ଶକ୍ତିଶାଳୀ ହେବ ଟିମ୍ ଓଡ଼ିଶା, ଦାୟିତ୍ୱ ଗ୍ରହଣ ପରେ କହିଲେ ଦିନେଶ

ଓଡ଼ିଶା କ୍ରିକେଟ ଟିମ୍ ହେଡ୍ କୋଚ୍ ଭାବେ ଦାୟିତ୍ଵ ନେଇଛନ୍ତି ଦିନେଶ ମୋଙ୍ଗିଆ । ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି । ୨୦୨୪କୁ ଟାର୍ଗେଟ୍ ରଖି ସେ ଏଭଳି ଗୁରୁ ଦାୟିତ୍ୱ ନେଇଥିବା କହିଛନ୍ତି ଦିନେଶ ।

ଓଡ଼ିଶା କ୍ରିକେଟ୍ ଟିମର ନୂଆ ବସ୍ । ଟିମ୍ ଓଡ଼ିଶାକୁ ସୁଦୃଢ଼ ଏବଂ ଶକ୍ତିଶାଳୀ କରିବେ । ଖେଳାଳିଙ୍କୁ ନୂଆ ନୂଆ ଟିପ୍ସ ଦେବେ । ଜାତୀୟ ଏବଂ ରଣଜୀ ମୁକାବିଲାରେ ଭଲ ପ୍ରଦର୍ଶନ କରିବେ ଖେଳାଳି । ବ୍ୟାଟିଂ ଏବଂ ବୋଲିଂରେ କମାଲ କରିବେ ଓଡ଼ିଆ ପ୍ଲେୟାର । ଆଜି ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ ପରେ ପ୍ରେସମିଟରେ ଏଭଳି କିଛି କହିଛନ୍ତି ମୁଖ୍ୟ କୋଚ୍ ଦିନେଶ ମୋଙ୍ଗିଆ । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଦିନେଶ, ଓଡ଼ିଶା ଟିମକୁ ସମ୍ପୂର୍ଣ୍ଣ ବଦଳାଇବେ । ଏକ ଶକ୍ତିଶାଳୀ ଟିମ୍ ଗଠନ କରିବା ପାଇଁ ସେ ଆଶା ରଖିଛନ୍ତି । ଦକ୍ଷ, ଅଭିଜ୍ଞ ତଥା ବିସ୍ଫୋରକ ଖେଳାଳିଙ୍କୁ ନେଇ ଟିମ୍ ଚୟନ ହେବ । ପୂର୍ବ ଅପେକ୍ଷା ଅଧିକ ସଫଳତା ପାଇବ ଟିମ୍ ଓଡ଼ିଶା ।

୨୦୨୪ରେ ଅଧିକ ସଫଳତା ପାଇବା ନେଇ ଖେଳାଳିଙ୍କ ସହ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ । ଓଡ଼ିଶାରେ ପ୍ରତିଭାବାନ ଖେଳାଳିଙ୍କ ଅଭାବ ନାହିଁ । କେବଳ ଟିକେ ଗାଇଡ୍ କଲେ ସେମାନେ ଉଚ୍ଚକୁ ଯାଇପାରିବେ, ସଫଳତା ବି ପାଇପାରିବେ । ପୂର୍ବରୁ ଓଡ଼ିଶାର କିଛି ଖେଳାଳି ଅନ୍ତର୍ଜାତୀୟ ମ୍ୟାଚରେ କମାଲ କରିଛନ୍ତି । ଏବେ ବି ସମସ୍ତଙ୍କ ପାଖେ ସୁଯୋଗ ରହିଛି । ତେବେ ଏହାର ଠିକ୍ ବିନିଯୋଗ ଦିଗରେ ଧ୍ୟାନ ଦେବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ମୁଖ୍ୟ କୋଚ୍ ।

Leave a Reply

Your email address will not be published. Required fields are marked *