୧୪ ଜିଲ୍ଲାରେ ବନ୍ଦ ପାଳନ, କର୍ଫ୍ୟୁ କୋହଳ, ଫେରୁଛି ଶାନ୍ତି

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ଘଟଣା ପ୍ରତିବାଦରେ ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ । ଏହି ବନ୍ଦ ଡାକରା ଦେଇଛି ଭିଏଚପି ପଶ୍ଚିମ ପ୍ରାନ୍ତ ଶାଖା । ଆଜି ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ବନ୍ଦ ରହିବ । ଚକଅଖ ବନ୍ଦ ରଖିବାକୁ ଆହ୍ୱାନ କରାଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ବଲାଙ୍ଗିରରେ ବଜରଙ୍ଗ ଦଳ ସଦସ୍ୟ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି । ସେହିପରି ଭବାନୀପାଟଣାରେ ମଧ୍ୟ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଦେବଗଡ଼ରେ ଦୋକାନବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି । ସୋନପୁର,ବୌଦ୍ଧ, କଳାହାଣ୍ଡି,ନୂଆପଡ଼ା,କୋରାପୁଟ,ନବରଙ୍ଗପୁର,ମାଲକାନଗିରି, ରାୟଗଡ଼ା, ସମ୍ବଲପୁର, ଦେବଗଡ଼,ଝାରସୁଗୁଡ଼ା,ସୁନ୍ଦରଗଡ଼,ବଲାଙ୍ଗିର ଜିଲ୍ଲାରେ ବନ୍ଦ ପ୍ରଭାବ ପଡ଼ିଛି । ସମ୍ବଲପୁର ହିଂସା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭିଏଚ୍‌ପି । ବିଜେପି ଓ ବଜରଙ୍ଗ ଦଳ ଏହି ବନ୍ଦ ଡାକରାକୁ ପୁରାପୁରି ସମର୍ଥନ ଜଣାଇଛନ୍ତି । …

ସେପଟେ, ସ୍ୱାଭାବିକ ଅବସ୍ଥାକୁ ଫେରୁଛି ସମ୍ବଲପୁର । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ସହରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମାର୍କେଟରେ ଭିଡ଼ ଜମିଛି । ପୂର୍ବ ନିର୍ଦ୍ଦେଶନାମା ଅନୁସାରେ ଆଜି ୧୦ଟା ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ୬ ଦିନ ହେଲା ସହରରେ ଅଚଳାବସ୍ଥା ଦୂର ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ସେପଟେ, ଘଟଣାରେ ଏଯାଏ ୮୫ ଜଣଙ୍କ ମୃତ୍ୟୁ ହେଲାଣି ।

Leave a Reply

Your email address will not be published. Required fields are marked *