ହାତୀ ଆକ୍ରମଣରେ ଜଣେ ମୃତ୍ୟୁ, ଜଣେ ଗୁରୁତର ଆହତ

ଅନୁଗୁଳ ବ୍ଳକ୍ ବନ୍ତଳା ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । କେତେବେଳେ ଫସଲହାନୀ ତ ଆଉ କେତେବେଳେ ଲୋକଙ୍କ ଜୀବନ ନେଉଛନ୍ତି । ଆଜି ବଡ଼କନ୍ତକୁଳ ଗାଁର ଜଣଙ୍କୁ ଦଳିଦେଇଛି ହାତୀ ।

ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ବଡ଼କନ୍ତକୁଳ ଗାଁର ମୁଳି ପ୍ରଧାନ ଓ ଗୌରୀ ରାଉଳ ଆଜି ସକାଳୁ ଆମ୍ବ ଗୋଟାଇବା ପାଇଁଗୌ ଗାଁ ନିକଟ ଆମ୍ବ ବଗିଚାକୁ ଯାଇଥିଲେ । ଆମ୍ବ ଗୋଟାଉଥିବା ବେଳେ ଏକ ଦନ୍ତା ଆସି ମୁଳି ପ୍ରଧାନଙ୍କୁ ଶୁଣ୍ଢରେ ଆକ୍ରମଣ କରିବା ସହ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଗୌରୀ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତ ୪ ମାସରେ ଅନୁଗୁଳ ବ୍ଳକ୍ ଅଞ୍ଚଳରେ ହାତୀ ଆକ୍ରମଣରେ ୧୦ ଜଣଙ୍କ ଜୀବନ ଗଲାଣି ।

Leave a Reply

Your email address will not be published. Required fields are marked *