ଅନଲାଇନ୍ ଟ୍ରେଡିଂ ଠକଙ୍କୁ ଧରିଲା EOW

ସୋର ଅଞ୍ଚଳରେ ଅନଲାଇନ୍ ଟ୍ରେଡିଂ ନାଁରେ ଠକେଇ । ୪ କୋଟିରୁ ଅଧିକ ଟଙ୍କା ଚୂନ ଲଗାଇଛନ୍ତି ଠକ । ଶେଷରେ ମାମଲାରେ ହସ୍ତକ୍ଷେପ କରିଥିଲା EOW । ଅନଲାଇନ୍ ଟ୍ରେଡିଂ କରି ମାଲେମାଲ ହୁଅ । ଏଭଳି ପ୍ରଲୋଭନ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ଠକ । ୪ ବର୍ଷ ହେଲା ଦୁଇ ଯୁବକ ସୋର,ବାଲେଶ୍ୱର,ଭଦ୍ରକ,ବାସୁଦେବପୁର,ଖଇରା ଓ କୁପାରୀ ଅଞ୍ଚଳରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ନେଇ ଫେରାର୍ ଥିଲେ ।

ଟଙ୍କା ଫେରି ନପାଇ ଜମାକାରୀମାନେ ଟେନସନରେ ଥିଲେ । କିପରି ସେମାନେ ନିଜ ନିଜ ଟଙ୍କା ପାଇବେ ସେ ନେଇ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ଶେଷରେ ୨ ଜଣଙ୍କୁ ଧରିଛି EOW ଟିମ୍ । ୨ ଅଭିଯୁକ୍ତ ସୋର ଉତ୍ତରେଶ୍ୱର ଅଞ୍ଚଳର ରିପନ୍ ଜେନା ଓ ଅନୁପମ ପ୍ରଧାନ । ଦୀର୍ଘଦିନ ହେଲା ସେମାନେ ଅଞ୍ଚଳର ବହୁ ଲୋକଙ୍କୁ ପ୍ରଲୋଭନ ଦେଖାଇ କୋଟିକୋଟି ଟଙ୍କା ଠକି ନେଇଥିଲେ । ଏବେ କିନ୍ତୁ ସେମାନେ EOW ହାତରେ ଧରାପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *