Category: ଦେଶ-ବିଦେଶ

  • ସୁଦାନରୁ ବିଦେଶୀଙ୍କ ଉଦ୍ଧାର ଜୋରଦାର

    ସୁଦାନରୁ ବିଦେଶୀଙ୍କ ଉଦ୍ଧାର ଜୋରଦାର

    ସୁଦାନରେ ପାରାମିଲିଟାରୀ ଓ ମିଲିଟାରୀ ମଧ୍ୟରେ ଜାରି ଘମାଘୋଟ ଯୁଦ୍ଧରେ 72 ଘଣ୍ଟାର ଯୁଦ୍ଧ ବିରତି ଘୋଷଣା ହୋଇଛି। ଆମେରିକା ଓ ସାଉଦୀ ଆରବର ମଧ୍ୟସ୍ଥଦା ପରେ ଉଭୟ ପକ୍ଷ 3 ଦିନ ପାଇଁ ଯୁଦ୍ଧରେ ବିରତି ଘୋଷଣା କରିଛନ୍ତି। ଏହି ସମୟରେ ସେଠାରେ ଥିବା ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ସମ୍ଭବ ହୋଇପାରିବ। ସୋମବାର ଏହି ଘୋଷଣା ପରେ ବିଦେଶ ମନ୍ତ୍ରୀ ଜୟ ଶଙ୍କର ସୂଚନା ଦେଇଛନ୍ତି କି, ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ବାହାର କରିବାକୁ ଅପରେଶନ କାବେରୀର ଆରମ୍ଭ କରାଯାଇଛି, ଯେଉଁଥିରେ 500 ଭାରତୀୟ ସୁଦାନ ବନ୍ଦରରେ ପହଞ୍ଚିସାରିଛନ୍ତି।

    ଗଣମାଧ୍ୟମ ରିପୋର୍ଟ ମୁତାବକ, ଯୁଦ୍ଧବିରାମ, ସେଠାରୁ ବିଦେଶୀଙ୍କୁ ସଫଳତାର ସହ ବାହାର କରିବାରେ ସହାୟକ ହେବ। ସ୍ପେନ, ଜୋଡାନ, ଇଟାଲୀ, ଫ୍ରାନ୍ସ, ଡେନମାର୍କ, ଜର୍ମାନ ସମେତ କିଛି ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ଯୁଦ୍ଧପ୍ରବଣ ରାଷ୍ଟ୍ରରୁ ବାହାର କରି ନେବାରେ ସକ୍ଷମ ହୋଇଛନ୍ତି। ବ୍ରିଟେନ ମଧ୍ୟ ତାର ଦୂତାବାସ କର୍ମଚାରୀଙ୍କୁ ସେଠାରୁ ବାହାର କରି ଆଣିଛି। ବ୍ରିଟେନର ଉଦ୍ଧାରକାରୀ ଦଳ ମଧ୍ୟ କିଛି ଅନ୍ୟ ରାଜ୍ୟର ନାଗରିକଙ୍କୁ ଉଦ୍ଧାର କରିଛି। ସିଏନଏନ ରିପୋର୍ଟ ମୁତାବକ, ସାଉଦୀ ଆରବ ସୁଦାନରୁ 10 ସାଉଦୀ ନାଗରିକଙ୍କୁ ଉଦ୍ଧାର କରିଥିବା ବେଳେ ଆମେରିକାର 189 ନାଗରିକଙ୍କୁ ବାହାର କରିଛି। ଏନେଇ ସାଉଦୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

    ସୂଚନାଯୋଗ୍ୟ, ଏପ୍ରିଲ 15ରୁ ସୁଦାନର ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏଥିରେ 427 ଲୋକଙ୍କ ମୃତ୍ୟୁ ହୋଇଛି। ଯୁଦ୍ଧ ଆରମ୍ଭ ହେବା ପରେ ସେଠାରେ ଲୋକମାନେ ନିଜକୁ ଘର ଭିତରେ ଆବଦ୍ଧ କରିନେଇଛନ୍ତି।  ଯୁଦ୍ଧପାଇଁ ସେଠାର ସ୍ଥିତି ଗମ୍ଭୀର ହୋଇଯାଇଛି। ଦେଶକୁ ଆମଦାନୀ ହ୍ରାସ ପାଇଛି। ଲୋକଙ୍କ କିଣା ବିକା ମଧ୍ୟ ପ୍ରଭାବିତ ହୋଇଛି। ଏଥିସହ, ହସ୍ପିଟାଲ କ୍ଷତିଗ୍ରସ୍ତ ହେବା ସହ ହସ୍ପିଟାଲ ସବୁ ବନ୍ଦ ହେବା ସ୍ଥିତିରେ ପହଞ୍ଚିଛି। ଜନବସତି ଧୀରେ ଧୀରେ ଯୁଦ୍ଧକ୍ଷେତ୍ରରେ ପରିଣତ ହେଉଛି। ଉଭୟ ପକ୍ଷରୁ ହଜାର ହଜାର ସଂଖ୍ୟାରେ ସଶସ୍ତ୍ର ବଳ ରାଜପଥ ଉପରେ ଲଢେଇ କରୁଛନ୍ତି।

  • ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ

    ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ

    ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ ଦିଆଯାଇଛି । କହିଜଣେ ୧୧୨ ଡାଏଲ କରି ସିଏମ୍‌ଙ୍କୁ ମାରି ଦେବାର ଧମକ ଦେଇଛି । ଏହାପରେ ଆକ୍ସନ ମୁଡକୁ ଆସିଛି ୟୁପିପୁଲିସ । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହେବା ସହ ୟୁପି ଏସଟିଏଫ ସମେତ ଅନ୍ୟ କେତେକ ଏଜେନ୍ସି ଏହି ଘଟଣାର ତନାଘନା ଆରମ୍ଭ କରିଛନ୍ତି ।

    ଉତ୍ତରପ୍ରଦେଶ ପୁଲିସ ଏନେଇ ରୁଜୁ କରିଥିବା ମାମଲା ଅନୁଯାୟୀ, ଗତ ୨୩ ତାରିଖ ରାତି ୮ଟା ୨୨ ମିନିଟ୍‌ରେ ୟୁପି-୧୧୨ ମୁଖ୍ୟାଳୟର ସୋସିଆଲ ମିଡିଆ ହ୍ୱାଟ୍ସଆପ୍‌ ଡେସ୍କକୁ ଏକ ଧମକପୂର୍ଣ୍ଣ ମ୍ୟାସେଜ ଆସିଥିଲା । ସେହି ମ୍ୟାସେଜରେ ଲେଖାଥିଲା ଯେ, ‘ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଖୁବ୍‌ ଶୀଘ୍ର ମାରିଦେବି’। ଏହି ଧମକ ପରେ ଯାଞ୍ଚ ଏଜେନ୍ସି ଆଲର୍ଟ ହୋଇଥିବା ବେଳେ ଟେକ୍ନିକାଲ ଟିମ ସହାୟତାରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି।

    ଏଠାରେ କହିରଖୁଛୁ, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଏଥିସହିତ ଆଗରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଇ-ମେଲ ଯୋଗେ ହତ୍ୟା ଧମକ ହତ୍ୟା ଧମକ ଦିଆଯାଇଥିଲା । ଏହାପରେ ପୁଲିସ ପକ୍ଷରୁ ତତ୍ପରତା ଦେଖାଯାଇ ବିହାରର ଜଣେ ନାବାଳକୁ ଗିରଫ କରାଯାଇଥିଲା ।

  • ଦେଶକୁ ମିଳିଲା ପ୍ରଥମ ୱାଟର ମେଟ୍ରୋ, ଏଥର ପାଣିରେ ଚାଲିବ ଟ୍ରେନ୍

    ଦେଶକୁ ମିଳିଲା ପ୍ରଥମ ୱାଟର ମେଟ୍ରୋ, ଏଥର ପାଣିରେ ଚାଲିବ ଟ୍ରେନ୍

    ଦେଶକୁ ମିଳିଲା ପ୍ରଥମ ୱାଟର ମେଟ୍ରୋ । ଆଜି କେରଳର କୋଚି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଗାକ ଶୁଭାରମ୍ଭ କରିବେ । ୧୧୩୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ମେଟ୍ରୋ ୧୦ଟି ଦୀପକୁ ଯୋଡିବ । ଏହି ଓ୍ବାଟର ବୋଟ ଗୁଡିକ ଇଲେକ୍ଟ୍ରିକ୍ ବୋଟ୍ ଭଳି ହୋଇଥିବା ବେଳେ ଏଥିରେ ଯାତ୍ରୀମାନେ ଆରାମଦାୟକ ଯାତ୍ରା କରିପାରିବେ । ଏଥିସହିତ ସୁରକ୍ଷା ଦୃଷ୍ଟିରୁ ଲାଗିଥିବା ସ୍ୱତନ୍ତ୍ର ଫିଚର୍ସ ଏହାକୁ ଆହୁରି ଖାସ କରିଦିଏ ।

    ଏହି ଟ୍ରେନ ଗୁଡିକ ଦେଖିବାକୁ ଏକ ଯାହାଜ ପରି । ହେଲେ ଭିତରେ ବସିବା ପାଇଁ ମେଟ୍ରୋ ଭଳି ବ୍ୟବସ୍ଥା ହୋଇଛି । ଏଥିରେ ଯାତ୍ରା ସମୟରେ ଆଖପାଖର ପ୍ରାକୃତିକ ଦୃଶ୍ୟକୁ ମଧ୍ୟ ମନଭରି ଉପଭୋଗ କରିପାରିବେ ପର୍ଯ୍ୟଟକ ମାନେ । ଆମେ ଜାଣୁ କେରଳର କୋଚି ହେଉଛି ଦେଶର ଏକ ପ୍ରମୁଖ ବାଣିଜ୍ୟିକ ହବ । ଏଠାକୁ ବର୍ଷ ତମାମ ଅସଂଖ୍ୟ ପର୍ଯ୍ୟଟକଙ୍କ ମଧ୍ୟ ସୁଅ ଛୁଟେ । ଏହି ମେଟ୍ରେ ଯେ କେବଳ କୋଚି ବାସିନ୍ଦାଙ୍କ ପାଇଁ କରାଯାଇଛି ତାହା ନୁହେଁ, ଏଠାକୁ ଆସୁଥିବା ସବୁ ପର୍ଯ୍ୟଟକ ଏହାର ମଜା ଉଠାଇ ପାରିବେ ।

  • ଆସନ୍ତା 28ରେ ମହିଳା ରେସଲର ଯୌନଉତ୍ପୀଡନ ମାମଲାର ଶୁଣାଣି

    ଆସନ୍ତା 28ରେ ମହିଳା ରେସଲର ଯୌନଉତ୍ପୀଡନ ମାମଲାର ଶୁଣାଣି

    ଦିଲ୍ଲୀର ଜନ୍ତରମନ୍ତରରେ ପୁଣି ରେସଲରଙ୍କ ବିରୋଧ ପ୍ରଦର୍ଶନକୁ ନେଇ ସୁପ୍ରିମ କୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ଅନ୍ତର୍ଜାତୀୟସ୍ତରରେ ଦେଶର ପ୍ରତିନିଧିତ୍ବ କରୁଥିବା ରେସଲର ଯାଚିକାରେ ଯୌନ ଉତ୍ପୀଡନ ପରି ଗମ୍ଭୀର ଅଭିଯୋଗ ଆଣିଥିବାରୁ କୋର୍ଟ ଏହାର ଶୁଣାଣି କରିବାର ଆବଶ୍ୟକତା ରହିଛି। ତେବେ ବରିଷ୍ଠ ଓକିଲ କପିଲ ସିବଲଙ୍କ ଦ୍ୱାରା ମାମଲାର ତ୍ୱରିତ ଶୁଣାଣି ପାଇଁ ଦାବି ପରେ କୋର୍ଟ ଏହି ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

    ସିବଲ ସର୍ବୋଚ୍ଚ କୋର୍ଟଙ୍କୁ ରେସଲରଙ୍କ ମାମଲାର ତ୍ୱରିତ ଶୁଣାଣି ପାଇଁ ଦାବି ଉପସ୍ଥାପନ କରିବା ପରେ ସିଜେଆଇ ଯାଚିକାର ସାରମର୍ମ, ଉଦ୍ଦେଶ୍ୟ, ପକ୍ଷକାରଙ୍କ ସମ୍ପର୍କରେ ପଚାରିଥିଲେ। ସିବଲ କହିଥିଲେ କି 7 ଜଣ ମହିଳା ପହଲୱାନଙ୍କ ଦ୍ୱାରା ଏହି ଯୌନ ଉତ୍ପୀଡନ ଯାଚିକା ଦାୟର ହୋଇଛି ଓ ପୋଲିସ ସେମାନଙ୍କ ଏଫଆଇଆର ଗ୍ରହଣ କରୁ ନ ଥିବାରୁ ଏଫଆଇଆର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାକୁ ଯାଚିକାରେ ଦାବି କରାଯାଇଛି। ମାମଲାର ଗୁରୁତ୍ୱ ବୁଝି କୋର୍ଟ ଏହା ଉପରେ 28 ଏପ୍ରିଲରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

    ସୋମବାର ଦିନ ପ୍ରଦର୍ଶନ ରତ ରେସଲର ଧମକ ଦେଇଥିଲେ କି, ଯଦି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୁଷଣ ସିଂହଙ୍କ ବିରୋଧରେ ଏଫଆଇଆର ଦାୟର କରା ନ ଯାଏ, ତେବେ ସେମାନେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହେବେ। ସେପଟେ, ମହାସଂଘ ଓ ରେସଲରଙ୍କ ଭିତରେ ଜାରି ବିବାଦ ଭିତରେ ଆସନ୍ତା ମେ 7ରେ ହେବାକୁ ଥିବା ମହାସଂଘ ନିର୍ବାଚନ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି।

    ସୂଚନାଯୋଗ୍ୟ, ସରକାର ଡବ୍ଲୁଏଫଆଇ ବିରୋଧରେ ଯୌନ ଉତ୍ପୀଡନ ଓ ଡରେଇବା ଧମକେଇବା ମାମଲାର ଯାଞ୍ଚ ପାଇଁ 23 ଜାନୁଆରୀରେ 6 ଜଣିଆ କମିଟି ଗଠନ କରିଦେଇଥିଲା। କମିଟି ତାର ରିପୋର୍ଟ 5 ଏପ୍ରିଲରେ ଦାଖଲ କରି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ।  

  • ଥାନାରେ ଭୟଙ୍କର ବିସ୍ଫୋରଣ ହେବାଦ୍ବାରା 12 ଜଣଙ୍କର ମୃତ୍ୟୁ ହୋଇଛି

    ଥାନାରେ ଭୟଙ୍କର ବିସ୍ଫୋରଣ ହେବାଦ୍ବାରା 12 ଜଣଙ୍କର ମୃତ୍ୟୁ ହୋଇଛି

    ପାକିସ୍ତାନରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୮ ପୁଲିସ୍‌ କର୍ମୀଙ୍କ ସମେତ 12 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି। ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତ୍‌ ଜିଲ୍ଲାସ୍ଥିତ ଏକ ଥାନା ପରିସରରେ ଥିବା ଆତଙ୍କୀ ନିରୋଧ ଅଫିସରେ ଏହି ଭୟଙ୍କର ବିସ୍ଫୋରଣ ହୋଇଛି । ମିଳିଥିବା ସୂଚନା ମୁତାବକ, ଥାନା ପରିସରରେ ଥିବା ଅସ୍ତ୍ରଶସ୍ତ୍ର ବୋଝେଇ ଏକ ରୁମ୍‌ରେ ନିଆଁ ଲାଗିବା ଦ୍ବାରା ଏପରି ବିସ୍ଫୋରଣ ହେଇଥିବା ଅନୁମାନ କରାଯାଉଛି । ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ସଙ୍ଗଠନର ହାତ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

    ତଦନ୍ତରୁ ଜଣାପଡିଛି, ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ରୁମ୍‌ରୁ ହଠାତ୍‌ ନିଆଁ ବାହାରିବା ଆରମ୍ଭ କରିଥିଲା । ଏହାର କିଛି ମସୟ ପରେ ସେଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ପ୍ରଥମିକ ତଦନ୍ତରୁ ଜଣାପଡିଛି ଯେ, ସର୍ଟି ସର୍କିଟ ଯୋଗୁଁ ଏପରି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏହି ବିସ୍ଫୋରଣରେ ଆତଙ୍କୀ ନିରୋଧ ଅଫିସ ସହିତ ନିକଟରେ ଥିବା ଏକ ମସଜିଦ ବି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଘଟଣା ଘଟିବା ସମୟରେ ଲୋକଙ୍କ ଚଳପ୍ରଚଳ ଥିବାରୁ କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଛନ୍ତି । ବର୍ତମାନ 12
    ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ।

  • ମହିଳାଙ୍କ ସହ ମନ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଚାଟ୍ ! ବିରୋଧୀଙ୍କ ଟାର୍ଗେଟ୍

    ମହିଳାଙ୍କ ସହ ମନ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଚାଟ୍ ! ବିରୋଧୀଙ୍କ ଟାର୍ଗେଟ୍

    ମହିଳାଙ୍କ ସହିତ ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ଭିଡିଓ ଚାଟ୍ । ଏହା ଏବେ ଦ୍ରୁତ ବେଗରେ ଭାଇରାଲ୍‌ ହେଉଛି । କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କେମିତି ଜଣେ ମହିଳାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେଉଛନ୍ତି ତାହା ଏବେ ଚର୍ଚ୍ଚାକୁ ଆସିଛି । ଘଟଣାକୁ ନେଇ ରାଜ୍ୟ ରାଜନୀତି ବି ବେଶ୍ ସରଗରମ ରହିଛି ।

    ମହିଳାଙ୍କ ସହ ଭିଡିଓ କଲରେ ଅଶ୍ଳୀଳ କଥାବାର୍ତ୍ତା ଅଭିଯୋଗ ପରେ ଏବେ ମନ୍ତ୍ରୀ ବନ୍ନା ଗୁପ୍ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଏହା ଭାଇରାଲ୍ ହେବାରେ ଲାଗିଛି । ଘଟଣାକୁ ନେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ମନ୍ତ୍ରୀ ବନ୍ନା ଗୁପ୍ତା କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହା ଏକ ପ୍ଲାନ୍ ବୋଲି ସେ କହିଛନ୍ତି । ସେପଟେ, ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ଜଣେ ମହିଳାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେଉଛନ୍ତି । ତେବେ ଏହା ନକଲି ଏବଂ ଫର୍ଜି ବୋଲି ରୋକଠୋକ୍ କହିଛନ୍ତି ମନ୍ତ୍ରୀ । ଏ ସମ୍ପର୍କରେ ଏତଲା ଦିଆଯାଇଥିବା ବେଳେ ଖୁବଶୀଘ୍ର ପୋଲିସ ଘଟଣାର ତଦନ୍ତ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

  • ପୁଣି NCERT ବହିରୁ ହଟିଲା ଡାରୱିନଙ୍କ କ୍ରମ ବିବର୍ତ୍ତନ ଥିଓରୀ

    ପୁଣି NCERT ବହିରୁ ହଟିଲା ଡାରୱିନଙ୍କ କ୍ରମ ବିବର୍ତ୍ତନ ଥିଓରୀ

    କେନ୍ଦ୍ର ସରକାର ବାରମ୍ବାର NCERT ପୁସ୍ତକରୁ ଗୋଟିଏ ପରେ ଗୋଟିଏ ବିଷୟକୁ ଗାଏବ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ମୋଗଲଙ୍କ ଇତିହାସ, ବହିରୁ ହଟାଇ ସରାକର ବିବାଦରେ ଘେରି ହୋଇଯାଇଥିବା ବେଳେ ଏହାର ମାତ୍ର କିଛ ଦିନ ପରେ ଜାତିର ପିତ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ବିଷୟରେ ଅନେକ ତଥ୍ୟକୁ ହଟାଇ ଦିଆଯାଇଥିଲା । ଏଥିସହିତ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ଆରଏସଏସ ଉପରେ ଆକ୍ସନ ନେଇ ସର୍ଦ୍ଦାର ବଲ୍ଲବଭାଇ ପଟେଲ ଆରଏସଏସକୁ ବ୍ୟାନ କରିଥିବା ତଥ୍ୟକୁ ମଧ୍ୟ ପୁସ୍ତକରୁ ହଟାଇ ଦିଆଯାଇଛି । ଯାହାକୁ ନେଇ ପ୍ରମୁଖ ବିରୋଧି ଦଳ କଂଗ୍ରେସ ସରକାରଙ୍କୁ କଡା ସମାଲୋଚନା କରିଥିଲା । ସେତେବେଳେ ପିଲାଙ୍କୁ ବହିର ବୋଝରୁ ମୁକ୍ତି ଦେବା ପାଇ ଏମିତି ନିଷ୍ପତ୍ତି ନିଆଯାଇଥିବା NCERT ପକ୍ଷରୁ କୁହାଯାଇଥିଲା ।

    ଏବେ ଆଉ ଏକ ବିଷୟକୁ ବହିରୁ ହଟାଯାଇଛି, ଯାହାକୁ ନେଇ ପୁଣି ବିବାଦ ଘନେଇବାରେ ଲାଗଛି । ନବମ ଓ ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମରୁ ପ୍ରଖ୍ୟାତ ବୈଜ୍ଞାନିକ ଚାର୍ଲସ୍ ଡାରୱିନଙ୍କ ଥିଓରୀ ଅଫ୍ ଏଭୋଲ୍ୟୁସନ୍ ବା କ୍ରମ ବିବର୍ତ୍ତନ ଥିଓରୀକୁ ହାଟାଇ ଦିଆଯାଇଛି । ଆଉ ଏହାକୁ ଏବେ କୌଣସି ରାଜନୈତିକ ଦଳ ନୁହେଁ ବରଂ ଭାରତର ବିଶିଷ୍ଟ ବିଜ୍ଞାନ ଅନୁଷ୍ଠାନ କଡା ବିରୋଧ କରିଛନ୍ତି । ଏହାକୁ ନେଇ ଏନସିଇଆରଟି ବିରୋଧରେ ଏକ ମିଳିତ ହସ୍ତାକ୍ଷର ଦାଖଲ କରିଛନ୍ତି ଭାରତର ବିଶିଷ୍ଠ ବିଜ୍ଞାନ ଅନୁଷ୍ଠାନ । ଭାରତୀୟ ବିଜ୍ଞାନ ଅନୁଷ୍ଠାନ, ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ଓ ଭାରତୀୟ ପ୍ରଦ୍ୟୋଗ ସଂସ୍ଥାନ ପରି ପ୍ରମୁଖ ଅନୁଷ୍ଠାନର ପ୍ରତିନିଧିଙ୍କ ଦ୍ୱାରା ହସ୍ତାକ୍ଷର କରାଯାଇ ଏନସିଇଆରଟି ବିରୋଧରେ ଏହି ଅପିଲ କରାଯାଇଛି ।

  • ବିବାଦରେ ସାମୁହିକ କନ୍ୟା ବିବାହ ଯୋଜନା, ଶିବରାଜଙ୍କୁ ସମାଲୋଚନା

    ବିବାଦରେ ସାମୁହିକ କନ୍ୟା ବିବାହ ଯୋଜନା, ଶିବରାଜଙ୍କୁ ସମାଲୋଚନା

    ବିବାଦ ଘେରକୁ ଆସିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ । ରାଜ୍ୟରେ ଚାଲିଥିବା ସାମୁହିକ କନ୍ୟା ବିବାହ/ନିକାହ ଯୋଜନାରେ ସେ ବିବାଦୀୟ ହୋଇଛନ୍ତି । ଘଟଣାକୁ ରାଜନୀତିର ରୂପ ଦେଇଛନ୍ତି ବିରୋଧୀ । ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ମହିଳାଙ୍କ ବିବାହ ପାଇଁ ସରକାର ସାମୁହିକ କନ୍ୟା ବିବାହ ଯୋଜନା ଜାରି ରଖିଛନ୍ତି । ଏବେ କିନ୍ତୁ ଡିନ୍ଦୋରୀର ଗଡ଼ସରାଇ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରାଯାଇଛି ।

    ଗର୍ଭଧାରଣ ପରୀକ୍ଷା ପରେ ବିବାହ କରିଥାନ୍ତେ ୨୧୯ ଝିଅ । କିନ୍ତୁ ଟେଷ୍ଟିଂ ପରେ ୫ ଝିଅଙ୍କ ରିପୋର୍ଟ ସକାରାତ୍ମକ ଥିବାରୁ ସେମାନେ ବିବାହରୁ ବଞ୍ଚିତ ହୋଇଛନ୍ତି । ବିବାହ ପୂର୍ବରୁ କନ୍ୟାଙ୍କ ଗର୍ଭଧାରଣ ପରୀକ୍ଷା ଅନୁଚିତ, କିଏ ଏଭଳି ନିର୍ଦ୍ଦେଶ ଦେଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ଦଳ । ଏଭଳି ସ୍ଥିତିରେ ବିବାହରୁ ବଞ୍ଚିତ ଜଣେ ମହିଳା କହିଛନ୍ତି ସେ ତାଙ୍କ ପ୍ରେମିକ ସହ ରହୁଥିଲେ । ଗର୍ଭଧାରଣ ସକାରାତ୍ମକ ଥିବାରୁ ଫାଇନାଲ୍ ଲିଷ୍ଟରେ ତାଙ୍କ ନାଁ ନାହିଁ । ପୂର୍ବରୁ ଏଭଳି ପରୀକ୍ଷା ହୋଇନଥିଲା ବୋଲି କହିଛନ୍ତି ବାଚଚାରଗାଁ ସରପଞ୍ଚ ମେଦାନୀ ମାରୱା । ଏହା ଝିଅଙ୍କ ପ୍ରତି ଘୋର ଅପମାନ । ପରିବାର ଆଗରେ ସେମାନ ଅପମାନିତ ହୋଇଥିବା କହିଛନ୍ତି ମାରୱା ।

    ସେପଟେ, ଡିନ୍ଦୋରୀ ଡାକ୍ତର କହିଛନ୍ତି ଯେ ବିବାହ ପୂର୍ବରୁ ଝିଅଙ୍କ ବୟସ ଯାଞ୍ଚ, ରକ୍ତହୀନତା ଏବଂ ଶାରୀରିକ ସୁସ୍ଥତା ଜାଣିବା ପାଇଁ ଏଭଳି ଟେଷ୍ଟିଂ କରାଯାଇଥିଲା । ସେ ଆହୁରି କହିଛନ୍ତି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ କେତେକ ଝିଅଙ୍କ ଗର୍ଭବତୀ ପରୀକ୍ଷା କରାଯାଇଥିଲା ଯାହା ସନ୍ଦେହରେ ରହିଛି । ଆମେ କେବଳ ପରୀକ୍ଷା କରି ଅନୁସନ୍ଧାନ ରିପୋର୍ଟ ଦେଇଥାଉ ବୋଲି ଡାକ୍ତର କହିଛନ୍ତି ।

    କଂଗ୍ରେସ କିନ୍ତୁ ଏହି ମୌକାର ଫାଇଦା ନେବାକୁ ଆଟାକିଂ ଆରମ୍ଭ କରିଛି । ଝିଅଙ୍କ ଗର୍ଭବତୀ ପରୀକ୍ଷା ନିହାତି ନିନ୍ଦନୀୟ । ଏହା ଝିଅ,ମହିଳାଙ୍କୁ ବେଶ୍ ଅପମାନିତ କରିଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ବୋଲି କଂଗ୍ରେସ କହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ କାହା ନିର୍ଦ୍ଦେଶରେ ଏଭଳି ଅପମାନଜନକ କାର୍ଯ୍ୟ କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ଏଥିପାଇଁ କିଏ ଦାୟୀ । ମହିଳାଙ୍କ ସମ୍ମାନହାନୀ ହେଉଛି ନା ନାହିଁ । ତୁରନ୍ତ ଘଟଣାର ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି କମଲ ନାଥ ।

    ୨୦୦୬ରେ ମଧ୍ୟପ୍ରଦେଶରେ କନ୍ୟା ବିବାହ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ସାମିଲ ମହିଳାଙ୍କ ବିବାହ ପାଇଁ ସରକାର ୫୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି ।

  • ତାମିଲନାଡୁରେ ବଦଳିଲା ମଦ ନୀତି, ବିବାହ ମଣ୍ଡପରେ ମିଳିବ ମଦ

    ତାମିଲନାଡୁରେ ବଦଳିଲା ମଦ ନୀତି, ବିବାହ ମଣ୍ଡପରେ ମିଳିବ ମଦ

    ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର, ଏଣିକି ମଦରେ ଆସୁଛି ବଢିଆ ସ୍କିମ । ତାମିଲନାଡୁ ସରକାର ଆଣିଛନ୍ତି ଏକ ପ୍ରମୁଖ ଲାଇସେନ୍ସ , ଯେଉଁଥିରେ ଏଣିକି ଖାସ ସ୍ଥାନ ଗୁଡିକରେ ମଦ ବିତରଣ କରାଯିବ । ଆପଣ ଏତିକି ଶୁଣିଲା ପରେ ପାଟିରୁ ଲାଳ ଗଡୁଥିବ ନିଶ୍ଚୟ । ତେବେ କନଫରେନ୍ସ ହଲ୍, ବିବାହ ମଣ୍ଡପ, ଭୋଜିଭାତ ହେଉଥିବା ହଲ୍, କ୍ରୀଡା ଷ୍ଟାଡିୟମ ଏବଂ ଘରୋଇ କାର୍ଯ୍ୟରେ ମଦ ପିଇବାକୁ ଅନୁମତି ଦେବା ପାଇଁ ତାମିଲନାଡୁ ସରକାର ଏହି ସ୍ୱତନ୍ତ୍ର ଲାଇସେନ୍ସ ଆଣିଛନ୍ତି ।

    ଏଣିକି ଏହି ଯୋଜନାରେ ଦ୍ବାରା ଦର୍ଶାଯାଇଥିବା ସ୍ଥାନ ଗୁଡ଼ିକରେ ମଦ ଉପଲବ୍ଧ ହେବ। ଏହାପୂର୍ବରୁ ତାମିଲନାଡୁ ସରକାର ମଦ ଦରରେ ପରିବର୍ତ୍ତନ କରି ଏହାର ଦାମ୍ ବୃଦ୍ଧି କରିଥିଲେ । ମାର୍ଚ୍ଚ ମାସ 5 ତାରିଖରେ ରାଜ୍ୟ କ୍ୟାବିନେଟର ଏହାକୁ ନେଇ ଏକ ବୈଠକରେ କରାଯାଇଥିଲା ଯେଉଁଥିରେ ଏହି ନୂଆ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ୧୮୦ ମିଲି ମଦ କିଣୁଥିବା ଲୋକଙ୍କୁ ୧୦ ଟଙ୍କା, ୩୭୫ ମିଲି ବୋତଲ ପାଇଁ ୨୦ ଟଙ୍କା ଏବଂ ୭୫୦ ମିଲି ବୋତଲ କିଣୁଥିଲେ ଅଧିକ ୪୦ ଟଙ୍କା ଦେବାକୁ ପଡିବ ଗ୍ରାହକଙ୍କୁ । କେବଳ ସେତିକି ନୁହେଁ ଏଣିକି ବିୟର କଲିଣିଲେ ଗ୍ରାହକଙ୍କୁ 10 ଟଙ୍କା ଅଧିକ ଦେବାକୁ ପଡିବ ।

  • ସୁଦାନରେ ଉଗ୍ର ରୂପ ନେଉଛି ଗୃହଯୁଦ୍ଧ, ହୁହୁ ହୋଇ ବଢୁଛି ମୃତ୍ୟୁସଂଖ୍ୟା, ମେଡିକାଲରେ ବି ପଡୁଛି ବୋମା

    ସୁଦାନରେ ଉଗ୍ର ରୂପ ନେଉଛି ଗୃହଯୁଦ୍ଧ, ହୁହୁ ହୋଇ ବଢୁଛି ମୃତ୍ୟୁସଂଖ୍ୟା, ମେଡିକାଲରେ ବି ପଡୁଛି ବୋମା

    ସୁଦାନରେ ଦିନକୁ ଦିନ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଗୃହଯୁଦ୍ଧ ଫଳରେ ମୃତ୍ୟୁର ସଂହାରଲୀଳା ଦେଖିବାକୁ ମଳୁଛି । ଦିନ ଗଡି ଚାଲିଛି ଆଉ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଉଥିବା ବେଳେ ମେଡିକାଲ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ କରାଯାଉଛି । ଯାହାଫଳରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି ।

    ଅନ୍ୟପଟେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ନିରନ୍ତର ଉଦ୍ୟମ ଚାଲିଛି । ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି । ସୁଦାନରେ ପ୍ରାୟ ୩ ହଜାରରୁ ଅଧିକ ଭରତୀୟ ଫସି ରହିଥିବା ଜଣାପଡିଛି । ଭାରତ ସରକାର ବାୟୁସେନାର ୨ଟି ବିମାନ ସୁଦାନ ପଠାଯାଇଥିବା ବେଳେ ଭାରତୀୟ ନୌସେନା ସକ୍ରିୟ ରହିଛି । ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୁଦାନର ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଉଦି ଆରବ, ମିଶର ଓ ଆମେରିକା ସହିତ ଲାଗାତର ଯୋଗାଯୋଗ କରାଯାଉଛି ।

    ସୁଦାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଫସି ରହିଥିବା ଲୋକଙ୍କ ସହ ନିୟମିତ ଯୋଗାଯୋଗ କରାଯିବା ସହ ସଜାଗ ରହିବାକୁ ପରାମର୍ଶ ଦିଆଯାଉଛି । ଭାରତୀୟ ନାଗରିକଙ୍କୁ ସେଠାରୁ ସୁରୁଖୁରୁରେ ଉଦ୍ଧାର ପଇଁ ଆରମ୍ଭ ହୋଇଥିବା ମିଶନ କିଭଳି ସଫଳ ହେବ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଉଛି ।