ପେନସିଲଭାନିଆ: ଦୀପାବଳିକୁ ମିଳିଲା ସରକାରୀ ମଞ୍ଜୁରୀ  

ଆମ ଦେଶରେ ଦୀପାବଳିକୁ ବେଶ ଜାକଜମକରେ ପାଳନ କରାଯାଇଥାଏ। ତେବେ ଖାଲି ଭାରତ ନୁହେଁ, ବିଶ୍ୱର ଅନେକ ଦେଶରେ ଏହି ପର୍ବକୁ ପାଳନ କରାଯାଉଥିବା ବେଳେ ପାନସିଲଭାନିଆରେ ଦୀପାବଳି କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି। ପେନସିଲଭାନିଆ ଷ୍ଟେଟ ସିନେଟରେ ବିଧିବଦ୍ଧ ଭାବେ ଏକ ବିଲ ପାରିତ ହୋଇଛି। ଏନେଇ ପେନସିଲଭାନିଆ ସିନେଟର ଜଣେ ସଦସ୍ୟ ନିକିଲ ସାଭାଲ ଟ୍ୱିଟ କରି ସୂଚନା ଦେଇଛନ୍ତି।

ନିକିଲ ତାଙ୍କ ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି କି, ସିନେଟର ଗ୍ରେଜ ରୋଥମାନଙ୍କ ପ୍ରତି ମୁଁ କୃତଜ୍ଞ କି ସିନେଟରେ ବିଲ ଉପସ୍ଥାପନ ପାଇଁ ମୋତେ ସୁଯୋଗ ଦିଆଯାଇଥିଲା। ସେ ଆହୁରି ଟ୍ୱିଟ କରି ଉଲ୍ଳେଖ କରିଛନ୍ତି କି, ଦୀପାବଳିକୁ ସର୍ବସମ୍ମତି କ୍ରମେ ସିନେଟ ସରକାରୀ ଛୁଟି ଭାବେ ସ୍ୱୀକୃତି ପ୍ରଦାନ କରିଛି। ପେନସିଭାନିଆବାସୀ ଯେଉଁମାନେ ଏହାକୁ ଆଲୋକର ପର୍ବ ଭାବେ ପାଳିଥାନ୍ତି ବା ପର୍ବ ସହ ଜଡିତଥାନ୍ତି, ସେମାନେ ଆପଣଙ୍କ କାର୍ଯ୍ୟ ଦେଖିଛନ୍ତି ଓ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ଗ୍ରେଜ ରୋଥମାନ ମଧ୍ୟ ଟ୍ୱିଟ କରି ପେନସିଲଭାନିଆ ସିନେଟରେ ଏହି ବିଲକୁ 50-0ରେ ସ୍ୱୀକୃତି ଦିଆଯାଇଥିବା ଜଣାଇଛନ୍ତି।

ଆଧିକାରିକ ବିଜ୍ଞପ୍ତିରେ ଗ୍ରେଜ ରୋଥମାନ କହିଛନ୍ତି କି, ପ୍ରତିବର୍ଷ ପେନସିଲଭାନିଆରେ ହଜାର ହଜାର ଲୋକ ଦୀପାବଳି ପାଳନ କରିଥାନ୍ତି। ଏହି ପର୍ବକୁ ସରକାରୀ ଛୁଟି ଭାବେ ସ୍ୱୀକୃତି ଦେଇ ଆମେ ଆମର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ପାଳନ କରିବା।

ସେ ଆହୁରି କହିଛନ୍ତି କି, ପେନସିଲଭାନିଆରେ ରହୁଥିବା ଦକ୍ଷିଣ ଏସୀୟ ବାସିନ୍ଦାମାନେ ଦୀପାବଳୀକୁ ସମୟର ପ୍ରତିଫଳନ ଓ ଏକତା ଭାବେ ଗ୍ରହଣ କରିଥାନ୍ତି। ଏହି ଆଲୋକର ପର୍ବରେ 2 ଲକ୍ଷ ଲୋକେ ମନ୍ଦିରର, ଘରକୁ ଆଲୋକମାଳାରେ ସୁସଜ୍ଜିତ କରି ପାଳନ କରିଥାନ୍ତି। ଚଳିତ ବର୍ଷ ଏହି ପର୍ବ ନଭେମ୍ବର 12ରେ ପାଳିତ ହେବ।

Leave a Reply

Your email address will not be published. Required fields are marked *