ମାତ୍ର କିଲେ ଗଞ୍ଜେଇ ପାଇଁ ଫାଶୀ

ଗଞ୍ଜେଇ ଚୋରାଚାଲାଣ ମାମଲାରେ ସିଙ୍ଗାପୁରରେ ଜଣେ ବ୍ୟକ୍ତିଙ୍କୁ ଫାଶୀ ଦିଆଯାଇଛି। 46 ବର୍ଷୀୟ ଟାଙ୍ଗରାଜୁ ସୁପିୟାଙ୍କୁ  ସିଙ୍ଗାପୁରର ଚାଙ୍ଗି ଜେଲ ପରିସରରେ ଫଶୀ ମିଳିଛି।  ଟାଙ୍ଗାରାଜୁ ପ୍ରାୟ 1 କେଜି ଗଞ୍ଜେଇ ଚୋରା ଚାଲାଣ କାରବାରରେ ଧରାପଡ଼ିବା ପରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ତେବେ ସେଠାକାର ମାନବାଧିକାର ସଂଗଠନ ତଥା ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ପକ୍ଷରୁ ଦଣ୍ଡାଦେଶରେ କୋହଳ ପାଇଁ ନିବେଦନ କରାଯାଇଥିଲେ ମଧ୍ୟ ସିଙ୍ଗାପୁର ସରକାର ଏଥିପ୍ରତି ଧ୍ୟାନ ଦେଇ ନ ଥିଲା। କାରଣ ସିଙ୍ଗାପୁରରେ ନିଶା ଚୋରା ଚାଲାଣ ଉପରେ ରହିଛି କଠୋର ନିୟମ।

2017ରେ ଟାଙ୍ଗରାଜୁଙ୍କ ଠାରୁ 1 କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା ଓ 2018ରେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା। ତେବେ ଏହି ଦଣ୍ଡ କୋହଳ କରିବା ନିମନ୍ତେ ତାର ପରିବାର ସମେତ ବିଭିନ୍ନ ମାନବାଧିକାର ପକ୍ଷରୁ ବହୁ ପ୍ରୟାସ କରାଯାଇଥିଲା, ଯାହା ଶେଷରେ ବିଫଳ ହୋଇଛି।

ଖାଲି ସିଙ୍ଗାପୁର ନୁହେଁ, ବିଶ୍ୱର ଏମିତି ଅନେକ ଦେଶ ରହିଛି, ଯେଉଁଠି ନିଶା କାରବାର ଓ ଚୋରା କାରବାର ବିରୋଧରେ ରହିଛି କଡା ଆଇନ। ସେହି ସବୁ ଦେଶ ଭିତରେ ରହିଛି, ଆମେରିକା, ଚୀନ, ଥାଇଲ୍ୟାଣ୍ଡ, ମାଲେସିଆ, ସାଉଦୀ ଆରବ ଓ ଇଣ୍ଡୋନେସିଆ।

Leave a Reply

Your email address will not be published. Required fields are marked *