Category: ଜିଲ୍ଲା

  • ଆରପାରିରେ ପୂର୍ବତନ ସାଂସଦ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

    ଆରପାରିରେ ପୂର୍ବତନ ସାଂସଦ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

    ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ’ଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିୟୋଗ ଘଟିଛି । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ପ୍ରାୟ ୭ଟା ବେଳେ ବିୟୋଗ ଘଟିଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଥିଲା । ତ୍ରିଲୋଚନଙ୍କ ବିୟୋଗକୁ ନେଇ ନେତା, ବିଶିଷ୍ଟ ବ୍ୟକ୍ତି, ସ୍ଥାନୀୟ ଲୋକେ, ସମର୍ଥକ ସମସ୍ତେ ଶୋକବ୍ୟକ୍ତ କରିଛନ୍ତି ।

    ଏକାଧାରରେ ସେ ଜଣେ ନେତା, ବିଶିଷ୍ଟ ଶିକ୍ଷାବିତ୍, ଅର୍ଥନୀତିଜ୍ଞ ଥିଲେ । ବୟସ ବୃଦ୍ଧି ସହ ଅସୁସ୍ଥତା ଯୋଗୁଁ ସେ ଆଜି ଆରପାରିକୁ ଚାଲିଯାଇଛନ୍ତି । କଟକ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ବେଶ୍ ଲୋକପ୍ରିୟ ହୋଇଥିଲେ । ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ କାନୁନଗୋ । ୧୯୯୯ରେ ଜଗତସିଂହପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । କାନୁନଗୋ ୩ ଥର ବିଧାୟକ ଏବଂ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

    ଲୋକଙ୍କ ସେବା କରି ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ କାନୁନଗୋ । ସେ ୧୯୪୦ ମସିହା ନଭେମ୍ବର ୨୪ ତାରିଖରେ କଟକ ବଡ଼ମୂଳେଇ ଗାଁରେ ଜନ୍ମ ହୋଇଥିବା ବେଳେ ଆଜି ଏ ମାଟିକୁ ଅଲବିଦା କହିଛନ୍ତି ।

  • ଏ କେମିତିକା ଠକ?, ଶିକ୍ଷକଙ୍କୁ ଠାରୁ ଲକ୍ଷାଧିକ ନେଇଗଲା

    ଏ କେମିତିକା ଠକ?, ଶିକ୍ଷକଙ୍କୁ ଠାରୁ ଲକ୍ଷାଧିକ ନେଇଗଲା

    କେମିକାଲରେ କାଗଜ ବୁଡ଼ାଇଲେ ବାହାରିବ 500 ଟଙ୍କିଆ ନୋଟ୍ । ଖନ୍ତାପଡ଼ା ଥାନା ଅଞ୍ଚଳର ଜଣେ ଯୁବକ ଏଭଳି କହି ଶିକ୍ଷକଙ୍କୁ ଚୁନ ଲଗାଇଛି । ସୋନପୁର ବୀରମହାରାଜପୁର ଅଞ୍ଚଳର ଶିକ୍ଷକ ସନ୍ତୋଷ ମହାକୁଡ଼ଙ୍କ ଠାରୁ ଏକ ଲକ୍ଷ ଦଶ ହଜାର ଟଙ୍କା ଠକି ନେଇଛି ।

    ଠକ ଯୁବକଙ୍କ ଚାଲରେ ଫସିଲେ ଶିକ୍ଷକ । ଗତ 11 ତାରିଖରେ ଶିକ୍ଷକ ସନ୍ତୋଷ ମହାକୁଡ଼ଙ୍କୁ କେମିକାଲ ଏବଂ କିଛି କାଗଜ ଦେବା ପାଇଁ ଖନ୍ତାପଡ଼ାସ୍ଥିତ ଦାଣ୍ଡକାଳୀ ମନ୍ଦିର ନିକଟକୁ ଡାକିଥିଲେ । ସେଠାରେ ସେମାନେ ସନ୍ତୋଷଙ୍କ ଫୋନ୍ ପେ ଏବଂ ଏଟିଏମରୁ ଏକ ଲକ୍ଷ ଦଶ ହଜାର ଟଙ୍କା ନେଇଥିଲେ । ସନ୍ତୋଷ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ଖନ୍ତାପଡ଼ା ପୋଲିସ ତଦନ୍ତ କରିବା ସହ ଖନ୍ତାପଡ଼ା ଅଞ୍ଚଳର ଜଣକୁ ଗିରଫ କରିଛି । ଏହି ଠକ ଗ୍ୟାଙ୍ଗରେ ସୋନପୁର ଏବଂ ଅନ୍ୟ କିଛି ଅଞ୍ଚଳର ଯୁବକମାନେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଛି । ଖୁବଶୀଘ୍ର ସେମାଙ୍କୁ ଗିରଫ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ସଦର ଏସଡିପିଓ ।

  • ୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଧମକ !

    ୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଧମକ !

    ନାଟକ ଦେଖିବା ହେଲା କାଳ । ଜଣେ ନୁହେଁ ତିନି ତିନି ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଭୋର୍ ସମୟରେ ଘରକୁ ଫେରୁଥିବା ବେଳେ ଏଭଳି ଅମାନୁଷିକ କାର୍ଯ୍ୟ ଘଟିଛି ।

    କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଏକାଥରକେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ୩ ନାବାଳିକା । ଗତକାଲି ସେମାନେ ମା’ ତାରିଣୀ ଯାତ୍ରା ଦେଖିବାକୁ ଯାଇଥିଲେ । ନାଟକ ଦେଖି ଭୋର୍ ୪ଟା ବେଳେ ୫ ନାବାଳିକା ଘରକୁ ଫେରୁଥିଲେ । ୫ ଜଣ ଯୁବକ ସେମାନଙ୍କୁ ବାଟରେ ଅଟକାଇଥିଲେ । ହେଲେ ୨ ଜଣ କୌଶଳକ୍ରମେ ଖସି ପଳାଥିଲେ । ୩ ଜଣ ନାବାଳିକାଙ୍କୁ ଟେକିନେଇ ଦୁଷ୍କର୍ମ କରିଥିଲେ ସୈତାନ ଯୁବକମାନେ । ପୀଡ଼ିତାଙ୍କୁ ହତ୍ୟା ଧମକ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ ।

    ସେପଟେ, ଖସିପଳାଇଥିବା ଦୁଇ ନାବାଳିକା ଘଟଣା ସମ୍ପର୍କରେ କହିଥିଲେ । ଘଟଣାସ୍ଥଳରୁ ପୀଡ଼ିତାମାନଙ୍କୁ ଉଦ୍ଧାର କରି ଥାନାରେ ଲଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୀଡ଼ିତାମାନଙ୍କ ଡାକ୍ତରୀମାଇନା କରାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

  • ମହାନଦୀ ତଟୋତ୍ସବ ଉଦଯାପିତ, ଚଟପଟି ଖାଦ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା

    ମହାନଦୀ ତଟୋତ୍ସବ ଉଦଯାପିତ, ଚଟପଟି ଖାଦ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା

    କଟକରେ ଶେଷ ହୋଇଛି ମହାନଦୀ ତଟୋତ୍ସବ । ୫ ଦିନ ଯାଏ ଭରପୁର ମଜା ନେଇଛନ୍ତି ଦର୍ଶକ । ମହାନଦୀ ପଠାରେ ବ୍ୟବସାୟୀମାନେ ବିଭିନ୍ନ ପସରା ମେଲିଥିବା ବେଳେ ଓରମାସ ପକ୍ଷରୁ ୧୪୮ ଷ୍ଟଲ୍ ଖୋଲାଯାଇଥିଲା । ମୀନାବଜାରରେ କିଣାବିକା ସାଙ୍ଗକୁ ଲୋକଙ୍କ ଭିଡ଼ ଜମିଥିଲା । ଚଟପଟି ଖାଦ୍ୟର ବେଶ୍ ମଜା ନେଇଥିଲେ ଦର୍ଶକ । ଘରକରଣା ଜିନିଷ ଓ ନୂଆ ନୂଆ ସାଜସଜା ସାମଗ୍ରୀ ମଧ୍ୟ କିଣିଥିଲେ । ଦି’ପଇସା ରୋଜଗାର କରି ଖୁସିବ୍ୟକ୍ତ କରିଛନ୍ତି ଦୋକାନୀ । ମହାନଦୀ ତଟୋତ୍ସବକୁ କେହିକେହି ମିନି ବାଲିଯାତ୍ରା ମଧ୍ୟ କହିଛନ୍ତି ।

    ମହାନଦୀ ପଠାରେ ବୁଲାବୁଲି କରି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଦର୍ଶକ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କଟକ ସଦର ସାମାଜିକ ଓ ସାଂସ୍କୃତିକ ସଂସଦ ଦ୍ୱାରା ଆୟୋଜିତ ହୋଇଥିଲା । ପ୍ରତିଦିନ ଆୟୋଜିତ ସଭାରେ କଟକ ସଦର ବିଧାୟକଙ୍କ ଚନ୍ଦ୍ର ସାରଥୀ ବେହେରା ସଭାପତିତ୍ୱରେ ଯୋଗ ଦେଇଥିଲେ ବରିଷ୍ଠ ବିଧାୟକ,ମନ୍ତ୍ରୀ । ବିଶିଷ୍ଟ ବ୍ୟକ୍ତି ଓ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମର ଆୟୋଜନକୁ କଟକ ସଦରବାସୀ ପ୍ରଶଂସା କରିଛନ୍ତି ।

  • ଅନଲାଇନ୍ ଟ୍ରେଡିଂ ଠକଙ୍କୁ ଧରିଲା EOW

    ଅନଲାଇନ୍ ଟ୍ରେଡିଂ ଠକଙ୍କୁ ଧରିଲା EOW

    ସୋର ଅଞ୍ଚଳରେ ଅନଲାଇନ୍ ଟ୍ରେଡିଂ ନାଁରେ ଠକେଇ । ୪ କୋଟିରୁ ଅଧିକ ଟଙ୍କା ଚୂନ ଲଗାଇଛନ୍ତି ଠକ । ଶେଷରେ ମାମଲାରେ ହସ୍ତକ୍ଷେପ କରିଥିଲା EOW । ଅନଲାଇନ୍ ଟ୍ରେଡିଂ କରି ମାଲେମାଲ ହୁଅ । ଏଭଳି ପ୍ରଲୋଭନ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ଠକ । ୪ ବର୍ଷ ହେଲା ଦୁଇ ଯୁବକ ସୋର,ବାଲେଶ୍ୱର,ଭଦ୍ରକ,ବାସୁଦେବପୁର,ଖଇରା ଓ କୁପାରୀ ଅଞ୍ଚଳରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ନେଇ ଫେରାର୍ ଥିଲେ ।

    ଟଙ୍କା ଫେରି ନପାଇ ଜମାକାରୀମାନେ ଟେନସନରେ ଥିଲେ । କିପରି ସେମାନେ ନିଜ ନିଜ ଟଙ୍କା ପାଇବେ ସେ ନେଇ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ଶେଷରେ ୨ ଜଣଙ୍କୁ ଧରିଛି EOW ଟିମ୍ । ୨ ଅଭିଯୁକ୍ତ ସୋର ଉତ୍ତରେଶ୍ୱର ଅଞ୍ଚଳର ରିପନ୍ ଜେନା ଓ ଅନୁପମ ପ୍ରଧାନ । ଦୀର୍ଘଦିନ ହେଲା ସେମାନେ ଅଞ୍ଚଳର ବହୁ ଲୋକଙ୍କୁ ପ୍ରଲୋଭନ ଦେଖାଇ କୋଟିକୋଟି ଟଙ୍କା ଠକି ନେଇଥିଲେ । ଏବେ କିନ୍ତୁ ସେମାନେ EOW ହାତରେ ଧରାପଡ଼ିଛନ୍ତି ।

  • ଭିତରକନିକାରେ ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା ଶେଷ

    ଭିତରକନିକାରେ ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା ଶେଷ

    ଭିତରକନିକା ଜାତୀୟ ଉଦ୍ୟାନରେ ମ୍ୟାନଗ୍ରୁଭ ପିଟା ପକ୍ଷୀ ବା ନବରଙ୍ଗୀ ଚଢ଼େଇଙ୍କ ଗଣନା ଶେଷ ହୋଇଛି । ଏହା ଭିତରକନିକାରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବାବେଳେ ୫ଟି ରେଞ୍ଜରେ ଏହି ମ୍ୟାନଗ୍ରୁଭ ପିଟା ପକ୍ଷୀଙ୍କ ଗଣନା କରାଯାଇଛି ।

    ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ପ୍ରଥମ ଥର ପାଇଁ ବିରଳ ପ୍ରଜାତିର ପକ୍ଷୀ ମ୍ୟାନଗ୍ରୁଭ ପିଟାଙ୍କ ଗଣନା ହୋଇଛି । ରାଜନଗର ରେଞ୍ଜରେ ୧୧ଟି ଟିମ୍, କନିକାରେ ୧୦ଟି,ମହାକାଳପଡ଼ାରେ ୬ଟି, କୁଜଙ୍ଗରେ ୪ଟି ଏବଂ ଗହୀରମଥା ରେଞ୍ଜରେ ଗୋଟିଏ ଟିମ୍ ଗଣନା କରିଥିଲେ । ୩୨ଟି ଟିମରେ ଥିଲେ ୧୦୦ ବନ କର୍ମଚାରୀ । ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କ ନେତୃତ୍ୱରେ ଗଣନା ସରିଛି । ମ୍ୟାନଗ୍ରୁଭ ପିଟା ପକ୍ଷୀ ଘଞ୍ଚ ହେନ୍ତାଳ ଜଙ୍ଗଲରେ ସାଧାରଣତଃ ଦେଖାଯାଇଥାଏ । ଏସବୁ ପକ୍ଷୀ ଦେହରେ ଇନ୍ଦ୍ରଧନୁ ଭଳି ବିଭିନ୍ନ ରଙ୍ଗ ଦେଖାଯାଇଥାଏ । ଜଙ୍ଗଲରେ ବାସ କରୁଥିବାରୁ ଏହାର ନାଁ ମ୍ୟାନଗ୍ରୁଭ ପିଟା । ଏଥର ଭିତରକନିକାରେ ୧୭୯ଟି ମ୍ୟାନଗ୍ରୁଭ୍ ପିଟାଙ୍କୁ ଚିହ୍ନଟ କରାଯାଇଛି ।

    ଦେଶର ମାତ୍ର ୨ଟି ସ୍ଥାନରେ ଦେଖାଯାଉଥିବା ବେଳେ ମ୍ୟାନଗ୍ରୁଭ ପିଟା ଭିତରକନିକାର ସବୁଠୁ ସୁନ୍ଦରତମ ପକ୍ଷୀ । ୨ ପ୍ରକାର ପିଟାଙ୍କ ମଧ୍ୟରୁ ପ୍ରଥମଟି ଇଣ୍ଡିଆନ ପିଟା ଯାହା ଓଡ଼ିଶାର ପ୍ରାୟ ସବୁ ଜଙ୍ଗଲରେ ଦେଖାଯାଏ । ଦ୍ୱିତୀୟଟି କେବଳ ଭିତରକନିକା ଓ ସୁନ୍ଦରବନରେ ଦେଖାଦିଏ । ଏହି ପକ୍ଷୀ ଛୋଟ କଙ୍କଡ଼ା ଓ ଶିଉଳି ଖାଇଥାନ୍ତି । ଏହି ପକ୍ଷୀଠାରେ ୯ଟି ରଙ୍ଗ ଥିବାରୁ ଏହାକୁ କୁହାଯାଏ ନବରଙ୍ଗୀ । ଭିତରକନିକାର ରାଣୀ ଓ ଗର୍ବ ବୋଲି ମଧ୍ୟ ବେଶ୍ ଜଣାଶୁଣା । ମ୍ୟାନଗ୍ରୁଭ ପିଟା ପକ୍ଷୀଙ୍କ ଗଣନା ପ୍ରତିବର୍ଷ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ….

  • ବାଲେଶ୍ୱର : କୁଟାରି ଗାଁ ଚଣ୍ଡି ମନ୍ଦିରରୁ ସୁନା ଅଳଙ୍କାର ନେଇଗଲେ

    ବାଲେଶ୍ୱର : କୁଟାରି ଗାଁ ଚଣ୍ଡି ମନ୍ଦିରରୁ ସୁନା ଅଳଙ୍କାର ନେଇଗଲେ

    ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କୁଟାରି ଗାଁରେ ଚଣ୍ଡି ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିର ତାଲା ଭାଙ୍ଗି ମା’ଙ୍କର ସୁନା ଓ ରୂପାର ଦୁଇଟି ମୁକୁଟ ସମେତ ବିଭିନ୍ନ ସୁନା ଅଳଙ୍କାର ଏବଂ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ।

    ଆଜି ସକାଳେ ପୂଜାରୀ ମନ୍ଦିର ପୂଜା କରିବାକୁ ଆସିଥିବା ବେଳେ ଚୋରି ହୋଇଥିବା ଦେଖିଥିଲେ । ସିମୁଳିଆ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । କିଛିଦିନ ଧରି ଦୃବୃର୍ତ୍ତମାନେ ସିମୁଳିଆର ବିଭିନ୍ନ ଅଞ୍ଚଳରେ ଥିବା ମନ୍ଦିରରୁ ଲଗାତାର ଚୋରି କରୁଛନ୍ତି । ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

  • ଟ୍ରାନ୍ସଫର୍ମରରେ ପିଟିହୋଇ ଦୋକାନ ଘରେ ଚଢ଼ିଗଲା ହାଇୱା

    ଟ୍ରାନ୍ସଫର୍ମରରେ ପିଟିହୋଇ ଦୋକାନ ଘରେ ଚଢ଼ିଗଲା ହାଇୱା

    କଟକ ଚାନ୍ଦବାଲି ରୋଡ୍ ସାଲେପୁର ନିକଟ ସପନପୁରରେ ଦୁର୍ଘଟଣା । ପାରାଦୀପରୁ ଆସୁଥିବା ଏକ ଜିପସମ୍ ବୋଝେଇ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମରରେ ପିଟି ହେବାସହ ଏକ ଦୋକାନ ଉପରେ ଚଢ଼ିଯାଇଥିଲା ଗାଡ଼ି ।

    ତେବେ ଦୁର୍ଘଟଣାରେ କେହି ବି ମୃତାହତ ହୋଇନାହାଁନ୍ତି । ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଦୋକାନୀ । ଏଥିରେ ଦୋକାନ ଘର ଭାଙ୍ଗି ଚୁରମାର ହୋଇଯାଇଛି । ଏଥିସହ ସାଲେପୁର ସହରରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

  • ମାଓ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବିଧାୟକ

    ମାଓ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବିଧାୟକ

    ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବିଧାୟକ ବିକ୍ରମ ମଣ୍ଡାବିଙ୍କ ଗାଡ଼ିକୁ ମାଓବାଦୀମାନେ ଆକ୍ରମଣ କରିଛନ୍ତି । ତେବେ ବିଧାୟକ ଏବଂ ଅନ୍ୟ ଜନପ୍ରତନିଧି ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମାଓବାଦୀମାନେ ଗୁଳିମାଡ଼ କରିଥିଲେ ସୁଦ୍ଧା ଏଥିରେ କାହାର କିଛି କ୍ଷତି ହୋଇନି । ବିଧାୟକଙ୍କ ସମେତ ସମସ୍ତେ ସୁରକ୍ଷିତ ଅଛନ୍ତି ।

    ସୂଚନା ଅନୁଯାୟୀ,ବିଜାପୁର ଜିଲ୍ଲା ଗଙ୍ଗାଲୁର ହାଟ ବଜାର ଠାରେ ଆୟୋଜିତ ଏକ ‌ବୈଠକରେ ଯୋଗ ଦେବାକୁ ବିଧାୟକ ବିକ୍ରମ ମଣ୍ଡାବି, ପଞ୍ଚାୟତ ସଦସ୍ୟ ଓ ଜନପ୍ରତିନିଧି ଯାଇଥିଲେ । ବୈଠକରୁ ଫେରିବା ବେଳେ ପଦେଡ଼ା ଗାଁ ନିକଟରେ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ ମାଓବାଦୀ । ଜିଲ୍ଲା ପଞ୍ଚାୟତ ସଦସ୍ୟ ପାର୍ବତୀ କଶ୍ୟପ ବସିଥିବା ଗାଡ଼ି ଚକରେ ଗୁଳି ବାଜିଥିଲା । ‌ଏହି ଆକ୍ରମଣରେ ‌ବିଧାୟକ ସମେତ ଜନପ୍ରତିନିଧିମାନେ ସୁରକ୍ଷିତ ଅଛନ୍ତି । ମାଓ ଆକ୍ରମଣରେ ସେମାନେ ବର୍ତ୍ତି ଯାଇଛନ୍ତି । ସମସ୍ତେ ସୁରକ୍ଷିତ ଭାବେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

  • ମହିଳାଙ୍କ ଗଳିତ ଶବ ଠାବ, ପୋଲିସର ଖୋଳତାଡ଼

    ମହିଳାଙ୍କ ଗଳିତ ଶବ ଠାବ, ପୋଲିସର ଖୋଳତାଡ଼

    ସୋର ଥାନା କେଦାରପୁର ପଞ୍ଚାୟତ ଘାସୁଆ ଗାଁର ଖରାଖିଆ ପଦାରେ ଜଣେ ଅଜଣା ମହିଳାଙ୍କ ଗଳିତ ଶବ ଠାବ ହୋଇଛି । କିଛି ସ୍ଥାନୀୟ ଲୋକେ ମହିଳାଙ୍କ ମୃତଦେହ ପଡ଼ିଥିବା ନେଇ ଗ୍ରାମରଖି ଅକ୍ଷୟ କୁମାର ଜେନାଙ୍କୁ ଜଣାଇଥିଲେ । ମୃତ ମହିଳାଙ୍କ ବୟସ 30 ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଲୋକେ ସନ୍ଦେହ କରୁଛନ୍ତି । ମହିଳା ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ । ସୋର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।