ଇଣ୍ଟରନେଟରେ ପ୍ରଶଂସା ସାଉଁଟୁଛନ୍ତି ଏହି ମା’…

ମା’…ଦୁନିଆର ସବୁଠୁ ମଧୁର ଶବ୍ଦ । ଜନ୍ମରୁ ମୃତ୍ୟୁ, ସୁଖଦୁଃଖର ସାଥୀ ମା’…। ସେ ଗରିବ ହୁଅନ୍ତୁ ଅବା ଧନୀ, ସବୁବେଳେ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ଚିନ୍ତିତ । ଯେତେବେଳେ ସର୍ବାଧିକ କଷ୍ଟ, ଯନ୍ତ୍ରଣା ହୁଏ ସେତେବେଳେ ମା’ହିଁ ସାହାରା ବନିଥାଏ । କାରଣ ପ୍ରଥମ ଶବ୍ଦ ଥାଏ ମା’। ତାର ସ୍ନେହ, ପ୍ରେମ ଏବଂ ଭଲପାଇବା ହିଁ ପିଲାଙ୍କୁ ଦିଗଦର୍ଶନ ଦେଇଥାଏ । ସେହି ହିଁ ଗଠନର ପ୍ରଥମ ସୋପାନ । ସେ ହିଁ ଶିକ୍ଷାର ସୃଷ୍ଚିକର୍ତ୍ତା । ସେ ହିଁ ପ୍ରଥମ ଶିକ୍ଷୟିତ୍ରୀ ।

ପିଲାଙ୍କ ପାଇଁ ମା’ସବୁକିଛି କରିପାରେ । ଏମିତି କିଛି ଭିଜୁଆଲ୍ ଆସିଛି ଯାହା ଆପଣଙ୍କୁ ନିଶ୍ଚିତ ଚିନ୍ତାରେ ପକାଇବ । ମୁକେଶ ଫୌଜି ନାମକ ଜଣେ ବ୍ୟକ୍ତି ଏମିତି କିଛି ଭିଡିଓ ଛାଡ଼ିଛନ୍ତି ଯାହାର ଭ୍ୟୁୟରସିପ୍ ପାଖାପାଖି ଦେଢ଼ ଲକ୍ଷ ହେଲାଣି । ମା’କାହିଁକି ଶ୍ରେଷ୍ଠ, ଭିଜୁଆଲ୍ ଦେଖିଲେ ଆପଣ ଜାଣିପାରିବେ ।

ଆର୍ଥିକ ସ୍ଥିତି ଭଲ ନାହିଁ । ପରିବାର ଚଳିବ କିପରି । ଘରେ ଦୁଇ ଦୁଇ ଶିଶୁ । ସେମାନଙ୍କ ପାଠପଢ଼ା ହେବ କିପରି । ତଥାପି ମା’ପଛକୁ ହଟିନି । ରାସ୍ତାକଡ଼ର ବିକ୍ରେତା ସାଜିଛି ସେହି ମା’। ଫୁଲ, ଫଳ ବିକ୍ରି କରିବା ସହ ପିଲାଙ୍କ ଉପରେ ନଜର ପଡ଼ିଛି । ରାସ୍ତାକଡ଼ରେ ବସିଥିବା ଦୁଇ ଛୁଆଙ୍କୁ ମା’ନିଜେ ପାଠ ପଢ଼ାଉଛନ୍ତି । ସେମାନଙ୍କୁ ଶିକ୍ଷିତ କରିବା ପାଇଁ ମା’ଙ୍କ ଏହି ପ୍ରୟାସ ସର୍ବଦା ସ୍ମରଣୀୟ । ସ୍ଥିତି ଯାହା ହେଉନା କାହିଁକି ସେ ତ ମା’ ନା…।

ଜଣେ ଶିକ୍ଷିତା ଏବଂ ସଚେତନ ମା’ ନିଜ ପରିବାର ତଥା ଦେଶକୁ ଆଗେଇ ନେବାର ଶକ୍ତି ଓ ସାମର୍ଥ୍ୟ ରଖନ୍ତି । ପିଲାକୁ ୧୦ ମାସ ପର୍ଯ୍ୟନ୍ତ ଗର୍ଭରେ ଧାରଣ କରିବାର କଷ୍ଟଠାରୁ ଆରମ୍ଭ କରି ଜନ୍ମ ଯନ୍ତ୍ରଣା ସହିବା ପର୍ଯ୍ୟନ୍ତ ଓ ପରିବାରର ଲାଳନପାଳନ ପାଇଁ ନିଃସ୍ୱାର୍ଥପର ଭାବରେ ସେବା କରିବାର ଉଦାହରଣ ହେଉଛି ମା’। କଥାରେ ଅଛି ମା’ନାହିଁ ଯାହାର ସାହା ନାହିଁ ତାହାର…। ଏ ଭିଡିଓ ଦେଖିଲେ ମର୍ମେ ମର୍ମେ ଆପଣ ନିଶ୍ଚିତ ଏହାକୁ ଅନୁଭବ କରିପାରୁଥିବେ । ତେଣୁ ଦୁନିଆର ସବୁ ମା’ଙ୍କୁ Suchanatv24x7 ତରଫରୁ କୋଟିକୋଟି ପ୍ରଣାମ …।

Leave a Reply

Your email address will not be published. Required fields are marked *