AAPର ଶୈଲି ଓବରାୟ ହେଲେ ଦିଲ୍ଲୀ ମେୟର

ଆମ ଆଦମି ପାର୍ଟିର ଶୈଲି ଓବରାୟଙ୍କୁ ଦିଲ୍ଲୀର ମେୟର ଭବେ ନିର୍ବାଚିତ କରାଯାଇଛି । ଦିଲ୍ଲୀରେ ଆଜି ହେବାକୁ ଥିବା ମେୟର ନିର୍ବାଚନ ପୂର୍ବରୁ ବିଜେପି ନିଜର ଆଶାୟୀ ପ୍ରାର୍ଥୀ ଶିଖା ରାୟ ଆଉ ଡେପୁଟି ମେୟର ପ୍ରାର୍ଥୀ ସୀମା ପାଣ୍ଡ୍ୟଙ୍କ ନାମ ପ୍ରତ୍ୟାହାର କରିନେଇଛି । ବିଜେପି ମେୟର ନିର୍ବାଚନ ଲଢିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କାହିଁକି ନା ବିଜେପି ସଂଖ୍ୟା ଗରିଷ୍ଠତା ନପାଇ ମଧ୍ୟ ଯେଉଁପରି ଭାବେ ନାଟକ କରୁଥିଲା ତାହା କାହାକୁ ଅଛପା ନାହିଁ । କ୍ଷମତା ଲୋଭରେ ଅନ୍ଧ ହୋଇଯାଇଥିବା ବିଜେପି ଆଉ ସେପଟେ ଆମ ଆଦମି ପାର୍ଟି ମଧ୍ୟରେ ବିଧାନସଭାରେ ହୋଇଥିବା ଖଣ୍ଡଯୁଦ୍ଧ ଦେଶର ରାଜନେତାଙ୍କ ବାସ୍ତବ ମୁଖା ଖୋଲିଦେଇଥିଲା ।

ସବୁଠୁ ଆଶ୍ଚର୍ଯ୍ୟର କଥା, ଦିଲ୍ଲୀ ଏମସିଡି ନିର୍ବାଚନରେ ବିଜେପି ହାରି ମଧ୍ୟ ନିଜକୁ ମେୟର ଭାବେ ଦାବି କରୁଥିଲା । ଯାହାକୁ ନେଇ ଅନେକ ହଙ୍ଗାମା ଦେଖିବାକୁ ମିଳିଥିଲା । ବିଜେପି ଭଲଭାବେ ଜାଣିସାରିଥିଲା ଯେ ଆମ ଆଦମି ପାର୍ଟିରୁ ମେୟର ହେବା ନଶ୍ଚୟ । ହେଲେ କେବଳ ଦିଲ୍ଲୀରେ ନିଜର ରାଜନୈତିକ ଅସ୍ତିତ୍ବକୁ ବଞ୍ଚାଇବା ପାଇଁ ଏପରି ଅଜବ କୌଶଳ ଆପଣାଉଥିଲା । ନିଜର ପ୍ରତ୍ୟାସୀଙ୍କୁ ନିର୍ବାଚନରୁ ପ୍ରତ୍ୟାହାର କରିବା ପରେ ବିଜେପି ଲୋକଙ୍କୁ ଜଣାଇବା ପାଇଁ ଅନେକ ଭାବନାତ୍ମ ଉକ୍ତିର ସାହାରା ନେଇଛି । ବିଜେପିର ମେୟର ପ୍ରତ୍ୟାସୀ ଶିଖା ରାୟ କହିଛନ୍ତି, ମତେ ଭୋଟ ଦେବାକୁ ଚାହୁଁଥିବା ସମସ୍ତ କାଉନସିଲରଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

Leave a Reply

Your email address will not be published. Required fields are marked *