କୋରୋନା ନେଉଛି ଜୀବନ, ୨୪ ଘଣ୍ଟାରେ ରାଜ୍ୟ ଓ ଦେଶରେ କେତେ ?

ଦିନକରେ ରାଜ୍ୟରେ ୫୪୨ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ରାଜ୍ୟରେ ୩୨୭୦ ସକ୍ରିୟ ସଂକ୍ରମିତ ଥିବାବେଳେ ୩୫୭ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ଠାରୁ ସଂକ୍ରମିତ ହାର ଅଧିକ ରହୁଛି ଯାହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାଜନକ ।

ରାଜ୍ୟରେ କୋରୋନା ମୁକାବିଲା ପାଇଁ ସରକାର କଟକଣା ଲାଗୁ କଲେଣି । ରାଜ୍ୟରେ ଥିବା ସମସ୍ତେ ମେଡିକାଲରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିଭଳି, ଭିଡ଼ ନ ଜମାଇ ତଥା ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ,ଦେଶରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ଦେଶରେ ୯୬୨୯ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଦିନକରେ ୨୯ ଜଣଙ୍କ ଜୀବନ ନେଇଛି କୋରୋନା । ଦିନକରେ ସୁସ୍ଥ ହୋଇଛନ୍ତି ୧୧,୯୬୭ ଜଣ ଆକ୍ରାନ୍ତ ।

Leave a Reply

Your email address will not be published. Required fields are marked *