ଚିନ୍ମୟୀଙ୍କ ମୃତ୍ୟୁ କିପରି ହେଲା ? ଆସିଲା ଭିସେରା ରିପୋର୍ଟ

ଶେଷରେ ଆସିଛି ଭିସେରା ରିପୋର୍ଟ । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ ପୋଲିସକୁ ମିଳିଛି । ଚିନ୍ମୟୀ ଇଥାଇଲ ଆଲକହଲ ସେବନ କରିଥିବା ନେଇ ଭିସେରା ରିପୋର୍ଟରେ ଦର୍ଶାଯାଇଛି । ସମ୍ବଲପୁର ଏସ୍‌ପି ବି.ଗଙ୍ଗାଧର ଏହି ସୂଚନା ଦେଇଛନ୍ତି।

ମୃତ୍ୟୁ ପୂର୍ବରୁ ଚିନ୍ମୟୀ ଆଲକହଲ ସେବନ କରିଥିଲେ । ଏହା ଭିସେରା ରିପୋର୍ଟରୁ ସ୍ପଷ୍ଟ ହୋଇଥିବା କହିଛନ୍ତି ଏସପି । ହୋଟେଲରେ ଚିନ୍ମୟୀ ଓ ତାଙ୍କ ପୁରୁଷ ବନ୍ଧୁ ପିଇବା ବେଳର ଫୁଟେଜ ଜବତ କରାଯାଇଛି । ପୂର୍ବରୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ଏବଂ ଡାୟାଟମ୍ ରିପୋର୍ଟରେ ଆସିଥିଲା । ଏବେ କିନ୍ତୁ ଭିସେରା ରିପୋର୍ଟରେ ଅଲଗା ଦର୍ଶାଯାଇଛି । ତେବେ ଏହା ଆତ୍ମହତ୍ୟା ନା କେହି ପ୍ରବର୍ତ୍ତାଇଥିଲେ ସେ ନେଇ ତଦନ୍ତ ଜାରି ଥିବା ଏସ୍‌ପି କହିଛନ୍ତି।

ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ଯୋଗ ଦେଇଥିଲେ । ତେବେ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଥିଲା । ବହୁ ଖୋଜାଖୋଜି ପରେ ପାୱାର ଚ୍ୟାନେଲ ବ୍ରିଜରୁ ମୃତଦେହ ମିଳିଥିଲା । ଚିନ୍ମୟୀଙ୍କ ସହ ସେହି ସମୟରେ ତାଙ୍କ ବନ୍ଧୁ ପ୍ରୀତିମାନ ଥିବାରୁ ତାଙ୍କ ଉପରେ ସନ୍ଦେହ ଅଧିକ ଥିଲା । ଏହି ଘଟଣାର ୨ ଜଣ ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କର ଲାଇଡିଟେକ୍‌ସନ୍ କରାଯାଇଥିଲା । ତେବେ ସେମାନେ ସତ କହିଥିବା ରିପୋର୍ଟ ମିଳିବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *