ଦିଲ୍ଲୀ ମଥୁରା ରୋଡ଼ରେ ଥିବା ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ବୋମାରେ ଉଡାଇକୁ ଆସିଛି ଧମକ

ଦିଲ୍ଲୀରେ ଏକ ସ୍କୁଲକୁ ବମରେ ଉଡାଇ ଦେବାକୁ ଆସିଛି ଧମକ । ମଥୁରା ରୋଡ଼ରେ ଥିବା ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ଏହି ଧମକ ଆସିଛି । ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଏହାର ଅନୁସନ୍ଧାନ କରୁଛନ୍ତି ।

ଏହି ଖବର ପାଇବା କ୍ଷଣି ତୁରନ୍ତ ବିଦ୍ୟାଳୟରେ ପହଞ୍ଚିଯାଇଥିଲେ ସ୍ଥାନୀୟ ବାସିନ୍ଦା ଆଉ ଅଭିଭାବକ । କଳେମାତ୍ର ବିଳମ୍ବ ନକରି ଅଭିଭାବକ ମାନେ ନିଜ ପିଲାଙ୍କୁ ସ୍କୁଲରୁ ଘରକୁ ନେଇଯାଇଥିଲେ ।

ଘଟଣାର ତଦନ୍ତ କରୁଥିବା ପୋଲିସ କହିଛନ୍ତି ଯେ, ଇ-ମେଲ ଯୋଗେ ଧମକ ଆସିଥିବା ବେଳେ ବର୍ତ୍ତମାନ ଏହାର ତଦନ୍ତ ଚାଲିଛି । ଅନୁସନ୍ଧାନ ପରେ ହିଁ ଅଧିକ ତଥ୍ୟ ସାମ୍ନାକୁ ଆସିବ । ସେପଟେ ଦକ୍ଷିଣ ପୂର୍ବ ଡିସିପି ରାଜେଶ ଦେନ୍ କହିଛନ୍ତି ଯେ, ଏପର୍ଯ୍ୟନ୍ତ ସ୍କୁଲ୍ ପରିସରରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ ଆଉ ସ୍ଥିତି ସ୍ବାଭାବିକ ରହିଛି । ବମ୍ ଡିସପୋଜାଲ୍ ସ୍କ୍ବାର୍ଡ଼, ଡଗ୍ ସ୍କ୍ବାର୍ଡ଼ ବିଦ୍ୟାଳୟ ପରିସରରେ ଅନୁସନ୍ଧାନ ଜାରି ରଖିଛନ୍ତି ।

ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ସକାଳ ପ୍ରାୟ ୮.୧୦ ମିନିଟରେ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟାଳୟକୁ ଖାଲି କରିଥିଲେ ।

Leave a Reply

Your email address will not be published. Required fields are marked *