ମାଓ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବିଧାୟକ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବିଧାୟକ ବିକ୍ରମ ମଣ୍ଡାବିଙ୍କ ଗାଡ଼ିକୁ ମାଓବାଦୀମାନେ ଆକ୍ରମଣ କରିଛନ୍ତି । ତେବେ ବିଧାୟକ ଏବଂ ଅନ୍ୟ ଜନପ୍ରତନିଧି ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମାଓବାଦୀମାନେ ଗୁଳିମାଡ଼ କରିଥିଲେ ସୁଦ୍ଧା ଏଥିରେ କାହାର କିଛି କ୍ଷତି ହୋଇନି । ବିଧାୟକଙ୍କ ସମେତ ସମସ୍ତେ ସୁରକ୍ଷିତ ଅଛନ୍ତି ।

ସୂଚନା ଅନୁଯାୟୀ,ବିଜାପୁର ଜିଲ୍ଲା ଗଙ୍ଗାଲୁର ହାଟ ବଜାର ଠାରେ ଆୟୋଜିତ ଏକ ‌ବୈଠକରେ ଯୋଗ ଦେବାକୁ ବିଧାୟକ ବିକ୍ରମ ମଣ୍ଡାବି, ପଞ୍ଚାୟତ ସଦସ୍ୟ ଓ ଜନପ୍ରତିନିଧି ଯାଇଥିଲେ । ବୈଠକରୁ ଫେରିବା ବେଳେ ପଦେଡ଼ା ଗାଁ ନିକଟରେ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ ମାଓବାଦୀ । ଜିଲ୍ଲା ପଞ୍ଚାୟତ ସଦସ୍ୟ ପାର୍ବତୀ କଶ୍ୟପ ବସିଥିବା ଗାଡ଼ି ଚକରେ ଗୁଳି ବାଜିଥିଲା । ‌ଏହି ଆକ୍ରମଣରେ ‌ବିଧାୟକ ସମେତ ଜନପ୍ରତିନିଧିମାନେ ସୁରକ୍ଷିତ ଅଛନ୍ତି । ମାଓ ଆକ୍ରମଣରେ ସେମାନେ ବର୍ତ୍ତି ଯାଇଛନ୍ତି । ସମସ୍ତେ ସୁରକ୍ଷିତ ଭାବେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *