ପ୍ରତିରକ୍ଷା ମନ୍ତ୍ରୀ କୋରୋନା ସଂକ୍ରମିତ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ କୋରୋନା। ସିଂହଙ୍କଠାରେ କୋରୋନାର ହାଲକା ଲକ୍ଷଣ ଦେଖା ଦେବା ପରେ ସେ ନିଜକୁ ହୋମ କ୍ୱାରେଣ୍ଟାଇନ ରଖିଛନ୍ତି। ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଆଜି ରକ୍ଷା ମନ୍ତ୍ରୀଙ୍କୁ ଦିଲ୍ଳୀରେ ବାୟୁ ସେନାର କମାଣ୍ଡରମାନଙ୍କ ସହ କନଫେରେନ୍ସରେ ଭାଗନେବାର ଥିଲା। କିନ୍ତି କୋରୋନା ପଜିଟିଭ ଜଣାପଡିବା ପରେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ।  

ଅନ୍ୟପଟେ ଦେଶରେ ଦ୍ରୁତ ଗତିରେ କୋଭିଡ 19 ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ଗତ 24 ଘଣ୍ଟାରେ 12ହଜାର 591 ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4.48 କୋଟିରେ ପହଞ୍ଚିଛି। ଏହା ପୂର୍ବରୁ 8 ମାସ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ସେହିପରି, ସୁସ୍ଥ ସଂଖ୍ୟା ବୃଦ୍ଧିପାଇ 65,286 ଛୁଇଁଛି। ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡିଛି କି, 24 ଘଣ୍ଟାରେ 40 ମୃତ୍ୟୁ ଘଟି ମୋଟ ମୃତ୍ୟୁ ସଂଖ୍ୟା 5,31,230 ହୋଇଛି।

Leave a Reply

Your email address will not be published. Required fields are marked *