କାର ସୋ ରୁମ ବିରୋଧରେ ମାଲିକଙ୍କ ଅଭିନବ ପ୍ରତିବାଦ

ଘୋଡା ଓ ବଳଦ ଗାଡି ଟାଣିଥିବା ଦେଖିଥିବେ କି ଶୁଣିଥିବେ। ହେଲେ କେବେ ଗଧ ଗାଡି ଟାଣିବା, ତା ପୁଣି କାର ଟାଣିବା କେହି ଦେଖି ନ ଥିବେ। କିନ୍ତୁ ରାଜସ୍ଥାନରେ କାର ଟାଣୁଛି ଗଧ। ଦୁଇ ଗଧ ଦ୍ୱାରା କାର ଟଣାଯିବାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।  ଜଣେ କାର ମାଲିକଙ୍କ ପ୍ରତିବାଦ ସ୍ୱରୂପ ଗଧ ଦ୍ୱାରା ଟଣାଇଛନ୍ତି ନିଜ କାରକୁ।

 ରାଜସ୍ଥାନର ଉଦୟପୁରର ସୁନ୍ଦରୱାସରେ ରହୁଥିବା ରାଜ କୁମାର ଗୟାରୀଙ୍କ ପରିବାର ଏକ କାର ୧୭.୫୦ ଲକ୍ଷ ଟଙ୍କାରେ କିଣିଥିଲେ। କିନ୍ତୁ କାର ନୂଆରୁ ହିଁ ବାରମ୍ବାର ଖରାପ ହେଉଥିଲା। ତେଣୁ ଦୁଇଥର ଗଡିର ସର୍ଭିସିଂ ମଧ୍ୟ କରାଇଥିଲେ ସୋ ରୁମର ପରାମର୍ଶ କ୍ରମେ। ତଥାପି କାର ଠିକ ହୋଇ ନ ଥିଲା। ଏଥିରେ ଅତିଷ୍ଠ ହୋଇ ରାଜକୁମାର କାର କିଣିଥିବା ସୋ ରୁମ ବିରୋଧରେ ଆପଣେଇଥିଲେ ନିଆରା ପ୍ରତିବାଦ।

କାରକୁ ମଙ୍ଗଳବାର ଦୁଇଟି ଗଧ ଦ୍ୱାରା ଟାଣି ଶୋ’ ରୁମ ଯାଏ ନେଇଥିଲେ। ଏଥିସହ ଲୋକଙ୍କୁ ଜଣାଇବାକୁ ଡ୍ରମ୍‌ ମଧ୍ୟ ବଜାଇଥିଲେ। ରାଜକୁମାରଙ୍କ ଏମିତି କାଣ୍ଡ ଦେଖି ସୋ ରୁମ ମାଲିକଙ୍କ ଅକଲ ଗୁଡୁମ ହୋଇଯାଇଥିଲା। କାରକୁ ରଖି ସେଥିରେ ଥିବା ସବୁ ସମସ୍ୟାର ସମାଧାନ କରିବା ପରେ ମାଲିକଙ୍କୁ ଦିଆଯିବ ବୋଲି ସୋ ରୁମ ପକ୍ଷରୁ ଦିଆଯାଇଛି ନିର୍ଭର ପ୍ରତିଶ୍ରୁତି।

Leave a Reply

Your email address will not be published. Required fields are marked *