲିଯାତ୍ରା ପଡ଼ିଆରେ ୧୧ ଦିନ ଧରି ଚାଲିବ ଆଦିବାସୀ ମେଳା । ଏଥିରେ ୧୨୦ରୁ ୧୪୦ଟି ଷ୍ଟଲ୍ ଲାଗିବ । ରାଜ୍ୟର ୧୩ଟି ଜିଲ୍ଲା ଏବଂ ୭ଟି ରାଜ୍ୟରୁ ଆଦିବାସୀ ଜନଜାତି ସମ୍ପ୍ରଦାୟ ଲୋକେ ଏଠାକୁ ଆସିବେ । ସେମାନଙ୍କ କଳାକୃତି ତଥା ଲୋକନୃତ୍ୟ ଏବଂ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ କଟକ ସର୍କିଟ୍ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସା-ପରିଚୟ ଫାଉଣ୍ଡେସନ୍ ମ୍ୟାନେଜିଂ ଟ୍ରଷ୍ଟି ସୁବାଶିଷ ଦାସ ସୂଚନା ଦେଇଛନ୍ତି । ଏହି ପ୍ରେସମିଟରେ ମେୟର ସୁବାସ ସିଂଙ୍କ ସମେତ ସା-ପରିଚୟ ଫାଉଣ୍ଡେସନର ବହୁ ସଦସ୍ୟ ଉପସ୍ଥିତ ଥିଲେ । …

Leave a Reply

Your email address will not be published. Required fields are marked *