୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଧମକ !

ନାଟକ ଦେଖିବା ହେଲା କାଳ । ଜଣେ ନୁହେଁ ତିନି ତିନି ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଭୋର୍ ସମୟରେ ଘରକୁ ଫେରୁଥିବା ବେଳେ ଏଭଳି ଅମାନୁଷିକ କାର୍ଯ୍ୟ ଘଟିଛି ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଏକାଥରକେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ୩ ନାବାଳିକା । ଗତକାଲି ସେମାନେ ମା’ ତାରିଣୀ ଯାତ୍ରା ଦେଖିବାକୁ ଯାଇଥିଲେ । ନାଟକ ଦେଖି ଭୋର୍ ୪ଟା ବେଳେ ୫ ନାବାଳିକା ଘରକୁ ଫେରୁଥିଲେ । ୫ ଜଣ ଯୁବକ ସେମାନଙ୍କୁ ବାଟରେ ଅଟକାଇଥିଲେ । ହେଲେ ୨ ଜଣ କୌଶଳକ୍ରମେ ଖସି ପଳାଥିଲେ । ୩ ଜଣ ନାବାଳିକାଙ୍କୁ ଟେକିନେଇ ଦୁଷ୍କର୍ମ କରିଥିଲେ ସୈତାନ ଯୁବକମାନେ । ପୀଡ଼ିତାଙ୍କୁ ହତ୍ୟା ଧମକ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ ।

ସେପଟେ, ଖସିପଳାଇଥିବା ଦୁଇ ନାବାଳିକା ଘଟଣା ସମ୍ପର୍କରେ କହିଥିଲେ । ଘଟଣାସ୍ଥଳରୁ ପୀଡ଼ିତାମାନଙ୍କୁ ଉଦ୍ଧାର କରି ଥାନାରେ ଲଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୀଡ଼ିତାମାନଙ୍କ ଡାକ୍ତରୀମାଇନା କରାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *