ଜଗା ଦର୍ଶନକୁ ଆସିଥିବା ଦକ୍ଷିଣୀ ଭକ୍ତଙ୍କ ମୃତ୍ୟୁ

ଶ୍ରୀମନ୍ଦିରକୁ ଜଗା ଦର୍ଶନକୁ ଆସିଥିବା ଜଣେ ଦକ୍ଷିଣ ଭାରତୀୟ ଭକ୍ତଙ୍କ ମନ୍ଦିର ପରିସରରେ ଉଡିଗଲା ହଂସା। । ଭକ୍ତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଖୁସିବାସିରେ ଆସିଥିବା ପରିବାର କାନ୍ଦ ବୋବାଳିରେ ଫାଟିଗଲା ମେଡିକାଲ ପରିସର।

ବିଶାଖାପାଟନମର ଭି ଏସ ଦିବାକର ପାଖି ପରିବାର ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ ପୁରୀ। ନିୟମ ଅନୁଯାୟୀ ଧାଡିରେ ଯାଇ ପଦ୍ମମୁଖଙ୍କୁ କରିଥିଲେ ଦର୍ଶନ। ରତ୍ନ ସିଂହାଶନରେ ଦର୍ଶନ ସାରି ଯାଇଥିଲେ ମହାଲକ୍ଷ୍ମୀ ମନ୍ଦିର ଆଡକୁ। ମା’ଙ୍କୁ ଭାବ ବିହ୍ୱଳ ହୋଇ ଦର୍ଶନ କରୁଥିବା ବେଳେ ହଠାତ୍ ସେଠାରେ ବେହୋସ ହୋଇ ପଡିଯାଇଥିଲେ ଦିବାକର। ପରିବାର ଲୋକେ ମନ୍ଦିର କର୍ମକର୍ତ୍ତାଙ୍କ ସହାୟତାରେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *