ମହାନଦୀ ତଟୋତ୍ସବ ଉଦଯାପିତ, ଚଟପଟି ଖାଦ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା

କଟକରେ ଶେଷ ହୋଇଛି ମହାନଦୀ ତଟୋତ୍ସବ । ୫ ଦିନ ଯାଏ ଭରପୁର ମଜା ନେଇଛନ୍ତି ଦର୍ଶକ । ମହାନଦୀ ପଠାରେ ବ୍ୟବସାୟୀମାନେ ବିଭିନ୍ନ ପସରା ମେଲିଥିବା ବେଳେ ଓରମାସ ପକ୍ଷରୁ ୧୪୮ ଷ୍ଟଲ୍ ଖୋଲାଯାଇଥିଲା । ମୀନାବଜାରରେ କିଣାବିକା ସାଙ୍ଗକୁ ଲୋକଙ୍କ ଭିଡ଼ ଜମିଥିଲା । ଚଟପଟି ଖାଦ୍ୟର ବେଶ୍ ମଜା ନେଇଥିଲେ ଦର୍ଶକ । ଘରକରଣା ଜିନିଷ ଓ ନୂଆ ନୂଆ ସାଜସଜା ସାମଗ୍ରୀ ମଧ୍ୟ କିଣିଥିଲେ । ଦି’ପଇସା ରୋଜଗାର କରି ଖୁସିବ୍ୟକ୍ତ କରିଛନ୍ତି ଦୋକାନୀ । ମହାନଦୀ ତଟୋତ୍ସବକୁ କେହିକେହି ମିନି ବାଲିଯାତ୍ରା ମଧ୍ୟ କହିଛନ୍ତି ।

ମହାନଦୀ ପଠାରେ ବୁଲାବୁଲି କରି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଦର୍ଶକ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କଟକ ସଦର ସାମାଜିକ ଓ ସାଂସ୍କୃତିକ ସଂସଦ ଦ୍ୱାରା ଆୟୋଜିତ ହୋଇଥିଲା । ପ୍ରତିଦିନ ଆୟୋଜିତ ସଭାରେ କଟକ ସଦର ବିଧାୟକଙ୍କ ଚନ୍ଦ୍ର ସାରଥୀ ବେହେରା ସଭାପତିତ୍ୱରେ ଯୋଗ ଦେଇଥିଲେ ବରିଷ୍ଠ ବିଧାୟକ,ମନ୍ତ୍ରୀ । ବିଶିଷ୍ଟ ବ୍ୟକ୍ତି ଓ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମର ଆୟୋଜନକୁ କଟକ ସଦରବାସୀ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *