ସମଲିଙ୍ଗି ବିବାହକୁ ମାନ୍ୟତା: ଚତୁର୍ଥ ଦିନର ଶୁଣାଣି କିପରି ଥିଲା?

ସମଲିଙ୍ଗି ବିବାହକୁ ମାନ୍ୟତା ଦେବା ଦାବି ନେଇ ଦାୟର ଯାଚିକା ଉପରେ ମଙ୍ଗଳବାର 4ର୍ଥ ଦିନର ଶୁଣାଣି କାଳରେ ସୁପ୍ରିମ କୋର୍ଟଙ୍କ ପାଞ୍ଚ ଜଣିଆ ସମ୍ବିଧାନିକ ପୀଠ ସମ୍ମୁଖରେ ଯାଚିକା କର୍ତ୍ତାଙ୍କ ଓକିଲ ବିବାହକୁ ଏକ ଜାଦୁଗରୀ ଶବ୍ଦ କହିଛନ୍ତି। ନିଜର ଆଜିର ଯୁକ୍ତି ଉପସ୍ଥାପନ କରିବା ପରେ ସେ ଏହା କହିଛନ୍ତି। ଏଥିସହ ସେ କହିଛନ୍ତି କି, ବିବାହର ଆମ ସମ୍ମାନ ସହ ବଞ୍ଚିବା ଓ ଜୀଇଁବା ଶୈଳୀ ସହ ରଦିଛି ସିଧା ସମ୍ପର୍କ। ଯାଚିକାକର୍ତ୍ତାଙ୍କ ଓକିଲ ଗୀତା ଲୁଥରା କହିଛନ୍ତି କ, ସମଲିଙ୍ଗି ବିବାହ କରିବାକୁ ଇଚ୍ଛାୟୀଙ୍କୁ ବିବାହରୁ ବଞ୍ଚିତ କରିବା ମହିଳାଙ୍କୁ ଭୋଟ ଦାନରୁ ବଞ୍ଚିତ କରିବା ପରି। ପୂର୍ବରୁ ମଧ୍ୟ ଲିଙ୍ଗ ଆଧାରରେ ମହିଳାଙ୍କୁ ଭୋଟଦାନରୁ ବଞ୍ଚିତ କରାଯାଇଥିଲା।  

ଲୁଥରା ଆହୁରି କୋର୍ଟଙ୍କୁ ଜଣାଇଛନ୍ତି କି, ବର୍ତ୍ତମାନ ଦେଶରେ ଜି-20 ସମ୍ମିଳନୀ ଚାଲିଛି।  ଏହାକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ଜି-20ର 12ଟି ରାଷ୍ଟ୍ର ସମଲିଙ୍ଗି ବିବାହକୁ ଅନୁମୋଦନ ଦେଇସାରିଛନ୍ତି। ଆମେ ପଛରେ ରହି ପାରିବୁ ନାହିଁ।

ସେପଟେ, କେନ୍ଦ୍ର ସରକାର ଏହାକୁ ବିରୋଧ କରୁଛନ୍ତି। ସରକାର ପ୍ରଥମେ ଯୁକ୍ତି ବାଢିଲେ ଏହା ଭାରତୀୟ ସଂସ୍କୃତିର ଉଲ୍ଲଙ୍ଘନ। ପରେ କହିଲେ ବିବାହକୁ ମାନ୍ୟତା ଦେବା ସଂସଦର କାମ। ଏନେଇ ବାର୍‌ କାଉନସିଲ ଅଫ ଇଣ୍ଡିଆ (ବିସିସିଆଇ) ମଧ୍ୟ ବିଭିନ୍ନ ରାଜ୍ୟର ବାର୍‌ କାଉନସିଲ ସହିତ ମିଳିତ ବୈଠକ କରି ଏକ ସଂକଳ୍ପ ପାରିତ କରିଛି, ଯେଉଁଥିରେ ସମଲିଙ୍ଗି ବିବାହର ମାନ୍ୟତା ପ୍ରସଙ୍ଗକୁ ସଂସଦ ଉପରେ ଛାଡିବା ଉଚିତ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *