ବ୍ଲାକମେଲ୍ କରୁଥିଲେ, ରାଜସ୍ଥାନରୁ ଧରିଲା ସାଇବର ପୋଲିସ

କଟକରୁ ରାଜସ୍ଥାନ । ବରିଷ୍ଠ ନାଗରିକଙ୍କୁ ନଗ୍ନ ଭିଡିଓ କଲ୍ କରୁଥିଲେ । ଶେଷରେ ଅଭିଯୁକ୍ତମାନଙ୍କୁ ମାଡ଼ି ବସିଛି ସାଇବର ପୋଲିସ ।

ବରିଷ୍ଠ ନାଗରିକଙ୍କୁ ନ୍ୟୁଡ୍ ଭିଡିଓ କଲ୍ କରୁଥିଲେ ସାଇବର ଲୁଟେରା । ଟାଇମ୍ ପାସ୍ କରି ବେଶ୍ ମଜା ନେଉଥିଲେ । କିନ୍ତୁ ଭବିଷ୍ୟତରେ ଗିରଫ ହେବେ ଏକଥା ବୋଧେ ଜାଣିନଥିଲେ । କଟକର କିଛି ବରିଷ୍ଠ ନାଗରିକଙ୍କୁ ଜାଲରେ ଫସାଇଥିଲେ ସାଇବର ବ୍ଲକମେଲର । ନଗ୍ନ ଭିଡିଓ କଲ୍ କରି ବ୍ଲାକମେଲ୍ କରୁଥିଲେ । ଦାବି କରୁଥିଲେ ମୋଟା ଅଙ୍କ । ଫଟାଫଟ ଟଙ୍କା ଦିଅ ନଚେତ୍ ସୋସିଆଲ୍ ସାଇଟରେ ଇଜ୍ଜତ ଯିବ ମାନେ ତୁମର ନଗ୍ନ ଚିତ୍ର ସମସ୍ତେ ଦେଖିବେ । ଡରାଉଥିଲେ, ଧମକାଉଥିଲେ ଆଉ ଟଙ୍କା ପାଇ ମାଲେମାଲ ହେଉଥିଲେ । ପାଖାପାଖି ସାଢ଼େ ଆଠ ଲକ୍ଷ ଟଙ୍କା ନେବା ପରେ ଆରମ୍ଭ ହେଲା ଆକ୍ସନ ।

କଟକ ସାଇବର ଥାନାରେ ଏ ନେଇ ଅଭିଯୋଗ କଲେ ବ୍ଲାକମେଲର ଶିକାର ବନିଥିବା ବରିଷ୍ଠ ନାଗରିକ । ତଦନ୍ତ ଆରମ୍ଭ ସହ ରାଜସ୍ଥାନ ଗଲା ଏକ ଟିମ୍ । ଭରତପୁରରେ ସାଇବର ଲୁଟେରା ଗ୍ୟାଙ୍ଗ ଠାବ ସହ ୨ ଜଣଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ଠାରୁ ୧ ଲକ୍ଷ ଟଙ୍କା, ୧୬ଟି ମୋବାଇଲ୍, ୨୦ଟି ସିମ୍ ମଧ୍ୟ ଜବତ କରାଯାଇଛି । ରାଜସ୍ଥାନରୁ କଟକ ଆଣି ଏବେ ପଚରାଉଚୁରା କରୁଛି ସାଇବର ଥାନା ପୋଲିସ ।

Leave a Reply

Your email address will not be published. Required fields are marked *