ଏଲୋପାଥି ଓ ଆୟୁର୍ବେଦ ଡାକ୍ତରଙ୍କ ଦରମା ସମାନ ହୋଇପାରିବନି: ସୁପ୍ରିମକୋର୍ଟ

ଡାକ୍ତରଙ୍କୁ ସମାନ ଦରମା ଦାବିକୁ ନେଇ ସୁପ୍ରିମକୋର୍ଟ ରାୟ ଶଣାଇଛନ୍ତି । ଏଲୋପାଥି ଡାକ୍ତର ଓ ଆୟୁର୍ବେଦ ଡାକ୍ତରଙ୍କ ଦରମା କେବେ ବି ସମାନ ହୋଇପାରିବନି । କାହିଁକି ନା ଉଭୟ ଏଲୋପାଥି ଓ ଆୟୁର୍ବେଦ ଡାକ୍ତର ସମାନ ପ୍ରକାର କାମ କରୁନାହାନ୍ତି । ତେଣୁ ସେମାନଙ୍କୁ ସମାନ ଦରମା ମିଳିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛି ।

ସୁପ୍ରିମକୋର୍ଟ କହିଛି, ଏଲୋପାଥି ଡାକ୍ତର ମାନେ ଜରୁରୀକାଳୀନ ଡ୍ୟୁଟି କରିବାରେ ସକ୍ଷମ । କିନ୍ତୁ ଆୟୁର୍ବେଦ ଡାକ୍ତରମାନେ ଜରୁରୀକାଳୀନ ଡ୍ୟୁଟି କରିପାରିବେ ନାହିଁ । ଆହୁରି ଅନେକ କଥା ସୁପ୍ରିମକୋର୍ଟ କହିଥିବା ବେଳେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ରାୟର ଅର୍ଥ ନୁହେଁ ଯେ ଗୋଟିଏ ଚିକିତ୍ସା ପଦ୍ଧତି ଅନ୍ୟ ଅପେକ୍ଷା ଭଲ । ତେଣୁ ସସୁପ୍ରିମକୋର୍ଟର ଏହି ରାୟ ପରେ ଏଲୋପାଥି ଆଉ ଆୟୁର୍ବେଦ ଡାକ୍ତରଙ୍କୁ ନେଇ ଆରମ୍ଭ ହୋଇଥିବା ଦ୍ବନ୍ଦ୍ବର ପରିସମାପ୍ତି ହୋଇଛି ।

Leave a Reply

Your email address will not be published. Required fields are marked *