IPL : RCB ବିପକ୍ଷରେ କମବ୍ୟାକ୍ କରିବାକୁ KKRର ଲକ୍ଷ୍ୟ

IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ବେଙ୍ଗାଳୁରୁରେ ସନ୍ଧ୍ୟା ୭.୩୦ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ ।

ବାଙ୍ଗାଲୋର ଏଯାଏ ୭ଟି ମ୍ୟାଚ୍ ଖେଳି ୪ଟିରେ ବିଜୟୀ ହୋଇଛି । କୋହଲି, ଡୁପ୍ଲେସିସ୍ ଏବଂ ମାକ୍ସୱେଲ୍ ପୁରା ଫର୍ମରେ ଅଛନ୍ତି । ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳୁଛନ୍ତି ମହମ୍ମଦ ସିରଜ । ପ୍ରତି ମ୍ୟାଚରେ ଆରମ୍ଭରୁ ହିଁ ସେ ୱିକେଟ୍ ନେଉଛନ୍ତି । ସାଥ୍ ଦେବା ପାଇଁ ହାସରଙ୍ଗା, ହର୍ଷଲ ପଟେଲ ବି ଅଛନ୍ତି । ତେଣୁ ଆଜିର ମ୍ୟାଚ୍ ଜିତିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଆରସିବି ।

ସେପଟେ, କୋଲକାତା କିନ୍ତୁ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି । ୭ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟୀ ହୋଇଛି ଟିମ୍ । ବିସ୍ଫୋରକ ରସେଲ, ନାରିନ୍ ଆଉଟ୍ ଅଫ୍ ଫର୍ମରେ ଅଛନ୍ତି । ସେମାନଙ୍କ ବ୍ୟାଟ୍ ଚାଲୁନି । ଅଧିନାୟକ ନିତିଶ ରାଣା ଏବଂ ଭେଙ୍କେଟସ ଆୟାର ଫୁଲ୍ ଫର୍ମରେ ଥିବାବେଳେ ଶେଷରେ ରିଙ୍କୁ ସଂ ନିଜର ଦମ୍ ଦେଖାଉଛନ୍ତି । ତେଣୁ ଆଜି ବିଜୟୀ ହେବାକୁ ସମସ୍ତେ ପ୍ରୟାସ କରିବେ । ଗତକାଲି ଏକ ମ୍ୟାଚରେ ମୁମ୍ବାଇକୁ ୫୫ ରନରେ ହରାଇଥିଲା ଗୁଜରାଟ ।

Leave a Reply

Your email address will not be published. Required fields are marked *