ଭିତରକନିକାରେ ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା ଶେଷ

ଭିତରକନିକା ଜାତୀୟ ଉଦ୍ୟାନରେ ମ୍ୟାନଗ୍ରୁଭ ପିଟା ପକ୍ଷୀ ବା ନବରଙ୍ଗୀ ଚଢ଼େଇଙ୍କ ଗଣନା ଶେଷ ହୋଇଛି । ଏହା ଭିତରକନିକାରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବାବେଳେ ୫ଟି ରେଞ୍ଜରେ ଏହି ମ୍ୟାନଗ୍ରୁଭ ପିଟା ପକ୍ଷୀଙ୍କ ଗଣନା କରାଯାଇଛି ।

ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ପ୍ରଥମ ଥର ପାଇଁ ବିରଳ ପ୍ରଜାତିର ପକ୍ଷୀ ମ୍ୟାନଗ୍ରୁଭ ପିଟାଙ୍କ ଗଣନା ହୋଇଛି । ରାଜନଗର ରେଞ୍ଜରେ ୧୧ଟି ଟିମ୍, କନିକାରେ ୧୦ଟି,ମହାକାଳପଡ଼ାରେ ୬ଟି, କୁଜଙ୍ଗରେ ୪ଟି ଏବଂ ଗହୀରମଥା ରେଞ୍ଜରେ ଗୋଟିଏ ଟିମ୍ ଗଣନା କରିଥିଲେ । ୩୨ଟି ଟିମରେ ଥିଲେ ୧୦୦ ବନ କର୍ମଚାରୀ । ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କ ନେତୃତ୍ୱରେ ଗଣନା ସରିଛି । ମ୍ୟାନଗ୍ରୁଭ ପିଟା ପକ୍ଷୀ ଘଞ୍ଚ ହେନ୍ତାଳ ଜଙ୍ଗଲରେ ସାଧାରଣତଃ ଦେଖାଯାଇଥାଏ । ଏସବୁ ପକ୍ଷୀ ଦେହରେ ଇନ୍ଦ୍ରଧନୁ ଭଳି ବିଭିନ୍ନ ରଙ୍ଗ ଦେଖାଯାଇଥାଏ । ଜଙ୍ଗଲରେ ବାସ କରୁଥିବାରୁ ଏହାର ନାଁ ମ୍ୟାନଗ୍ରୁଭ ପିଟା । ଏଥର ଭିତରକନିକାରେ ୧୭୯ଟି ମ୍ୟାନଗ୍ରୁଭ୍ ପିଟାଙ୍କୁ ଚିହ୍ନଟ କରାଯାଇଛି ।

ଦେଶର ମାତ୍ର ୨ଟି ସ୍ଥାନରେ ଦେଖାଯାଉଥିବା ବେଳେ ମ୍ୟାନଗ୍ରୁଭ ପିଟା ଭିତରକନିକାର ସବୁଠୁ ସୁନ୍ଦରତମ ପକ୍ଷୀ । ୨ ପ୍ରକାର ପିଟାଙ୍କ ମଧ୍ୟରୁ ପ୍ରଥମଟି ଇଣ୍ଡିଆନ ପିଟା ଯାହା ଓଡ଼ିଶାର ପ୍ରାୟ ସବୁ ଜଙ୍ଗଲରେ ଦେଖାଯାଏ । ଦ୍ୱିତୀୟଟି କେବଳ ଭିତରକନିକା ଓ ସୁନ୍ଦରବନରେ ଦେଖାଦିଏ । ଏହି ପକ୍ଷୀ ଛୋଟ କଙ୍କଡ଼ା ଓ ଶିଉଳି ଖାଇଥାନ୍ତି । ଏହି ପକ୍ଷୀଠାରେ ୯ଟି ରଙ୍ଗ ଥିବାରୁ ଏହାକୁ କୁହାଯାଏ ନବରଙ୍ଗୀ । ଭିତରକନିକାର ରାଣୀ ଓ ଗର୍ବ ବୋଲି ମଧ୍ୟ ବେଶ୍ ଜଣାଶୁଣା । ମ୍ୟାନଗ୍ରୁଭ ପିଟା ପକ୍ଷୀଙ୍କ ଗଣନା ପ୍ରତିବର୍ଷ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ….

Leave a Reply

Your email address will not be published. Required fields are marked *