ଥାନାରେ ଭୟଙ୍କର ବିସ୍ଫୋରଣ ହେବାଦ୍ବାରା 12 ଜଣଙ୍କର ମୃତ୍ୟୁ ହୋଇଛି

ପାକିସ୍ତାନରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୮ ପୁଲିସ୍‌ କର୍ମୀଙ୍କ ସମେତ 12 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି। ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତ୍‌ ଜିଲ୍ଲାସ୍ଥିତ ଏକ ଥାନା ପରିସରରେ ଥିବା ଆତଙ୍କୀ ନିରୋଧ ଅଫିସରେ ଏହି ଭୟଙ୍କର ବିସ୍ଫୋରଣ ହୋଇଛି । ମିଳିଥିବା ସୂଚନା ମୁତାବକ, ଥାନା ପରିସରରେ ଥିବା ଅସ୍ତ୍ରଶସ୍ତ୍ର ବୋଝେଇ ଏକ ରୁମ୍‌ରେ ନିଆଁ ଲାଗିବା ଦ୍ବାରା ଏପରି ବିସ୍ଫୋରଣ ହେଇଥିବା ଅନୁମାନ କରାଯାଉଛି । ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ସଙ୍ଗଠନର ହାତ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ତଦନ୍ତରୁ ଜଣାପଡିଛି, ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ରୁମ୍‌ରୁ ହଠାତ୍‌ ନିଆଁ ବାହାରିବା ଆରମ୍ଭ କରିଥିଲା । ଏହାର କିଛି ମସୟ ପରେ ସେଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ପ୍ରଥମିକ ତଦନ୍ତରୁ ଜଣାପଡିଛି ଯେ, ସର୍ଟି ସର୍କିଟ ଯୋଗୁଁ ଏପରି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏହି ବିସ୍ଫୋରଣରେ ଆତଙ୍କୀ ନିରୋଧ ଅଫିସ ସହିତ ନିକଟରେ ଥିବା ଏକ ମସଜିଦ ବି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଘଟଣା ଘଟିବା ସମୟରେ ଲୋକଙ୍କ ଚଳପ୍ରଚଳ ଥିବାରୁ କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଛନ୍ତି । ବର୍ତମାନ 12
ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ।

Leave a Reply

Your email address will not be published. Required fields are marked *