ପୁଣି ଶବ ବ୍ୟବଚ୍ଛେଦର ଆବଶ୍ୟକତା ରହିଛି: କୋଲକାତା ହାଇକୋର୍ଟ

ମୃତ୍ୟୁର ୭ ମାସ ପରେ ଆଇଆଇଟି ଖଡଗପୁରର ଛାତ୍ର ଫୈଜାନ ଅହମଦଙ୍କ ମୃତଦେହକୁ କବରରୁ ବାହାର କରି ପୁଣି ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକତା ହାଇକୋର୍ଟ। ଗତବର୍ଷ ଅକ୍ଟୋବର ୧୪ରେ ତାଙ୍କ ଝୁଲନ୍ତା ମୃତଦେହ ତାଙ୍କ ହଷ୍ଟେଲ ରୁମ୍‌ରୁ ମିଳିଥିଲା। କଲେଜ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା କହିଥିବା ବେଳେ ପରିବାର ଲୋକେ ରାଗିଂରୁ ପୁଅକୁ ହତ୍ୟା କରାଯାଇଥିଲା ବୋଲି ଅଭିଯୋଗ ଆଣି କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋଲକତା ହାଇକୋର୍ଟ ଆଇଆଇଟି ଖଡଗପୁର କଲେଜ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିବା ସହ ରାଗିଂ ରୋକିବାକୁ କ’ଣ ପଦକ୍ଷେପ ନିଆଯାଇଛି ତାହା ସ୍ପଷ୍ଟ କରିବାକୁ କୁହାଯାଇଛି। ଏଥିରେ ପୁଣି ଥରେ ଫୈଜାନଙ୍କ ଶବବ୍ୟବଚ୍ଛେଦ କରାଯିବାର ଆବଶ୍ୟକତା ଥିବା କହିଛନ୍ତି ହାଇକୋର୍ଟ। ତେଣୁ ଫୈଜାନଙ୍କ ମୃତଦେହକୁ ଆସାମର ଦିବ୍ରୁଗଡ଼ରୁ କୋଲକତା ଅଣାଯାଇ ମେଡିକାଲ କଲେଜରେ ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ଜୁନ୍‌ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଯୋଗ୍ୟ, ଫୈଜାନ ଅହମଦ ଖଡଗପୁର ଆଇଆଇଟିରେ ତୃତୀୟ ବର୍ଷ ମେକାନିକାଲ ଇଞ୍ଜିନିୟରିଂରେ ପଢୁଥିଲେ। ଅକ୍ଟୋବର ୧୪ରେ ତାଙ୍କ ହଷ୍ଟେଲର କୋଠରୀରୁ ଫୈଜାନଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। କେଲଜ ପକ୍ଷରୁ ଏହାକୁ ଏକ ଆତ୍ମହତ୍ୟା କୁହାଯାଇଲା। କିନ୍ତି ଫୈଜାନଙ୍କ ଶରୀରର ବିଭିନ୍ନ ଅଂଶରେ ଚିହ୍ନ ଥିଲା। ମୁଣ୍ଡ ପଛ ପଟେ ଗଭୀର ଚୋଟ, ହାତର ଶୀରା କଟା ଯାଇଥିଲା। ତେଣୁ ପୁଅକୁ ପିଟି ପିଟି ମାରି ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ପରିବାରର ଅଭିଯୋଗକୁ ଗ୍ରହଣ କରି ନ ଥିଲା। ତେଣୁ ପରିବାର ଲୋତେ କୋଲକତା ହାଇକୋର୍ଟକୁ ଯାଇଥିଲେ।

Leave a Reply

Your email address will not be published. Required fields are marked *