ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ ଦିଆଯାଇଛି । କହିଜଣେ ୧୧୨ ଡାଏଲ କରି ସିଏମ୍‌ଙ୍କୁ ମାରି ଦେବାର ଧମକ ଦେଇଛି । ଏହାପରେ ଆକ୍ସନ ମୁଡକୁ ଆସିଛି ୟୁପିପୁଲିସ । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହେବା ସହ ୟୁପି ଏସଟିଏଫ ସମେତ ଅନ୍ୟ କେତେକ ଏଜେନ୍ସି ଏହି ଘଟଣାର ତନାଘନା ଆରମ୍ଭ କରିଛନ୍ତି ।

ଉତ୍ତରପ୍ରଦେଶ ପୁଲିସ ଏନେଇ ରୁଜୁ କରିଥିବା ମାମଲା ଅନୁଯାୟୀ, ଗତ ୨୩ ତାରିଖ ରାତି ୮ଟା ୨୨ ମିନିଟ୍‌ରେ ୟୁପି-୧୧୨ ମୁଖ୍ୟାଳୟର ସୋସିଆଲ ମିଡିଆ ହ୍ୱାଟ୍ସଆପ୍‌ ଡେସ୍କକୁ ଏକ ଧମକପୂର୍ଣ୍ଣ ମ୍ୟାସେଜ ଆସିଥିଲା । ସେହି ମ୍ୟାସେଜରେ ଲେଖାଥିଲା ଯେ, ‘ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଖୁବ୍‌ ଶୀଘ୍ର ମାରିଦେବି’। ଏହି ଧମକ ପରେ ଯାଞ୍ଚ ଏଜେନ୍ସି ଆଲର୍ଟ ହୋଇଥିବା ବେଳେ ଟେକ୍ନିକାଲ ଟିମ ସହାୟତାରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି।

ଏଠାରେ କହିରଖୁଛୁ, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଏଥିସହିତ ଆଗରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଇ-ମେଲ ଯୋଗେ ହତ୍ୟା ଧମକ ହତ୍ୟା ଧମକ ଦିଆଯାଇଥିଲା । ଏହାପରେ ପୁଲିସ ପକ୍ଷରୁ ତତ୍ପରତା ଦେଖାଯାଇ ବିହାରର ଜଣେ ନାବାଳକୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *