Category: ଦେଶ-ବିଦେଶ

  • ମଦ୍ୟପ ବାପକୁ ଡରି ଦଉଡି ପଳାଇଲା କୁନି ପୁଅ, ରାସ୍ତାରେ ଝୁଣିପକାଇଲା କୁକୁର

    ମଦ୍ୟପ ବାପକୁ ଡରି ଦଉଡି ପଳାଇଲା କୁନି ପୁଅ, ରାସ୍ତାରେ ଝୁଣିପକାଇଲା କୁକୁର

    ଏକ ହୃଦୟ ଥରାଇଲା ଭଳି ଖବର ଏବେ ସାମ୍ନାକୁ ଆସିଛି । ବାପା ରାଗିଯାଇଥିବା ବେଳେ ବାପା ମାଡକୁ ଡରି ଜଣେ ନାବାଳକ ଦଉଡିବା ଆରମ୍ଭ କରିଥିଲା । ଆଉ ଏତିକି ବେଳେ ସେ ରାସ୍ତାର ବୁଲା କୁକୁରଙ୍କ ହାବୁଡରେ ପଡିଯାଇଥିଲେ । ଆଉ ସେହି ବୁଲା କୁକୁର ଗୁଡିକ ନାବଳକକୁ ଝୁଣିପକାଇଥିଲେ । ଏମିତି ଲମଟାଙ୍କୁରା ଖବର ଆସିଥି ଉତ୍ତରପ୍ରଦେଶର କନୌଜରୁ ।

    ମୃତ ନାବାଳକଜଣକ ୧୨ ବର୍ଷୀୟ ପ୍ରିନ୍ସ ଙ୍କ ପିତା ଓମକାର ଜଣେ ନିଷାଖୋର ବ୍ୟକ୍ତି । ସେ ସର୍ବଦା ନିଷା ଖାଇ ଘରକୁ ଫେରନ୍ତି ଆଉ ଘରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରନ୍ତି । ସ୍ତ୍ରୀ ଆଉ ପିଲାଛୁଆଙ୍କୁ ମାରପିଟ କରି ଘରେ ସବୁବେଳେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରନ୍ତି । ଗତ ମଙ୍ଗଳବାର ଦିନ ରାତିରେ ମଧ୍ୟ ସେ ମଦ୍ୟପାନ କରି ଘରକୁ ଆସିଥିଲେ । ଘରେ ପୁଅ ପ୍ରିନ୍ସ ଆଉ ସ୍ତ୍ରୀ ପିଙ୍କିଙ୍କୁ ମାରପିଟ କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ତେଣୁ ବାପାଙ୍କ ଏମିତି ରୂପ ଦେଖି ପୁଅ ପ୍ରିନ୍ସ ଡରରେ ଘରୁ ଦଉଡି ପଳାଇଯାଇଥିଲା । ହଲେ ସେ ଆଉ ଘରକୁ ଫେରନଥିଲା ।

    ମା ପିଙ୍କି ପୁଅକୁ ଅନେକ ଖୋଜାଖୋଜି କରିଥିଲେ ସୁଦ୍ଧା ପ୍ରିନ୍ସର କୌଣସି ଖୋଜଖବର ମଳିନଥିଲା । ଆଉ ପୋଲିସ ତାଙ୍କ ଘରେ ଅଚାନକ ପହଞ୍ଚି ଯାଇଥିଲା । ପିଙ୍କିଙ୍କୁ ଘଟଣା ଯେଉଁଠାରେ ଦୁର୍ଘଟଣା ଘଟିଛି ସେହି ସ୍ଥାନକୁ ନେଇଯାଇଥିଲା । ନିଜ ଘର ଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ପୁଅ ପ୍ରିନ୍ସର ମୃତଦେହ ପଡିଥିଲା । ଏହା ଦେଖିବା ପରେ ମା ପିଙ୍କି ଆଉ ନିଜକୁ ସମ୍ଭାଳି ପାରିନଥିଲେ। ପ୍ରିନ୍ସ ଦେହର ବିଭିନ୍ନ ସ୍ଥାନରେ କୁକୁର କାମୁଡା ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ଏକ ମାମଲା ରୁଜୁ କରି ଏହାର ଅଧିକ ତଦନ୍ତ ଜାରି ରଖିଛି ।

  • ଏଲୋପାଥି ଓ ଆୟୁର୍ବେଦ ଡାକ୍ତରଙ୍କ ଦରମା ସମାନ ହୋଇପାରିବନି: ସୁପ୍ରିମକୋର୍ଟ

    ଏଲୋପାଥି ଓ ଆୟୁର୍ବେଦ ଡାକ୍ତରଙ୍କ ଦରମା ସମାନ ହୋଇପାରିବନି: ସୁପ୍ରିମକୋର୍ଟ

    ଡାକ୍ତରଙ୍କୁ ସମାନ ଦରମା ଦାବିକୁ ନେଇ ସୁପ୍ରିମକୋର୍ଟ ରାୟ ଶଣାଇଛନ୍ତି । ଏଲୋପାଥି ଡାକ୍ତର ଓ ଆୟୁର୍ବେଦ ଡାକ୍ତରଙ୍କ ଦରମା କେବେ ବି ସମାନ ହୋଇପାରିବନି । କାହିଁକି ନା ଉଭୟ ଏଲୋପାଥି ଓ ଆୟୁର୍ବେଦ ଡାକ୍ତର ସମାନ ପ୍ରକାର କାମ କରୁନାହାନ୍ତି । ତେଣୁ ସେମାନଙ୍କୁ ସମାନ ଦରମା ମିଳିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛି ।

    ସୁପ୍ରିମକୋର୍ଟ କହିଛି, ଏଲୋପାଥି ଡାକ୍ତର ମାନେ ଜରୁରୀକାଳୀନ ଡ୍ୟୁଟି କରିବାରେ ସକ୍ଷମ । କିନ୍ତୁ ଆୟୁର୍ବେଦ ଡାକ୍ତରମାନେ ଜରୁରୀକାଳୀନ ଡ୍ୟୁଟି କରିପାରିବେ ନାହିଁ । ଆହୁରି ଅନେକ କଥା ସୁପ୍ରିମକୋର୍ଟ କହିଥିବା ବେଳେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ରାୟର ଅର୍ଥ ନୁହେଁ ଯେ ଗୋଟିଏ ଚିକିତ୍ସା ପଦ୍ଧତି ଅନ୍ୟ ଅପେକ୍ଷା ଭଲ । ତେଣୁ ସସୁପ୍ରିମକୋର୍ଟର ଏହି ରାୟ ପରେ ଏଲୋପାଥି ଆଉ ଆୟୁର୍ବେଦ ଡାକ୍ତରଙ୍କୁ ନେଇ ଆରମ୍ଭ ହୋଇଥିବା ଦ୍ବନ୍ଦ୍ବର ପରିସମାପ୍ତି ହୋଇଛି ।

  • ଦାନ୍ତେୱାଡ଼ା ପୋଲିସ ପଡ଼ିଆରେ ସହିଦଙ୍କୁ ସମ୍ନାନ, ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଏମ୍

    ଦାନ୍ତେୱାଡ଼ା ପୋଲିସ ପଡ଼ିଆରେ ସହିଦଙ୍କୁ ସମ୍ନାନ, ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଏମ୍

    ଦାନ୍ତେୱାଡ଼ା ପୋଲିସ ପଡ଼ିଆରେ ସହିଦମାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏକ ଶୋକାକୁଳ ପରିବେଶ ମଧ୍ୟରେ ସହିଦମାନଙ୍କୁ ବନ୍ଧୁକ ସଲାମି ଦିଆଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି । ଅମର ଆତ୍ମାର ସଦଗତି କାମନା ସହ ସହିଦ ପରିବାରକୁ ସମବେଦନା ଜଣାଇଛନ୍ତି ।

    ଗତକାଲି ଦାନ୍ତେୱାଡ଼ାରେ ବଡ଼ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା । IED ବିସ୍ଫୋରଣରେ ୧୦ ଯବାନ ଏବଂ ଜଣେ ଡ୍ରାଇଭର ସହିଦ ହୋଇଥିଲେ । ସେନା ଗାଡ଼ିରେ DRG ଯବାନ ଯାଉଥିବା ବେଳେ ଦାନ୍ତେୱାଡାର ଅରନପୁର ନିକଟରେ ନକ୍ସଲ ଖଞ୍ଜିଥିବା IED ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ୧୧ ଯବାନଙ୍କ ମୃତ୍ୟୁ ଘଟିଥିଲା ।

    ଏଭଳି ଘଟଣାକୁ ସାରା ଦେଶ ନିନ୍ଦା କରିଛି । ଦେଶପାଇଁ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ରାଜନେତା, ସେନା ସମସ୍ତେ ପ୍ରତିଶ୍ରୁତି ଦେଇଛନ୍ତି । ଏହା କେବଳ ଭୀରୁ, କାପୁରୁଷଙ୍କ କାମ । ଏହାର ଉଚିତ୍ ଜବାବ ଦିଆଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

  • 48 ଔଷଧ ପରୀକ୍ଷଣରେ ବିଫଳ

    48 ଔଷଧ ପରୀକ୍ଷଣରେ ବିଫଳ

    ଔଷଧର ଗୁଣବତ୍ତା ଉପରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ସଂସ୍ଥା, ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ ଆଣ୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ଦ୍ୱାରା  ନିକଟରେ ହୋଇଥିବା ପରୀକ୍ଷଣରେ 48 ଔଷଧ ମାନକରେ ଫେଲ ମାରିଛି। ଦେଶର ବହୁ ଔଷଧ ଉତ୍ପାଦନକାରୀ ସଂସ୍ଥାରୁ ସିଡିଏସସିଓ 1497 ଔଷଧକୁ ପରୀକ୍ଷଣ ପାଇଁ ନେଇଥିବା ବେଳେ ସେସବୁ ମଧ୍ୟରୁ 1449 ଔଷଧର ମାନକ ଠିକ ଥିବା ବେଳେ 48 ଔଷଧର ଗୁଣବତ୍ତା ନିର୍ଦ୍ଧାରିତ ଗୁଣବତ୍ତା ଠାରୁ କମ ରହିଛି।

    ସିଡିଏସସିଓ ଦ୍ୱାରା ପରୀକ୍ଷାରେ ବିଫଳ ହୋଇଥିବା ଔଷଧ ମଧ୍ୟରେ ମୁଖ୍ୟତଃ ସାଧାରଣ ଭାବେ ବ୍ୟବହାର ହେଉଥିବା ଆଣ୍ଟି ଡାଇବେଟିକ, ଆଣ୍ଟି ବାୟୋଟିକ୍ସ, କ୍ୟାଲସିୟମ ତଥା ହୃଦରୋଗ ସହ ଜଡିତ ଔଷଧ ସାମିଲ ରହିଛି। ଏହା ବ୍ୟତୀତ ମଲ୍ଟି ଭିଟାମିନ, ଏଚଆଇଭି ପାଇଁ ବ୍ୟବହାର ହେଇଥିବା ରିଟୋନାଭିର, ବାତ ଔଷଧ ଗାବାପେଣ୍ଟିନ, ହାଇପରଟେନ୍ସନର ଔଷଧ ଟେଲମିସାରଟାନ, ଡାଇବେଟିସର ଔଷଧ ଗ୍ଲିମେପାରାଇଡ ଓ ମେଟଫର୍ମିନ ମଧ୍ୟ ସାମିଲ ରହିଛି।

    ଏତଦଭିନ୍ନ, ଆଇରନ ଓ ଫଲିକ ଏସିଡ ଟାବଲେଟ, ପ୍ରୋବାୟୋଟିକ୍ସର ମଲ୍ଟିଭିଟାମିନ ଶ୍ରେଣୀରେ ଭିଟାମିନ ସି, ଭିଟାମିନବି12, ଆମୋଜିସିଲିନ, କ୍ୟାଲସିୟମ ଓ ଭିଟାମିନ ଡି3 ଟାବଲେଟ, ଟେଲମିସାରଟାନ ଟାବଲେଟ ଓ ମିସ୍ୱାକ ଟୁଥପେଷ୍ଟ ମଧ୍ୟ ଗୁଣବତ୍ତା ପରୀକ୍ଷାରେ ନିର୍ଦ୍ଧାରିତ ମାନଠାରୁ କମ ରହିଛି।

  • ଦଣ୍ଡ ଅବଧି ଶେଷ ହେବା ପୂର୍ବରୁ ଜେଲରୁ ବାହାରିଲେ ବାହୁବଳୀ ସାଂସଦ ଆନନ୍ଦ ମୋହନ

    ଦଣ୍ଡ ଅବଧି ଶେଷ ହେବା ପୂର୍ବରୁ ଜେଲରୁ ବାହାରିଲେ ବାହୁବଳୀ ସାଂସଦ ଆନନ୍ଦ ମୋହନ

    ପୂର୍ବତନ ବାହୁବଳୀ ସାଂସଦ ଆନନ୍ଦ ମୋହନ ସିଂହ ଆଜି ଭୋର ସାଢେ ୪ଟା ବେଳେ ଜେଲରୁ ମୁକ୍ତ ହୋଇଛନ୍ତି । ଏହାକୁ ନେଇ ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧିକଙ୍କୁ ସମାଲୋଚନା କରିଛନ୍ତି ବିରୋଧି ଦଳର ନେତାମାନେ । ବର୍ତ୍ତମାନ ଆନନ୍ଦ ମୋହନଙ୍କ ପ୍ରସଙ୍ଗ ନେଇ ବିହାର ତଥା ଜାତୀୟ ରାଜନୀତି ଉଠୁଛି ପଡୁଛି ।

    ସୂଚନା ମୁତାବକ, ୧୯୯୪ରେ ଆଇଏଏସ୍ ଜି. କୃଷ୍ଣୈୟାଙ୍କୁ ହତ୍ୟା କରାଯାଇଥିଲା । ସେତେବେଳେ ଗୋପାଳଗଞ୍ଜର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଥିଲେ ଜି. କୃଷ୍ଣୈୟା । ୧୯୯୪ ଡିସେମ୍ବର ୫ ତାରିଖରେ ଉତ୍ତର ବିହାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଛୋଟନ୍ ଶୁକ୍ଳାକୁ ହତ୍ୟା କରାଯାଇଥାଏ । ଏହାକୁ ନେଇ ଚାରିଆଡେ ବିରୋଧ ଲାଗିରହିଥାଏ । ଠିକ ଏତିକି ବେଳେ ମୁଜାଫରପୁରରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥାଏ । ଲୋକଙ୍କ ମନରେ ପୋଲିସ କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ନେଇ ପ୍ରବଳ ବିରୋଧ ଭାବ ଦେଖିବାକୁ ମିଳିଥିଲା । ପେଲିସ ଉପରେ ଉତକ୍ଷିପ୍ତ ହୋଇପଡିଥିଲେ ।

    ଦିନେ ଗୋପାଳଗଞ୍ଜର ଜିଲ୍ଲାଧିକାରୀ ଜି କୃଷ୍ଣୈୟା ଏକ ସ୍ୱତନ୍ତ୍ର ବୈଠକ ସାରି ନିଜ ଲାଲ୍ ବତି କାରରେ ଫେରୁଥିବା ବେଳେ ତାଙ୍କ ଗାଡିକୁ ଉତ୍ତ୍ୟକ୍ତ ଲୋକମାନେ ଘେରିଯାଇଥିଲେ । କିଛି ବୁଝିବା ପୂର୍ବକୁ ଉତ୍ତ୍ୟକ୍ତ ଲୋକେ କାର ଉପରକୁ ପଥରମାଡ କରିଥିଲେ । କାରଣ ଲୋକଙ୍କ ମଧ୍ୟରେ ଭୁଲ ଭାବନା ଥିଲା ଯେ, କାରରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି, ମୁଜାଫରପୁର ଡିଏମ୍ । ହେଲେ ଜି. କୃଷ୍ଣୈୟା ଲୋକଙ୍କୁ ବାରବାର ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ, ସେ ମୁଜାଫରପୁରର ନୁହଁନ୍ତି ବରଂ ଗୋପାଳଗଂଜର ଡିଏମ୍ । ହେଲେ କିଛି ଲାଭ ହେଲାନି । ତାଙ୍କ କଥାକୁ କେହି ଶୁଣିଲେନି । ଉତ୍ୟକ୍ତ ଲୋକେ ତାଙ୍କୁ କାର ଭିତରୁ ଟାଣିଆଣି ନିସ୍ତୁକ ମାଡ ମାରିବା ସହ ଗୁଳି ଚଲାଇଥିଲେ । ଏହାପରେ ଜି. କୃଷ୍ଣୈୟାଙ୍କୁ ଏକ ଗାତ ଭିତରେ ପକାଇ ଦେଇଥିଲେ । ଆଉ ଏହି ଖବର ସାରା ଦେଶରେ କ୍ଷିପ୍ର ବେଗରେ ବ୍ୟାପିଗଲା । ସେତେବେଳେ ଏହି ଦଙ୍ଗାକୁ ଉସକାଇବା ଅଭିଯୋଗରେ ଆନନ୍ଦ ମୋହନଙ୍କୁ ଜେଲ ହୋଇଥିଲା । ଏହାପରେ ତାଙ୍କୁ ଫାଶୀ ଦଣ୍ଡଦେଶ ହୋଇଥିଲା । ହେଲେ ଏହି ଦଣ୍ଡାଦେସ ପରବର୍ତ୍ତି ସମୟରେ ଆଜୀବନ କାରାଦଣ୍ଡରେ ବଦଳି ଯାଇଥିଲା । ଆଉ ଏବେ ତାଙ୍କର ଦଣ୍ଡ ଅବଧି ସମାପ୍ତ ହେବା ପୂର୍ବରୁ ଜେଲରୁ ମୁକୁଳାଇବାକୁ ନେଇ ଘୋର ବିରୋଧ ଦେଖିବାକୁ ମିଳିଛି ।

  • କାର ସୋ ରୁମ ବିରୋଧରେ ମାଲିକଙ୍କ ଅଭିନବ ପ୍ରତିବାଦ

    କାର ସୋ ରୁମ ବିରୋଧରେ ମାଲିକଙ୍କ ଅଭିନବ ପ୍ରତିବାଦ

    ଘୋଡା ଓ ବଳଦ ଗାଡି ଟାଣିଥିବା ଦେଖିଥିବେ କି ଶୁଣିଥିବେ। ହେଲେ କେବେ ଗଧ ଗାଡି ଟାଣିବା, ତା ପୁଣି କାର ଟାଣିବା କେହି ଦେଖି ନ ଥିବେ। କିନ୍ତୁ ରାଜସ୍ଥାନରେ କାର ଟାଣୁଛି ଗଧ। ଦୁଇ ଗଧ ଦ୍ୱାରା କାର ଟଣାଯିବାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।  ଜଣେ କାର ମାଲିକଙ୍କ ପ୍ରତିବାଦ ସ୍ୱରୂପ ଗଧ ଦ୍ୱାରା ଟଣାଇଛନ୍ତି ନିଜ କାରକୁ।

     ରାଜସ୍ଥାନର ଉଦୟପୁରର ସୁନ୍ଦରୱାସରେ ରହୁଥିବା ରାଜ କୁମାର ଗୟାରୀଙ୍କ ପରିବାର ଏକ କାର ୧୭.୫୦ ଲକ୍ଷ ଟଙ୍କାରେ କିଣିଥିଲେ। କିନ୍ତୁ କାର ନୂଆରୁ ହିଁ ବାରମ୍ବାର ଖରାପ ହେଉଥିଲା। ତେଣୁ ଦୁଇଥର ଗଡିର ସର୍ଭିସିଂ ମଧ୍ୟ କରାଇଥିଲେ ସୋ ରୁମର ପରାମର୍ଶ କ୍ରମେ। ତଥାପି କାର ଠିକ ହୋଇ ନ ଥିଲା। ଏଥିରେ ଅତିଷ୍ଠ ହୋଇ ରାଜକୁମାର କାର କିଣିଥିବା ସୋ ରୁମ ବିରୋଧରେ ଆପଣେଇଥିଲେ ନିଆରା ପ୍ରତିବାଦ।

    କାରକୁ ମଙ୍ଗଳବାର ଦୁଇଟି ଗଧ ଦ୍ୱାରା ଟାଣି ଶୋ’ ରୁମ ଯାଏ ନେଇଥିଲେ। ଏଥିସହ ଲୋକଙ୍କୁ ଜଣାଇବାକୁ ଡ୍ରମ୍‌ ମଧ୍ୟ ବଜାଇଥିଲେ। ରାଜକୁମାରଙ୍କ ଏମିତି କାଣ୍ଡ ଦେଖି ସୋ ରୁମ ମାଲିକଙ୍କ ଅକଲ ଗୁଡୁମ ହୋଇଯାଇଥିଲା। କାରକୁ ରଖି ସେଥିରେ ଥିବା ସବୁ ସମସ୍ୟାର ସମାଧାନ କରିବା ପରେ ମାଲିକଙ୍କୁ ଦିଆଯିବ ବୋଲି ସୋ ରୁମ ପକ୍ଷରୁ ଦିଆଯାଇଛି ନିର୍ଭର ପ୍ରତିଶ୍ରୁତି।

  • ଦାନ୍ତେୱାଡାରେ ନକ୍ସଲ ଆକ୍ରମଣ 10ରୁ ଅଧିକ ସହିଦ

    ଦାନ୍ତେୱାଡାରେ ନକ୍ସଲ ଆକ୍ରମଣ 10ରୁ ଅଧିକ ସହିଦ

    ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ନକ୍ସଲ ଆକ୍ରମଣରେ 10 ଜିଲ୍ଳା ରିଜର୍ଭ ଗାର୍ଡ (ଡିଆରଜି)ପୋଲିସ କର୍ମଚାରୀଙ୍କ ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ଆଧିକାରିକ ସୂତ୍ରରୁସୂଚନା ଦିଆଯାଇଛି। ଗୁଇନ୍ଦା ତଥ୍ୟ ଆଧାରରେ ଏକ ମାଓ ଦମନ ଅପରେସନ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତକମାନେ ସମସ୍ତେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର। କାରଣ ରାଜ୍ୟ ପୋଲିସ ପକ୍ଷରୁ ଡିଆରଜି ଗଠନ କରାଯାଇ ସ୍ଥାନୀୟ ଆଦିବାସୀ ଯୁବକଙ୍କୁ ତାଲିମ ଦେଇ ନକ୍ସଲ ବିରୋଧୀ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା।

    ଦାନ୍ତେୱାଡାର  ଅରନପୁର ଥାନା ଅଧୀନରେ ନକ୍ସଲ ଗତିବିଧି ନେଇ ସୂଚନା ମିଳିବା ପରେ ଡିଆରଜି ଟିମ ଆଣ୍ଟି ନକ୍ସଲ ଅପରେସନରେ ଯାଇ ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରି ଯାଞ୍ଚ କରିଥିଲେ। ଯାଞ୍ଚ ସାରି ଫେରିବା ବେଳେ ଅରନପୁର ଥାନା ଅଧୀନରେ ବିସ୍ଫୋରଣ ଘଟିଥିଲା। ନକ୍ସଲଙ୍କ ଦ୍ୱାରା ରାସ୍ତାରେ ପ୍ଲାଣ୍ଟ ହୋଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ଯବାନଙ୍କୁ ନେଇ ଯାଇଥିବା ଗାଡି ବିସ୍ଫୋରଣରେ ଉଡିଯାଇଥିଲା। ଗାଡିରେ ଥିବା ଯବାନଙ୍କ ମଧ୍ୟରୁ 10 ଡିଆରଜି ଯବାନଙ୍କ ସହ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

    ଘଟଣା ପରେ ସେଠାରୁ ସେମାନଙ୍କ ମୃତଦେହ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଥିବା ବସ୍ତର ଜିଲ୍ଲା ଆଜି ପି ସୁନ୍ଦରରାଜ ସୂଚନା ଦେଇଛନ୍ତି। ଏହି ନକ୍ସ ଆକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବାଘେଲ କହିଛନ୍ତି କି, ଏହା ଏକ ଦୁଃଖଦ ଘଟଣା। ସହିଦ ହୋଇଥିବା ସମସ୍ତ ଯବାନଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ନକ୍ସଲଙ୍କ ସହ ଲଢେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ନକ୍ସଲଙ୍କୁ ତ୍ରାହୀ ନାହିଁ ବୋଲି କହିଛନ୍ତି ବାଘେଲ। କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ଅମିତ ସାହ ମଧ୍ୟ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି।  

  • ପୁଣି ଶବ ବ୍ୟବଚ୍ଛେଦର ଆବଶ୍ୟକତା ରହିଛି: କୋଲକାତା ହାଇକୋର୍ଟ

    ପୁଣି ଶବ ବ୍ୟବଚ୍ଛେଦର ଆବଶ୍ୟକତା ରହିଛି: କୋଲକାତା ହାଇକୋର୍ଟ

    ମୃତ୍ୟୁର ୭ ମାସ ପରେ ଆଇଆଇଟି ଖଡଗପୁରର ଛାତ୍ର ଫୈଜାନ ଅହମଦଙ୍କ ମୃତଦେହକୁ କବରରୁ ବାହାର କରି ପୁଣି ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକତା ହାଇକୋର୍ଟ। ଗତବର୍ଷ ଅକ୍ଟୋବର ୧୪ରେ ତାଙ୍କ ଝୁଲନ୍ତା ମୃତଦେହ ତାଙ୍କ ହଷ୍ଟେଲ ରୁମ୍‌ରୁ ମିଳିଥିଲା। କଲେଜ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା କହିଥିବା ବେଳେ ପରିବାର ଲୋକେ ରାଗିଂରୁ ପୁଅକୁ ହତ୍ୟା କରାଯାଇଥିଲା ବୋଲି ଅଭିଯୋଗ ଆଣି କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

    କୋଲକତା ହାଇକୋର୍ଟ ଆଇଆଇଟି ଖଡଗପୁର କଲେଜ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିବା ସହ ରାଗିଂ ରୋକିବାକୁ କ’ଣ ପଦକ୍ଷେପ ନିଆଯାଇଛି ତାହା ସ୍ପଷ୍ଟ କରିବାକୁ କୁହାଯାଇଛି। ଏଥିରେ ପୁଣି ଥରେ ଫୈଜାନଙ୍କ ଶବବ୍ୟବଚ୍ଛେଦ କରାଯିବାର ଆବଶ୍ୟକତା ଥିବା କହିଛନ୍ତି ହାଇକୋର୍ଟ। ତେଣୁ ଫୈଜାନଙ୍କ ମୃତଦେହକୁ ଆସାମର ଦିବ୍ରୁଗଡ଼ରୁ କୋଲକତା ଅଣାଯାଇ ମେଡିକାଲ କଲେଜରେ ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ଜୁନ୍‌ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

    ସୂଚନାଯୋଗ୍ୟ, ଫୈଜାନ ଅହମଦ ଖଡଗପୁର ଆଇଆଇଟିରେ ତୃତୀୟ ବର୍ଷ ମେକାନିକାଲ ଇଞ୍ଜିନିୟରିଂରେ ପଢୁଥିଲେ। ଅକ୍ଟୋବର ୧୪ରେ ତାଙ୍କ ହଷ୍ଟେଲର କୋଠରୀରୁ ଫୈଜାନଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। କେଲଜ ପକ୍ଷରୁ ଏହାକୁ ଏକ ଆତ୍ମହତ୍ୟା କୁହାଯାଇଲା। କିନ୍ତି ଫୈଜାନଙ୍କ ଶରୀରର ବିଭିନ୍ନ ଅଂଶରେ ଚିହ୍ନ ଥିଲା। ମୁଣ୍ଡ ପଛ ପଟେ ଗଭୀର ଚୋଟ, ହାତର ଶୀରା କଟା ଯାଇଥିଲା। ତେଣୁ ପୁଅକୁ ପିଟି ପିଟି ମାରି ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ପରିବାରର ଅଭିଯୋଗକୁ ଗ୍ରହଣ କରି ନ ଥିଲା। ତେଣୁ ପରିବାର ଲୋତେ କୋଲକତା ହାଇକୋର୍ଟକୁ ଯାଇଥିଲେ।

  • ମେ’ ୧ରେ ABWJA OF INDIA ପକ୍ଷରୁ ଆଲୋଚନାଚକ୍ର, ଜାଣନ୍ତୁ ଯୋଗଦେବେ କିଏ ?

    ମେ’ ୧ରେ ABWJA OF INDIA ପକ୍ଷରୁ ଆଲୋଚନାଚକ୍ର, ଜାଣନ୍ତୁ ଯୋଗଦେବେ କିଏ ?

    ABWJA OF INDIA ବା ଆପେକ୍ସ ବଡି ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ମେ’୧ ତାରିଖରେ ଛତିଶଗଡ଼ ରାୟପୁରର ବୃନ୍ଦାବନ ହଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।

    ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏଥିରେ ଯୋଗଦେବେ । ଓଡ଼ିଶାର ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମଧ୍ୟ ଏଥିରେ ସାମିଲ ହେବେ । ସେହିପରି ଓଡ଼ିଆ ଖବରକାଗଜ ‘ପର୍ଯ୍ୟବେକ୍ଷକ’ଏଡିଟର ପବିତ୍ର ମୋହନ ସାମନ୍ତରାୟ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

    ବିଧାୟକ, ଓଡ଼ିଆ ଖବରକାଗଜ ସମ୍ବାଦ’ର ଏଡିଟର ଇନ୍ ଚିଫ୍ ତଥା କନକ ନ୍ୟୁଜ୍ ଚ୍ୟାନେଲ ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ କାର୍ଯ୍ୟକ୍ରମରେ ଯୋଗଦେବେ । ରାୟପୁରର ବରିଷ୍ଠ ଓକିଲ ନିବେଦିତା ମିଶ୍ର, ଓଡ଼ିଶା ଷ୍ଟେଟ୍ ୟୁନାଇଟେଡ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ସଞ୍ଜୟ ଦାସ, ହିନ୍ଦୀ ଦୈନିକ ନ୍ୟୁଜପେପର ଏଡିଟର ମହମ୍ମଦ ତାହିର ହେଦାରୀ ଜୀ ମଧ୍ୟ ଆଲୋଚନାଚକ୍ରରେ ସାମିଲ ହେବେ ।

  • ମାତ୍ର କିଲେ ଗଞ୍ଜେଇ ପାଇଁ ଫାଶୀ

    ମାତ୍ର କିଲେ ଗଞ୍ଜେଇ ପାଇଁ ଫାଶୀ

    ଗଞ୍ଜେଇ ଚୋରାଚାଲାଣ ମାମଲାରେ ସିଙ୍ଗାପୁରରେ ଜଣେ ବ୍ୟକ୍ତିଙ୍କୁ ଫାଶୀ ଦିଆଯାଇଛି। 46 ବର୍ଷୀୟ ଟାଙ୍ଗରାଜୁ ସୁପିୟାଙ୍କୁ  ସିଙ୍ଗାପୁରର ଚାଙ୍ଗି ଜେଲ ପରିସରରେ ଫଶୀ ମିଳିଛି।  ଟାଙ୍ଗାରାଜୁ ପ୍ରାୟ 1 କେଜି ଗଞ୍ଜେଇ ଚୋରା ଚାଲାଣ କାରବାରରେ ଧରାପଡ଼ିବା ପରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ତେବେ ସେଠାକାର ମାନବାଧିକାର ସଂଗଠନ ତଥା ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ପକ୍ଷରୁ ଦଣ୍ଡାଦେଶରେ କୋହଳ ପାଇଁ ନିବେଦନ କରାଯାଇଥିଲେ ମଧ୍ୟ ସିଙ୍ଗାପୁର ସରକାର ଏଥିପ୍ରତି ଧ୍ୟାନ ଦେଇ ନ ଥିଲା। କାରଣ ସିଙ୍ଗାପୁରରେ ନିଶା ଚୋରା ଚାଲାଣ ଉପରେ ରହିଛି କଠୋର ନିୟମ।

    2017ରେ ଟାଙ୍ଗରାଜୁଙ୍କ ଠାରୁ 1 କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା ଓ 2018ରେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା। ତେବେ ଏହି ଦଣ୍ଡ କୋହଳ କରିବା ନିମନ୍ତେ ତାର ପରିବାର ସମେତ ବିଭିନ୍ନ ମାନବାଧିକାର ପକ୍ଷରୁ ବହୁ ପ୍ରୟାସ କରାଯାଇଥିଲା, ଯାହା ଶେଷରେ ବିଫଳ ହୋଇଛି।

    ଖାଲି ସିଙ୍ଗାପୁର ନୁହେଁ, ବିଶ୍ୱର ଏମିତି ଅନେକ ଦେଶ ରହିଛି, ଯେଉଁଠି ନିଶା କାରବାର ଓ ଚୋରା କାରବାର ବିରୋଧରେ ରହିଛି କଡା ଆଇନ। ସେହି ସବୁ ଦେଶ ଭିତରେ ରହିଛି, ଆମେରିକା, ଚୀନ, ଥାଇଲ୍ୟାଣ୍ଡ, ମାଲେସିଆ, ସାଉଦୀ ଆରବ ଓ ଇଣ୍ଡୋନେସିଆ।