ଦାନ୍ତେୱାଡ଼ା ପୋଲିସ ପଡ଼ିଆରେ ସହିଦଙ୍କୁ ସମ୍ନାନ, ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଏମ୍

ଦାନ୍ତେୱାଡ଼ା ପୋଲିସ ପଡ଼ିଆରେ ସହିଦମାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏକ ଶୋକାକୁଳ ପରିବେଶ ମଧ୍ୟରେ ସହିଦମାନଙ୍କୁ ବନ୍ଧୁକ ସଲାମି ଦିଆଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି । ଅମର ଆତ୍ମାର ସଦଗତି କାମନା ସହ ସହିଦ ପରିବାରକୁ ସମବେଦନା ଜଣାଇଛନ୍ତି ।

ଗତକାଲି ଦାନ୍ତେୱାଡ଼ାରେ ବଡ଼ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା । IED ବିସ୍ଫୋରଣରେ ୧୦ ଯବାନ ଏବଂ ଜଣେ ଡ୍ରାଇଭର ସହିଦ ହୋଇଥିଲେ । ସେନା ଗାଡ଼ିରେ DRG ଯବାନ ଯାଉଥିବା ବେଳେ ଦାନ୍ତେୱାଡାର ଅରନପୁର ନିକଟରେ ନକ୍ସଲ ଖଞ୍ଜିଥିବା IED ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ୧୧ ଯବାନଙ୍କ ମୃତ୍ୟୁ ଘଟିଥିଲା ।

ଏଭଳି ଘଟଣାକୁ ସାରା ଦେଶ ନିନ୍ଦା କରିଛି । ଦେଶପାଇଁ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ରାଜନେତା, ସେନା ସମସ୍ତେ ପ୍ରତିଶ୍ରୁତି ଦେଇଛନ୍ତି । ଏହା କେବଳ ଭୀରୁ, କାପୁରୁଷଙ୍କ କାମ । ଏହାର ଉଚିତ୍ ଜବାବ ଦିଆଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

Leave a Reply

Your email address will not be published. Required fields are marked *