ଅନ୍ଧବିଶ୍ବାର ଶିକାର ହୋଇ ପାଦ୍ରୀଙ୍କ କଥା ମାନି ଜୀବନ ହାରିଲେ 73 ଜଣ

ଏକବିଂଶ ଶତାବ୍ଦିରେ ବି ଏମିତି କିଛି ଅନ୍ଧବିଶ୍ବାସ ଜନିତ ଘଟଣା ଘଟୁଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଏବେ ଧର୍ମ ଆଳରେ ଏକ ଅଧର୍ମ ଘଟଣା ଘଟିଛି । ଜଣେ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ୭୩ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଜଣେ ପାଦ୍ରୀ ନିଜକୁ ଜିଶୁଖ୍ରୀଷ୍ଟଙ୍କ
ଅନିଗାମୀ ଦର୍ଶାଇ ଏମିତି କାଣ୍ଡ କରିଛନ୍ତି ।

ଆଫ୍ରିକୀୟ ଦେଶ କେନିୟାରେ ଜଣେ ପାଦ୍ରୀ କିଛି ଲୋକଙ୍କୁ ସ୍ୱର୍ଗପ୍ରାପ୍ତି ପାଇଁ ପ୍ରବର୍ତ୍ତାଇଥିଲେ । ତେଣୁ ସେ ପ୍ରଭୁ ଜିଶୁଙ୍କ ନାମ ନେଇ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି । ପାଦ୍ରୀ କହିଥିଲେ, ଉପବାସ ରହି ପ୍ରାଣ ହରାଇଲେ ସ୍ବାର୍ଗପ୍ରାପ୍ତି ହେବ । ଏହାକୁ ବିଶ୍ବାସ କରି ଅନ୍ଧବିଶ୍ବାସରେ ଛନ୍ଦି ହୋଇଥିବା ଅନୁଗାମୀମାନେ ଉପବାସ କରିବା ଆରମ୍ଭ କରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଅନୁଗାମୀଙ୍କର ମୃତ୍ୟୁ ହେବା ଆରମ୍ଭ କରିଥିଲା । ଏହି ଘଟଣା ଚାରିଆଡେ ପ୍ରଘଟ ହୋଇଯିବା ଡରରେ ପାଦ୍ରୀଙ୍କ ଶିଷ୍ୟ ମାନେ ସେମାନଙ୍କ ଶବକୁ ନେଇ କିଲ୍ଫି ଅଞ୍ଚଳରେ ଥିବା ଶାକାହୋଲା ଜଙ୍ଗଲରେ ପୋତି ଦେଉଥିଲେ ।

ଏହି ଖବରେ କେନିଆ ପୋଲିସ କାନରେ ପଡିବା କ୍ଷଣି ସେମାନେ ଘଟଣା ସ୍ଥଳର ପହଞ୍ଚି କବରରେ ଥିବା ଶବ ଗୁଡିକର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ୭୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ସବୁଠୁ ଆଶ୍ଟର୍ଯ୍ୟ କଥା ହେଉଛି ଉଦ୍ଧାର ହୋଇଥିବା ଶବ ଗୁଡିକ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତ ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶାକାହୋଲା ଗାଁରେ ପାଦ୍ରୀ ପର୍ଲ ମାକେଜୀ ନଥେଙ୍ଗେ ଗୁଡନ୍ୟୁଜ ଇଣ୍ଟରନ୍ୟାସନାଲ ଚର୍ଚ୍ଚର ପରିଚାଳନା କରୁଥିଲେ । ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଜିଶୁଙ୍କ ସହିତ ଭେଟ କରାଇଦେବା ନାଁରେ ସେ ଏପରି ନରସଂହାର କରିଚାଲିଥିଲେ । ପୋଲିସ ସେହି ଭଣ୍ଡ ପାଦ୍ରୀକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *