ପୁଣି NCERT ବହିରୁ ହଟିଲା ଡାରୱିନଙ୍କ କ୍ରମ ବିବର୍ତ୍ତନ ଥିଓରୀ

କେନ୍ଦ୍ର ସରକାର ବାରମ୍ବାର NCERT ପୁସ୍ତକରୁ ଗୋଟିଏ ପରେ ଗୋଟିଏ ବିଷୟକୁ ଗାଏବ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ମୋଗଲଙ୍କ ଇତିହାସ, ବହିରୁ ହଟାଇ ସରାକର ବିବାଦରେ ଘେରି ହୋଇଯାଇଥିବା ବେଳେ ଏହାର ମାତ୍ର କିଛ ଦିନ ପରେ ଜାତିର ପିତ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ବିଷୟରେ ଅନେକ ତଥ୍ୟକୁ ହଟାଇ ଦିଆଯାଇଥିଲା । ଏଥିସହିତ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ଆରଏସଏସ ଉପରେ ଆକ୍ସନ ନେଇ ସର୍ଦ୍ଦାର ବଲ୍ଲବଭାଇ ପଟେଲ ଆରଏସଏସକୁ ବ୍ୟାନ କରିଥିବା ତଥ୍ୟକୁ ମଧ୍ୟ ପୁସ୍ତକରୁ ହଟାଇ ଦିଆଯାଇଛି । ଯାହାକୁ ନେଇ ପ୍ରମୁଖ ବିରୋଧି ଦଳ କଂଗ୍ରେସ ସରକାରଙ୍କୁ କଡା ସମାଲୋଚନା କରିଥିଲା । ସେତେବେଳେ ପିଲାଙ୍କୁ ବହିର ବୋଝରୁ ମୁକ୍ତି ଦେବା ପାଇ ଏମିତି ନିଷ୍ପତ୍ତି ନିଆଯାଇଥିବା NCERT ପକ୍ଷରୁ କୁହାଯାଇଥିଲା ।

ଏବେ ଆଉ ଏକ ବିଷୟକୁ ବହିରୁ ହଟାଯାଇଛି, ଯାହାକୁ ନେଇ ପୁଣି ବିବାଦ ଘନେଇବାରେ ଲାଗଛି । ନବମ ଓ ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମରୁ ପ୍ରଖ୍ୟାତ ବୈଜ୍ଞାନିକ ଚାର୍ଲସ୍ ଡାରୱିନଙ୍କ ଥିଓରୀ ଅଫ୍ ଏଭୋଲ୍ୟୁସନ୍ ବା କ୍ରମ ବିବର୍ତ୍ତନ ଥିଓରୀକୁ ହାଟାଇ ଦିଆଯାଇଛି । ଆଉ ଏହାକୁ ଏବେ କୌଣସି ରାଜନୈତିକ ଦଳ ନୁହେଁ ବରଂ ଭାରତର ବିଶିଷ୍ଟ ବିଜ୍ଞାନ ଅନୁଷ୍ଠାନ କଡା ବିରୋଧ କରିଛନ୍ତି । ଏହାକୁ ନେଇ ଏନସିଇଆରଟି ବିରୋଧରେ ଏକ ମିଳିତ ହସ୍ତାକ୍ଷର ଦାଖଲ କରିଛନ୍ତି ଭାରତର ବିଶିଷ୍ଠ ବିଜ୍ଞାନ ଅନୁଷ୍ଠାନ । ଭାରତୀୟ ବିଜ୍ଞାନ ଅନୁଷ୍ଠାନ, ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ଓ ଭାରତୀୟ ପ୍ରଦ୍ୟୋଗ ସଂସ୍ଥାନ ପରି ପ୍ରମୁଖ ଅନୁଷ୍ଠାନର ପ୍ରତିନିଧିଙ୍କ ଦ୍ୱାରା ହସ୍ତାକ୍ଷର କରାଯାଇ ଏନସିଇଆରଟି ବିରୋଧରେ ଏହି ଅପିଲ କରାଯାଇଛି ।

Leave a Reply

Your email address will not be published. Required fields are marked *