ବରଗଡ଼ରୁ ଛତିଶଗଡ଼, କେତେ ଦୌଡ଼ିବ ଗୁଡ୍ଡୁ ? ସବୁଠି ଜାଲ ବିଛାଇଲା ପୋଲିସ

ୟୁପି ଗ୍ୟାଙ୍ଗଷ୍ଟର ଆତିକ୍ ଅହମ୍ମଦର ଖାସ୍ ତଥା ମୁଖ୍ୟ ସହଯୋଗୀ ଗୁଡ୍ଡୁ ମୁସଲିମ୍ କେଉଁଠି । ଆତିକର ହତ୍ୟା ପରେ ଏବେ ୟୁପି ପୋଲିସକୁ ଟେନସନ୍ ଦେଇଛି ଗୁଡ୍ଡୁ । ତାକୁ ଧରିବା ପାଇଁ ନାକେଦମ୍ ହେଲାଣି ପୋଲିସ । ସମୟ ଅନୁସାରେ ଲୋକେସନ୍ ବଦଳାଉଛି ‘ବୋମା ବିଶେଷଜ୍ଞ’। ହେଲେ ଦିନେ ନା ଦିନେ ତ ମାଡ଼ି ବସିବ ପୋଲିସ ।

ଓଡ଼ିଶାରେ ୧୨ ଦିନ ଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ । ଏପ୍ରିଲ ୨ରୁ ୧୩ ତାରିଖ ଯାଏ ବରଗଡ଼ରେ ଲୁଚିଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏବେ କିନ୍ତୁ ବରଗଡ଼ରୁ ସିଧା ଛତିଶଗଡ଼ ପଳାଇଥିବା ନେଇ ଖବର ମିଳୁଛି । ମିରଟ,ଆଜମେର,ଝାନସୀ ଏବଂ ନାସିକ ପରେ ପୁନେ ଯାଇଥିଲା । ଶେଷରେ ବରଗଡ଼ ଆସିଥିଲା ଗୁଡ୍ଡୁ । STFକୁ ଚକମା ଦେଇ ବିଭିନ୍ନ ଜାଗା ବଦଳାଉଥିଲା । ବରଗଡ଼ରେ ଏକ ବ୍ୟାଗ୍ ଛାଡ଼ି ପଳାଇଥିବା ରିପୋର୍ଟରେ କୁହାଯାଇଛି । STF ଜେରା ବେଳେ ଗୁଡ୍ଡୁର ପ୍ରମୁଖ ସହଯୋଗୀ ରାଜା ଖାନ ଏଭଳି ସୂଚନା ଦେଇଛି ।

ପ୍ରଥମେ ପୁରୀ ଆଉ ତାପରେ ବରଗଡ଼ । ଏଭଳି ଲିଙ୍କ୍ ସାମ୍ନାକୁ ଆସିବା ପରେ ରାଜ୍ୟ ପୋଲିସ ତତ୍ପରତା ଦେଖାଇଛି । ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ବରିଷ୍ଠ ତଥା ବଛାବଛା ଅଫିସରଙ୍କୁ ନେଇ ବୈଠକ ହୋଇଛି । ଘଟଣା ସମ୍ପର୍କରେ ବିଚାର ବିମର୍ଷ ମଧ୍ୟ ହୋଇଛି ।

ସେପଟେ, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିଲା ରାଜା ଖାନ୍ । ତା ପାଖକୁ STF ଟିମ୍ ଆସିଥିଲା । ଗୁଡ୍ଡୁ ମୁସଲିମର ଡ୍ରାଇଭର ସହ ରାଜା ଖାନର ଲିଙ୍କ୍ ରହିଛି ଲିଙ୍କ । ଏବେ ଗୁଡ୍ଡୁ କେଉଁଠି ଲୁଚିବ, ଧରିବା ପାଇଁ ସବୁଠି ଜାଲ ବିଛାଇଛି ୟୁପି ପୋଲିସ ।

Leave a Reply

Your email address will not be published. Required fields are marked *