ପଞ୍ଜାବ ରାଜନୀତିର ଜଣେ ସୁଦକ୍ଷ ନେତା ଥିଲେ ପ୍ରକାଶ ସିଂ ବାଦଲ, ତାଙ୍କ ବିୟୋଗରେ 2 ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷିତ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏକ ସପ୍ତାହ ତଳେ ମୋହାଲିର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆଇସିୟୁରେ ଥିବା ବେଳେ ଗତକାଲ ରାତି 8.28 ମିନିଟରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ପଞ୍ଜାବର ଭଟିଣ୍ଡା ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ପ୍ରକାଶ ସିଂ ବାଦଲଙ୍କ ମୃତ୍ୟୁରେ ଦୁଇ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ ନେତା ଶୋକ ପ୍ରକାଶ କରିଛନ୍ତି ।

ବୟସାଧିକ କାରଣରୁ ବାଦଲ ସକ୍ରିୟ ରାଜନୀତିରୁ ଦୂରେଇ ରହୁଥିଲ । ଗତବର୍ଷ ମଧ୍ୟ ତାଙ୍କ ଦେହ ଅସୁସ୍ଥ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଧିକାଂଶ ସମୟରେ ତାଙ୍କ ଦେହ ଅସୁସ୍ଥ ରହୁଥିଲା ।

ପ୍ରକାଶ ଗାଁ ସରପଞ୍ଚରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ବେଳେ ଧିରେ ପଞ୍ଜାବ ରାଜନୀତିରେ ଜଣେ ଟାଣୁଆ ନେତା ଭାବେ ନିଜର ଦକ୍ଷତା ଦେଖାଇଥିଲେ । ଏହାପରେ ସେ ପଞ୍ଜାବର 5 ଥର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି ।

ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ୧୯୨୭ ମସିହା ଡିସେମ୍ବର ୮ରେ ପଞ୍ଜାବର ଏକ ଛୋଟିଆ ଗାଁ ଅବୁଲ କୁରାନାରେ ହୋଇଥିଲା । ସେ ପ୍ରଥମ କରି 1950 ମସିହାରେ ଅକାଳି ପାର୍ଟିର ସଦସ୍ୟ ଭାବେ ଯୋଗଦେବା ସହ ତାଙ୍କର ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । 1957 ମସିହା ବେଳକୁ ତାଙ୍କର ବୟସ ଥିଲା 30 । ଆଉ ସେ 30 ବର୍ଷ ବୟସରେ ପ୍ରଥମ ଥର ପାଇଁ କଂଗ୍ରେସ ଦଳରୁ ଟିକେ ପାଇ ପଞ୍ଜାବ ବିଧାନସଭା ନିର୍ବାଚନରେ ଜିତିଥିଲେ ।

୧୯୨୭ ମସିହା ଡିସେମ୍ବର ୮ରେ ପଞ୍ଜାବର ଅବୁଲ କୁରାନା ଗାଁରେ ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ହୋଇଥିଲା। ସେ ୧୯୫୦ରେ ଅକାଳି ଦଳ ପାର୍ଟିର ସଦସ୍ୟ ଭାବେ ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲା। ୧୯୫୭ ମସିହାରେ ମାତ୍ର ୩୦ ବର୍ଷ ବୟସରେ ସେ ପ୍ରଥମ ଥର ଲାଗି କଂଗ୍ରେସ ଟିକଟରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପଞ୍ଜାବର ବିକାଶ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏହାପରେ ତାଙ୍କର ରାଜନୀତି କ୍ୟାରିୟରରେ ଅନେକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡିହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *