ସୁଦାନ ସଙ୍କଟ: ପ୍ରଥମ ଦଫାରେ ୨୭୮ ଉଦ୍ଧାର

ସୁଦାନରେ ପାରାମିଲିଟାରୀ ଓ ମିଲିଟାରୀ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ମଙ୍ଗଳବାର ଭାରତ ସରକାରଙ୍କ ଅପରେସନ କାବେରୀ ଅନ୍ତର୍ଗତ 278 ଭାରତୀୟଙ୍କୁ ଜଳ ପଥରେ ସ୍ୱଦେଶ ଫେରାଇ ଅଣାଯାଉଛି। ସୁଦାନ ବନ୍ଦରରୁ ଜଳପଥରେ ଆଇଏନଏସ ସୁମେଧା ଏହି ଭାରତୀୟଙ୍କୁ ସାଉଦୀ ଆରବର ଜେଦାହ ଯାତ୍ରା କରିଛି। ସାଉଦୀ ଆରବରୁ ସେମାନଙ୍କୁ ବିମାନଯୋଗେ ଭାରତ ଅଣାଯିବ, ଏନେଇ ସୂଚନା ଦେଇଛି ବିଦେଶ ମନ୍ତ୍ରଣାଳୟ।

ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ଭିତରେ ଜାରି ଯୁଦ୍ଧ ସୁଦାନକୁ ଅଶାନ୍ତ କରି ଦେଇଛି । ଆମେରିକା ଓ ସାଉଦୀ ଆରବର ମଧ୍ୟସ୍ଥଦା ପରେ ଉଭୟ ପକ୍ଷ 3 ଦିନ ପାଇଁ ଯୁଦ୍ଧରେ ବିରତି ଘୋଷଣା କରିଛନ୍ତି। ଏହି ସମୟରେ ସେଠାରେ ଥିବା ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ସମ୍ଭବ ହୋଇପାରିବ। 400ରୁ ଆଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 4 ହଜାର ଭାରତୀୟ ସେଠାରେ ଭୟ ଓ ଆତଙ୍କ ଭିତରେ କାଳାତିପାତ କରୁଛନ୍ତି।

ସେମାନଙ୍କୁ ଉଦ୍ଧାର କରିବାକୁ ସରକାର ପକ୍ଷରୁ ଅପରେସନ କାବେରୀ ଆରମ୍ଭ କରାଯାଇଛି। 72 ଘଣ୍ଟାର ଯୁଦ୍ଧ ବିରତି ଘୋଷଣା ହୋଇଛି। ସୋମବାର ଏହି ଘୋଷଣା ପରେ ବିଦେଶ ମନ୍ତ୍ରୀ ଜୟ ଶଙ୍କର ସୂଚନା ଦେଇଛନ୍ତି କି, ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ବାହାର କରିବାକୁ ଅପରେଶନ କାବେରୀର ଆରମ୍ଭ କରାଯାଇଛି, ଯେଉଁଥିରେ 500 ଭାରତୀୟ ସୁଦାନ ବନ୍ଦରରେ ପହଞ୍ଚିସାରିଛନ୍ତି।

Leave a Reply

Your email address will not be published. Required fields are marked *