ମଦ୍ୟପ ବାପକୁ ଡରି ଦଉଡି ପଳାଇଲା କୁନି ପୁଅ, ରାସ୍ତାରେ ଝୁଣିପକାଇଲା କୁକୁର

ଏକ ହୃଦୟ ଥରାଇଲା ଭଳି ଖବର ଏବେ ସାମ୍ନାକୁ ଆସିଛି । ବାପା ରାଗିଯାଇଥିବା ବେଳେ ବାପା ମାଡକୁ ଡରି ଜଣେ ନାବାଳକ ଦଉଡିବା ଆରମ୍ଭ କରିଥିଲା । ଆଉ ଏତିକି ବେଳେ ସେ ରାସ୍ତାର ବୁଲା କୁକୁରଙ୍କ ହାବୁଡରେ ପଡିଯାଇଥିଲେ । ଆଉ ସେହି ବୁଲା କୁକୁର ଗୁଡିକ ନାବଳକକୁ ଝୁଣିପକାଇଥିଲେ । ଏମିତି ଲମଟାଙ୍କୁରା ଖବର ଆସିଥି ଉତ୍ତରପ୍ରଦେଶର କନୌଜରୁ ।

ମୃତ ନାବାଳକଜଣକ ୧୨ ବର୍ଷୀୟ ପ୍ରିନ୍ସ ଙ୍କ ପିତା ଓମକାର ଜଣେ ନିଷାଖୋର ବ୍ୟକ୍ତି । ସେ ସର୍ବଦା ନିଷା ଖାଇ ଘରକୁ ଫେରନ୍ତି ଆଉ ଘରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରନ୍ତି । ସ୍ତ୍ରୀ ଆଉ ପିଲାଛୁଆଙ୍କୁ ମାରପିଟ କରି ଘରେ ସବୁବେଳେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରନ୍ତି । ଗତ ମଙ୍ଗଳବାର ଦିନ ରାତିରେ ମଧ୍ୟ ସେ ମଦ୍ୟପାନ କରି ଘରକୁ ଆସିଥିଲେ । ଘରେ ପୁଅ ପ୍ରିନ୍ସ ଆଉ ସ୍ତ୍ରୀ ପିଙ୍କିଙ୍କୁ ମାରପିଟ କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ତେଣୁ ବାପାଙ୍କ ଏମିତି ରୂପ ଦେଖି ପୁଅ ପ୍ରିନ୍ସ ଡରରେ ଘରୁ ଦଉଡି ପଳାଇଯାଇଥିଲା । ହଲେ ସେ ଆଉ ଘରକୁ ଫେରନଥିଲା ।

ମା ପିଙ୍କି ପୁଅକୁ ଅନେକ ଖୋଜାଖୋଜି କରିଥିଲେ ସୁଦ୍ଧା ପ୍ରିନ୍ସର କୌଣସି ଖୋଜଖବର ମଳିନଥିଲା । ଆଉ ପୋଲିସ ତାଙ୍କ ଘରେ ଅଚାନକ ପହଞ୍ଚି ଯାଇଥିଲା । ପିଙ୍କିଙ୍କୁ ଘଟଣା ଯେଉଁଠାରେ ଦୁର୍ଘଟଣା ଘଟିଛି ସେହି ସ୍ଥାନକୁ ନେଇଯାଇଥିଲା । ନିଜ ଘର ଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ପୁଅ ପ୍ରିନ୍ସର ମୃତଦେହ ପଡିଥିଲା । ଏହା ଦେଖିବା ପରେ ମା ପିଙ୍କି ଆଉ ନିଜକୁ ସମ୍ଭାଳି ପାରିନଥିଲେ। ପ୍ରିନ୍ସ ଦେହର ବିଭିନ୍ନ ସ୍ଥାନରେ କୁକୁର କାମୁଡା ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ଏକ ମାମଲା ରୁଜୁ କରି ଏହାର ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *