ମେ’ ୧ରେ ABWJA OF INDIA ପକ୍ଷରୁ ଆଲୋଚନାଚକ୍ର, ଜାଣନ୍ତୁ ଯୋଗଦେବେ କିଏ ?

ABWJA OF INDIA ବା ଆପେକ୍ସ ବଡି ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ମେ’୧ ତାରିଖରେ ଛତିଶଗଡ଼ ରାୟପୁରର ବୃନ୍ଦାବନ ହଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।

ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏଥିରେ ଯୋଗଦେବେ । ଓଡ଼ିଶାର ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମଧ୍ୟ ଏଥିରେ ସାମିଲ ହେବେ । ସେହିପରି ଓଡ଼ିଆ ଖବରକାଗଜ ‘ପର୍ଯ୍ୟବେକ୍ଷକ’ଏଡିଟର ପବିତ୍ର ମୋହନ ସାମନ୍ତରାୟ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ବିଧାୟକ, ଓଡ଼ିଆ ଖବରକାଗଜ ସମ୍ବାଦ’ର ଏଡିଟର ଇନ୍ ଚିଫ୍ ତଥା କନକ ନ୍ୟୁଜ୍ ଚ୍ୟାନେଲ ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ କାର୍ଯ୍ୟକ୍ରମରେ ଯୋଗଦେବେ । ରାୟପୁରର ବରିଷ୍ଠ ଓକିଲ ନିବେଦିତା ମିଶ୍ର, ଓଡ଼ିଶା ଷ୍ଟେଟ୍ ୟୁନାଇଟେଡ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ସଞ୍ଜୟ ଦାସ, ହିନ୍ଦୀ ଦୈନିକ ନ୍ୟୁଜପେପର ଏଡିଟର ମହମ୍ମଦ ତାହିର ହେଦାରୀ ଜୀ ମଧ୍ୟ ଆଲୋଚନାଚକ୍ରରେ ସାମିଲ ହେବେ ।

Leave a Reply

Your email address will not be published. Required fields are marked *