ବାଲେଶ୍ୱର : କୁଟାରି ଗାଁ ଚଣ୍ଡି ମନ୍ଦିରରୁ ସୁନା ଅଳଙ୍କାର ନେଇଗଲେ

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କୁଟାରି ଗାଁରେ ଚଣ୍ଡି ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିର ତାଲା ଭାଙ୍ଗି ମା’ଙ୍କର ସୁନା ଓ ରୂପାର ଦୁଇଟି ମୁକୁଟ ସମେତ ବିଭିନ୍ନ ସୁନା ଅଳଙ୍କାର ଏବଂ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ।

ଆଜି ସକାଳେ ପୂଜାରୀ ମନ୍ଦିର ପୂଜା କରିବାକୁ ଆସିଥିବା ବେଳେ ଚୋରି ହୋଇଥିବା ଦେଖିଥିଲେ । ସିମୁଳିଆ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । କିଛିଦିନ ଧରି ଦୃବୃର୍ତ୍ତମାନେ ସିମୁଳିଆର ବିଭିନ୍ନ ଅଞ୍ଚଳରେ ଥିବା ମନ୍ଦିରରୁ ଲଗାତାର ଚୋରି କରୁଛନ୍ତି । ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *