ଜେଲ ନିୟମରେ ପରିବର୍ତ୍ତନ ବାହୁବଳୀ ନେତାଙ୍କ ପାଇଁ ବରଦାନ

ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବିହାରର ବାହୁବଳୀ ନେତା ଆନନ୍ଦ ମୋହନ ସିଂହଙ୍କୁ ନେଇ ଘେରିହୋଇପଡିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଗଳା ବାଟ ଦେଇ ମୁଖ୍ୟମନ୍ତ୍ରୀ ହତ୍ୟା ଅପରାଧୀକୁ ଜେଲରୁ ବାହାର କରିଥିବା ତଥା ଆରଜେଡି ପାଲରେ ପସି ଏପରି କରିଥିବା ଆଭିଯୋଗ କରିଛନ୍ତି ବିଏସପି ଓ ବିଜେପି ନେତା।

1994ରେ ଗୋପାଳଗଞ୍ଜର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଭିଡ ହିଂସାରେ ହତ୍ୟା କରାଯାଇଥିଲା। ଯେଉଁଥିରେ ବିହାର ପିପୁଲ୍ସ ପାର୍ଟିର ପ୍ରତିଷ୍ଠାତା ଆନନ୍ଦ ମୋହନ ସିଂହଙ୍କର ହାତ ଥିବା କୋର୍ଟରେ ପ୍ରମାଣିତ ହୋଇଥିଲା। ଏହି ମାମଲାରେ ଆନନ୍ଦଙ୍କୁ ପ୍ରଥମେ 2007ରେ ବିହାରର ଏକ ତଳ କୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ପରେ 2008ରେ ହାଇକୋର୍ଟ ତାଙ୍କ ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିଥିଲେ। 2012ରେ ଆନନ୍ଦ ସୁପ୍ରିମ କୋର୍ଟକୁ ଯାଇଥିଲ ମଧ୍ୟ ସେଠାରୁ ତାଙ୍କୁ ନିରାଶ ହେବାକୁ ହୋଇଥିଲା। 

ଏହା ମଧ୍ୟରେ 15 ବର୍ଷ ଅତିବାହିତ ହେଲାଣି ଓ ଆନନ୍ଦ ଜେଲରେ କାଳାତିପାତ କରିଥିବା ବେଳେ ନିକଟରେ ତାଙ୍କ ପୁଅର ନିର୍ବନ୍ଧ ପାଇଁ ପାରୋଲରେ ବାହାରିଥିଲେ। ତେବେ ବିହାର ସରକାର ଜେଲ ନିୟମ 2012ରେ ପରିବର୍ତ୍ତନ ଆଣିବାରୁ ଜେଲରେ ଥିବା 14ରୁ 20 ବର୍ଷ ଅତିବାହିତ କରିଥିବା ବନ୍ଦୀଙ୍କୁ ମୁକ୍ତ କରାଯାଇ ପାରିବ।  ଏହି କ୍ରମରେ ଆନନ୍ଦଙ୍କ ସମେତ 27 ଦୋଷୀଙ୍କୁ ବାହାର କରିବୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ହେଲେ ବିଜେପି, ବିଏସପି ବିହାର ସରକାରର ଏହି ପଦକ୍ଷେପକୁ ଗ୍ରହଣ କରି ପାରୁ ନାହିଁ ଓ ଆରମ୍ଭ ହୋଇଯାଇଛି ରାଜନୀତି। ଆରଜେଡି ଚାଲ୍‌ରେ ଫସି ନୀନୀଶ କୁମାର ଏପରି ପଦକ୍ଷେପ ଗ୍ରହଣ କରୁଥିବାରୁ ତାଙ୍କୁ ଲଜ୍ଜା ଲାଗିବା ଉଚିତ ବୋଲିବିଜେପି ଆଇଟି ସେଲ୍‌ ପକ୍ଷରୁ ଟ୍ୱିଟ କରାଯାଇଛି। ବିଏସପି ସୁପ୍ରିମୋ ମାୟାବତୀ ନୀତିଶଙ୍କୁ ଟାର୍ଗେଟ କରି କହିଛନ୍ତି କି, ସେ ଜଣେ ସଚ୍ଚୋଟ ଦଳିତ ନେତାଙ୍କୁ ହତ୍ୟା କରିଛନ୍ତି। ତାଙ୍କୁ ମୁକୁଳାଇବା ଦ୍ୱାରା ସମାଜକୁ ଖରାପ ବାର୍ତ୍ତା ଯିବ। ଯାହା ଉପରେ ଜେଡିୟୁ ପ୍ରତିକ୍ରିୟାଶୀଳ ହୋଇ କହିଛି, ମାୟା ୟୁପି ଆଇନ ଶୃଙ୍ଖଳା ଉପରେ ଚିନ୍ତା କରନ୍ତୁ। ବିହାରକୁ ନେଇ ମୁଣ୍ଡ ଖେଳେଇବାର ଆବଶ୍ୟକତା ନାହିଁ।

Leave a Reply

Your email address will not be published. Required fields are marked *