IPLରେ ଆଜି ପୁଣି ଚେନ୍ନାଇ-ରାଜସ୍ଥାନ ମୁହାଁମୁହିଁ

ଫଟାଫଟ୍ କ୍ରିକେଟ୍ IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ଜୟପୁରରେ ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ।

ପଏଣ୍ଟ ଟେବୁଲର ଶୀର୍ଷରେ ଚେନ୍ନାଇ ସୁପର କିଙ୍ଗସ । ୭ଟି ମ୍ୟାଚରୁ ୫ଟିରେ ଜିତିଛି ଚେନ୍ନାଇ । ପୁଣି ଆଉ ଏକ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଦଳ । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ସବୁ ଡିପାର୍ଟମେଣ୍ଟରେ କମାଲ କରୁଛନ୍ତି ଖେଳାଳି । ଧୋନିଙ୍କ ନେତୃତ୍ୱରେ ଚଳିତଥର ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରୁଛି ଚେନ୍ନାଇ ।
ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ବି ଚମତ୍କାର ପ୍ରଦର୍ଶନ କରୁଛି । ଚେନ୍ନାଇ ଓ ରାଜସ୍ଥାନ ପ୍ରଥମ ଭେଟାଭେଟିରେ ରାଜସ୍ଥାନ ବାଜି ମାରିଥିଲା । ଆଜି ମଧ୍ୟ ଚେନ୍ନାଇକୁ ହରାଇବା ପାଇଁ ଦଳ ଜୋରଦାର ତୟାରୀ କରିଛି । ବିସ୍ଫୋରକ ବଟଲର, ହେଟମ୍ୟାରଙ୍କ ସମେତ ଅଧିନାୟକ ସାମସନ୍ ବ୍ୟାଟିଂ ଭାର ସମ୍ଭାଳିବେ । ଅଭିଜ୍ଞ ଅଶ୍ୱିନ, ବୋଲ୍ଟଙ୍କ ସମେତ ଚହଲ ଚେନ୍ନାଇକୁ ଅଡୁଆରେ ପକାଇପାରନ୍ତି । ରାଜସ୍ଥାନ ଖେଳିଥିବା ୭ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ଗତକାଲି ଏକ ମ୍ୟାଚରେ ବାଙ୍ଗାଲୋରକୁ ପରାସ୍ତ କରିଥିଲା କୋଲକାତା

Leave a Reply

Your email address will not be published. Required fields are marked *