ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ କୁକୁର, ଆହତ ହରିଣକୁ ଧରିଲେ ଗାଁ ଲୋକେ

ବାଲେଶ୍ୱର ଖଇରା ବ୍ଲକ୍ ବଡ଼ନୂଆଗାଁ ପଞ୍ଚାୟତରେ ଅଭାବନୀୟ ଘଟଣା । ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଛି ନିରୀହ ହରିଣ । ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଛି ହରିଣ ।

ଗେଙ୍ଗୁଟିଆ ଗାଁ ବିଲ ମଝିରେ ହରିଣ । ବୁଲା କୁକୁର ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଛନ୍ତି । ପଶୁଟିଏ, ପୁଣି ଏକା କିପରି କୁକୁରଙ୍କ ସହ ଲଢ଼ିବ । ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ପ୍ରାଣ ବିକଳରେ ଦୌଡୁଛି । ଶେଷରେ ଆହତ ହୋଇ ଗାଁ ପୋଖରୀରେ ପଶିଛି ହରିଣ । ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗାଁ ଲୋକେ ।

ଔପଦା ବନ ବିଭାଗ କର୍ମଚାରୀମାନେ ଆହତ ହରିଣଟିର ଚିକିତ୍ସା କରାଇଛନ୍ତି । ପରେ ତାକୁ କୁଲଡ଼ିହା ଅଭୟାରଣ୍ୟରେ ଛାଡ଼ି ଦେଇଥିଲେ । ହରିଣଟି କୁପାରୀ ଶାରୀଶୁଆ ପାହାଡ଼ରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଳାଇ ଆସିଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *