ତାମିଲନାଡୁରେ ବଦଳିଲା ମଦ ନୀତି, ବିବାହ ମଣ୍ଡପରେ ମିଳିବ ମଦ

ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର, ଏଣିକି ମଦରେ ଆସୁଛି ବଢିଆ ସ୍କିମ । ତାମିଲନାଡୁ ସରକାର ଆଣିଛନ୍ତି ଏକ ପ୍ରମୁଖ ଲାଇସେନ୍ସ , ଯେଉଁଥିରେ ଏଣିକି ଖାସ ସ୍ଥାନ ଗୁଡିକରେ ମଦ ବିତରଣ କରାଯିବ । ଆପଣ ଏତିକି ଶୁଣିଲା ପରେ ପାଟିରୁ ଲାଳ ଗଡୁଥିବ ନିଶ୍ଚୟ । ତେବେ କନଫରେନ୍ସ ହଲ୍, ବିବାହ ମଣ୍ଡପ, ଭୋଜିଭାତ ହେଉଥିବା ହଲ୍, କ୍ରୀଡା ଷ୍ଟାଡିୟମ ଏବଂ ଘରୋଇ କାର୍ଯ୍ୟରେ ମଦ ପିଇବାକୁ ଅନୁମତି ଦେବା ପାଇଁ ତାମିଲନାଡୁ ସରକାର ଏହି ସ୍ୱତନ୍ତ୍ର ଲାଇସେନ୍ସ ଆଣିଛନ୍ତି ।

ଏଣିକି ଏହି ଯୋଜନାରେ ଦ୍ବାରା ଦର୍ଶାଯାଇଥିବା ସ୍ଥାନ ଗୁଡ଼ିକରେ ମଦ ଉପଲବ୍ଧ ହେବ। ଏହାପୂର୍ବରୁ ତାମିଲନାଡୁ ସରକାର ମଦ ଦରରେ ପରିବର୍ତ୍ତନ କରି ଏହାର ଦାମ୍ ବୃଦ୍ଧି କରିଥିଲେ । ମାର୍ଚ୍ଚ ମାସ 5 ତାରିଖରେ ରାଜ୍ୟ କ୍ୟାବିନେଟର ଏହାକୁ ନେଇ ଏକ ବୈଠକରେ କରାଯାଇଥିଲା ଯେଉଁଥିରେ ଏହି ନୂଆ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ୧୮୦ ମିଲି ମଦ କିଣୁଥିବା ଲୋକଙ୍କୁ ୧୦ ଟଙ୍କା, ୩୭୫ ମିଲି ବୋତଲ ପାଇଁ ୨୦ ଟଙ୍କା ଏବଂ ୭୫୦ ମିଲି ବୋତଲ କିଣୁଥିଲେ ଅଧିକ ୪୦ ଟଙ୍କା ଦେବାକୁ ପଡିବ ଗ୍ରାହକଙ୍କୁ । କେବଳ ସେତିକି ନୁହେଁ ଏଣିକି ବିୟର କଲିଣିଲେ ଗ୍ରାହକଙ୍କୁ 10 ଟଙ୍କା ଅଧିକ ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *