ମହିଳାଙ୍କ ଗଳିତ ଶବ ଠାବ, ପୋଲିସର ଖୋଳତାଡ଼

ସୋର ଥାନା କେଦାରପୁର ପଞ୍ଚାୟତ ଘାସୁଆ ଗାଁର ଖରାଖିଆ ପଦାରେ ଜଣେ ଅଜଣା ମହିଳାଙ୍କ ଗଳିତ ଶବ ଠାବ ହୋଇଛି । କିଛି ସ୍ଥାନୀୟ ଲୋକେ ମହିଳାଙ୍କ ମୃତଦେହ ପଡ଼ିଥିବା ନେଇ ଗ୍ରାମରଖି ଅକ୍ଷୟ କୁମାର ଜେନାଙ୍କୁ ଜଣାଇଥିଲେ । ମୃତ ମହିଳାଙ୍କ ବୟସ 30 ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଲୋକେ ସନ୍ଦେହ କରୁଛନ୍ତି । ମହିଳା ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ । ସୋର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *