ଦେଶକୁ ମିଳିଲା ପ୍ରଥମ ୱାଟର ମେଟ୍ରୋ, ଏଥର ପାଣିରେ ଚାଲିବ ଟ୍ରେନ୍

ଦେଶକୁ ମିଳିଲା ପ୍ରଥମ ୱାଟର ମେଟ୍ରୋ । ଆଜି କେରଳର କୋଚି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଗାକ ଶୁଭାରମ୍ଭ କରିବେ । ୧୧୩୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ମେଟ୍ରୋ ୧୦ଟି ଦୀପକୁ ଯୋଡିବ । ଏହି ଓ୍ବାଟର ବୋଟ ଗୁଡିକ ଇଲେକ୍ଟ୍ରିକ୍ ବୋଟ୍ ଭଳି ହୋଇଥିବା ବେଳେ ଏଥିରେ ଯାତ୍ରୀମାନେ ଆରାମଦାୟକ ଯାତ୍ରା କରିପାରିବେ । ଏଥିସହିତ ସୁରକ୍ଷା ଦୃଷ୍ଟିରୁ ଲାଗିଥିବା ସ୍ୱତନ୍ତ୍ର ଫିଚର୍ସ ଏହାକୁ ଆହୁରି ଖାସ କରିଦିଏ ।

ଏହି ଟ୍ରେନ ଗୁଡିକ ଦେଖିବାକୁ ଏକ ଯାହାଜ ପରି । ହେଲେ ଭିତରେ ବସିବା ପାଇଁ ମେଟ୍ରୋ ଭଳି ବ୍ୟବସ୍ଥା ହୋଇଛି । ଏଥିରେ ଯାତ୍ରା ସମୟରେ ଆଖପାଖର ପ୍ରାକୃତିକ ଦୃଶ୍ୟକୁ ମଧ୍ୟ ମନଭରି ଉପଭୋଗ କରିପାରିବେ ପର୍ଯ୍ୟଟକ ମାନେ । ଆମେ ଜାଣୁ କେରଳର କୋଚି ହେଉଛି ଦେଶର ଏକ ପ୍ରମୁଖ ବାଣିଜ୍ୟିକ ହବ । ଏଠାକୁ ବର୍ଷ ତମାମ ଅସଂଖ୍ୟ ପର୍ଯ୍ୟଟକଙ୍କ ମଧ୍ୟ ସୁଅ ଛୁଟେ । ଏହି ମେଟ୍ରେ ଯେ କେବଳ କୋଚି ବାସିନ୍ଦାଙ୍କ ପାଇଁ କରାଯାଇଛି ତାହା ନୁହେଁ, ଏଠାକୁ ଆସୁଥିବା ସବୁ ପର୍ଯ୍ୟଟକ ଏହାର ମଜା ଉଠାଇ ପାରିବେ ।

Leave a Reply

Your email address will not be published. Required fields are marked *