ପଶ୍ଚିମବଙ୍ଗରେ ତେଜୁଛି ଉତ୍ତେଜନା: ଭିଡ ଆଗରେ ଅସହାୟ ପୋଲିସ

ପଶ୍ଚିମ ବଙ୍ଗରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ହିଂସା ଉଗ୍ର ହେବାରେ ଲାଗିଛି। ଆଦିବାସୀଙ୍କ ଆକ୍ରମଣରେ ଅସ୍ତବ୍ୟସ୍ତ ହୋଇପଡିଛି ପୋଲିସ ପ୍ରଶାସନ। ଏମିତି କି ଲୋକଙ୍କ ଆକ୍ରମଣରେ ଅସହାୟ ପୋଲିସ କର୍ମକର୍ତ୍ତା ବିକଳ ହୋଇ ନିଜ ଜୀବନ ଭିକ୍ଷା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ପଡୋଶୀ ରାଜ୍ୟରେ। ରକ୍ତ ଜୁଡୁବୁଡୁ ପୋଲିସ କର୍ମଚାରୀ ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ଲୋ଼ଡୁଥିବା ବେଳେ ପୁଣି ଲୋକଙ୍କ ଆକ୍ରମଣର ହୋଇଛନ୍ତି ଶିକାର।

ଉତ୍ତର ଡିନାଜପୁର ଜିଲ୍ଲାର ଜଣେ ବ୍ୟକ୍ତି କାଲିଗଞ୍ଜ ଥାନାଠାରୁ ମାତ୍ର କିଛି ଦୂରରେ ଥିବା ତାଙ୍କ 10×8 ଫୁଟ ଘରେ ବସି ଟିଭି ଦେଖୁଥିବା ବେଳେ କେହି ତାଙ୍କ କବାଟ ବାଡେଇ ଥିଲେ। ସେ କବାଟ ଖୋଲି ଦେଖନ୍ତି, ୟୁନିଫର୍ମରେ ଥିବା 20-25 ପୋଲିସ କର୍ମୀ ତାଙ୍କ ଘରେ ଆଶ୍ରୟ ଚାହିଁ ଥିଲେ। କାରଣ ସେମାନଙ୍କ ପଛରେ ପଡିଥିଲେ ଶହ ଶହ ସଂଖ୍ୟାରେ ଆଦିବାସୀ। ସେମାନେ ଘର ଭିତରେ ବିକଳ ହୋଇ ପସିବା ବେଳେ 100ରୁ 200 ଆଦିବାସୀ ହାତରେ ଲୁହା ରଡ, ଠେଙ୍ଗା, ବାଡି, ଇଟା ପଥର ଧରି ସେଠାରେ ପହଞ୍ଚିଯାଇଥିଲେ। ଭିଡ ଘରର ଝରକା ଭାଙ୍ଗି ଭିତରେ ପସି ପୋଲିସଙ୍କୁ ଆକ୍ରମଣ କରିଥିଲେ। ପୋଲିସ ବିକଳ ହୋଇ ଭିଡ ନିକଟରେ ଜୀବନ ଭିକ୍ଷା କରୁଥିଲେ, ସେମାନଙ୍କ ଶରୀରରୁ ଝରୁଥିଲା ଲୁହର ଧାର।

ସୂଚନାଯୋଗ୍ୟ,  କିଛି ଦିନ ତଳେ ଉତ୍ତର ଦିନଜପୁରରେ ଜଣେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିଲା, ଯାହାକୁ ନେଇ ସମ୍ପୃକ୍ତ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ  ଗ୍ରହଣ କରିନଥିଲା ପୋଲିସ ଓ ତେଜିଥିଲା ଉତ୍ତେଜନା। ଉତ୍ୟକ୍ତ ଲୋକେ କାଲିଗଞ୍ଜ ଥାନାରେ ନିଆଁ ମଧ୍ୟ ଲଗାଇଦେଇଥିଲେ, ଯେଉଁଥିରେ 17 ଜଣ ପୋଲିସ ପୋଡିଯାଇଥିବା ବେଳେ 2 ଜଣଙ୍କ ସ୍ଥିତି ଗୁରୁତର ରହିଛି।

Leave a Reply

Your email address will not be published. Required fields are marked *