କନ୍ଧମାଳରେ କାହିଁକି ୨ ଜଣଙ୍କୁ ବାନ୍ଧିଲା STF ?

ସୂଚନା ପାଇ ଜିଲ୍ଲା ଖଜୁରିଆପଡ଼ାରେ ରେଡ୍ କରିଥିଲା STF ଟିମ୍ । ସେଠାରୁ ଚିତା ବାଘ ଚମଡ଼ା ସହ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରିଥିଲା ଏହି ଟିମ୍ । ଘଟଣାରେ ସଂପୃକ୍ତ ୨ ଅଭଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅରାପାଜୁ ଗାଁର ସୁଜିତ ରାଜସ୍ୱଦୀପ ଏବଂ ସେହି ଗାଁର ଧନଞ୍ଜୟ ବେହେରା ।
ବାଘ ଚମଡ଼ା ରଖିବା ନେଇ ସେମାନଙ୍କ ପାଖେ କୌଣସି ଆଇନଗତ ଅଧିକାର ନାହିଁ । ତେଣୁ ସେମାନଙ୍କୁ ଗିରଫ କରାଯାଇଛି । ଏବେ ସେମାନଙ୍କୁ SDJM କୋର୍ଟ ପଠାଯିବ । ଅନ୍ୟପଟେ, ବାୟୋଲୋଜିକାଲ ଟେଷ୍ଟ ପାଇଁ ଚମଡ଼ାଟିକୁ ଡେରାଡୁନ ପଠାଇଛି । ଘଟଣାର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *