ଦଣ୍ଡ ଅବଧି ଶେଷ ହେବା ପୂର୍ବରୁ ଜେଲରୁ ବାହାରିଲେ ବାହୁବଳୀ ସାଂସଦ ଆନନ୍ଦ ମୋହନ

ପୂର୍ବତନ ବାହୁବଳୀ ସାଂସଦ ଆନନ୍ଦ ମୋହନ ସିଂହ ଆଜି ଭୋର ସାଢେ ୪ଟା ବେଳେ ଜେଲରୁ ମୁକ୍ତ ହୋଇଛନ୍ତି । ଏହାକୁ ନେଇ ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧିକଙ୍କୁ ସମାଲୋଚନା କରିଛନ୍ତି ବିରୋଧି ଦଳର ନେତାମାନେ । ବର୍ତ୍ତମାନ ଆନନ୍ଦ ମୋହନଙ୍କ ପ୍ରସଙ୍ଗ ନେଇ ବିହାର ତଥା ଜାତୀୟ ରାଜନୀତି ଉଠୁଛି ପଡୁଛି ।

ସୂଚନା ମୁତାବକ, ୧୯୯୪ରେ ଆଇଏଏସ୍ ଜି. କୃଷ୍ଣୈୟାଙ୍କୁ ହତ୍ୟା କରାଯାଇଥିଲା । ସେତେବେଳେ ଗୋପାଳଗଞ୍ଜର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଥିଲେ ଜି. କୃଷ୍ଣୈୟା । ୧୯୯୪ ଡିସେମ୍ବର ୫ ତାରିଖରେ ଉତ୍ତର ବିହାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଛୋଟନ୍ ଶୁକ୍ଳାକୁ ହତ୍ୟା କରାଯାଇଥାଏ । ଏହାକୁ ନେଇ ଚାରିଆଡେ ବିରୋଧ ଲାଗିରହିଥାଏ । ଠିକ ଏତିକି ବେଳେ ମୁଜାଫରପୁରରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥାଏ । ଲୋକଙ୍କ ମନରେ ପୋଲିସ କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ନେଇ ପ୍ରବଳ ବିରୋଧ ଭାବ ଦେଖିବାକୁ ମିଳିଥିଲା । ପେଲିସ ଉପରେ ଉତକ୍ଷିପ୍ତ ହୋଇପଡିଥିଲେ ।

ଦିନେ ଗୋପାଳଗଞ୍ଜର ଜିଲ୍ଲାଧିକାରୀ ଜି କୃଷ୍ଣୈୟା ଏକ ସ୍ୱତନ୍ତ୍ର ବୈଠକ ସାରି ନିଜ ଲାଲ୍ ବତି କାରରେ ଫେରୁଥିବା ବେଳେ ତାଙ୍କ ଗାଡିକୁ ଉତ୍ତ୍ୟକ୍ତ ଲୋକମାନେ ଘେରିଯାଇଥିଲେ । କିଛି ବୁଝିବା ପୂର୍ବକୁ ଉତ୍ତ୍ୟକ୍ତ ଲୋକେ କାର ଉପରକୁ ପଥରମାଡ କରିଥିଲେ । କାରଣ ଲୋକଙ୍କ ମଧ୍ୟରେ ଭୁଲ ଭାବନା ଥିଲା ଯେ, କାରରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି, ମୁଜାଫରପୁର ଡିଏମ୍ । ହେଲେ ଜି. କୃଷ୍ଣୈୟା ଲୋକଙ୍କୁ ବାରବାର ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ, ସେ ମୁଜାଫରପୁରର ନୁହଁନ୍ତି ବରଂ ଗୋପାଳଗଂଜର ଡିଏମ୍ । ହେଲେ କିଛି ଲାଭ ହେଲାନି । ତାଙ୍କ କଥାକୁ କେହି ଶୁଣିଲେନି । ଉତ୍ୟକ୍ତ ଲୋକେ ତାଙ୍କୁ କାର ଭିତରୁ ଟାଣିଆଣି ନିସ୍ତୁକ ମାଡ ମାରିବା ସହ ଗୁଳି ଚଲାଇଥିଲେ । ଏହାପରେ ଜି. କୃଷ୍ଣୈୟାଙ୍କୁ ଏକ ଗାତ ଭିତରେ ପକାଇ ଦେଇଥିଲେ । ଆଉ ଏହି ଖବର ସାରା ଦେଶରେ କ୍ଷିପ୍ର ବେଗରେ ବ୍ୟାପିଗଲା । ସେତେବେଳେ ଏହି ଦଙ୍ଗାକୁ ଉସକାଇବା ଅଭିଯୋଗରେ ଆନନ୍ଦ ମୋହନଙ୍କୁ ଜେଲ ହୋଇଥିଲା । ଏହାପରେ ତାଙ୍କୁ ଫାଶୀ ଦଣ୍ଡଦେଶ ହୋଇଥିଲା । ହେଲେ ଏହି ଦଣ୍ଡାଦେସ ପରବର୍ତ୍ତି ସମୟରେ ଆଜୀବନ କାରାଦଣ୍ଡରେ ବଦଳି ଯାଇଥିଲା । ଆଉ ଏବେ ତାଙ୍କର ଦଣ୍ଡ ଅବଧି ସମାପ୍ତ ହେବା ପୂର୍ବରୁ ଜେଲରୁ ମୁକୁଳାଇବାକୁ ନେଇ ଘୋର ବିରୋଧ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *