ମହିଳାଙ୍କ ସହ ମନ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଚାଟ୍ ! ବିରୋଧୀଙ୍କ ଟାର୍ଗେଟ୍

ମହିଳାଙ୍କ ସହିତ ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ଭିଡିଓ ଚାଟ୍ । ଏହା ଏବେ ଦ୍ରୁତ ବେଗରେ ଭାଇରାଲ୍‌ ହେଉଛି । କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କେମିତି ଜଣେ ମହିଳାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେଉଛନ୍ତି ତାହା ଏବେ ଚର୍ଚ୍ଚାକୁ ଆସିଛି । ଘଟଣାକୁ ନେଇ ରାଜ୍ୟ ରାଜନୀତି ବି ବେଶ୍ ସରଗରମ ରହିଛି ।

ମହିଳାଙ୍କ ସହ ଭିଡିଓ କଲରେ ଅଶ୍ଳୀଳ କଥାବାର୍ତ୍ତା ଅଭିଯୋଗ ପରେ ଏବେ ମନ୍ତ୍ରୀ ବନ୍ନା ଗୁପ୍ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଏହା ଭାଇରାଲ୍ ହେବାରେ ଲାଗିଛି । ଘଟଣାକୁ ନେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ମନ୍ତ୍ରୀ ବନ୍ନା ଗୁପ୍ତା କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହା ଏକ ପ୍ଲାନ୍ ବୋଲି ସେ କହିଛନ୍ତି । ସେପଟେ, ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ଜଣେ ମହିଳାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେଉଛନ୍ତି । ତେବେ ଏହା ନକଲି ଏବଂ ଫର୍ଜି ବୋଲି ରୋକଠୋକ୍ କହିଛନ୍ତି ମନ୍ତ୍ରୀ । ଏ ସମ୍ପର୍କରେ ଏତଲା ଦିଆଯାଇଥିବା ବେଳେ ଖୁବଶୀଘ୍ର ପୋଲିସ ଘଟଣାର ତଦନ୍ତ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *